PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

Model Tenancy Act: ଭଡାଟିଆଙ୍କୁ ହଇରାଣ କରିପାରିବେନି ଘର ମାଲିକ,ଦୁହିଁଙ୍କ ପାଇଁ ସରକାରଙ୍କ ନୂଆ ନିୟମ

ନୂଆଦିଲ୍ଲୀ,୩।୬:ମୋଦୀ ସରକାରଙ୍କ କ୍ୟାବିନେଟ୍ ମଡେଲ ଟେନାନ୍ସି ଆକ୍ଟ (Model Tenancy Act)ଡ୍ରାଫ୍ଟକୁ ଅନୁମୋଦନ କରିଛନ୍ତି। ଆଦର୍ଶ ଭଡା ନିୟମ ବା ମଡେଲ୍ ଟେନାନ୍ସି ଆକ୍ଟର ଡ୍ରାଫ୍ଟ ବର୍ତ୍ତମାନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ପଠାଯିବl ଏହାକୁ ନୂଆ ଆଇନ କରି କିମ୍ବା ବର୍ତ୍ତମାନ ଭଡା ଆଇନରେ ଆବଶ୍ୟକ ସଂଶୋଧନ କରି ଲାଗୁ କରାଯିବ l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ଡ୍ରାଫ୍ଟକୁ ବୁଧବାର ମଞ୍ଜୁରୀ ପ୍ରଦାନ କରାଯାଇଛି।

କେନ୍ଦ୍ର ସରକାରଙ୍କ ମଡେଲ୍ ଟେନାନ୍ସି ଆକ୍ଟ ଦ୍ୱାରା, ଘର ମାଲିକ ଏବଂ ଭଡାଟିଆ ମଧ୍ୟରେ ମତଭେଦ କମ କରିହେବ l ମୋଦୀ ସରକାର କହିଛନ୍ତି ଯେ ମଡେଲ୍ ଟେନାନ୍ସି ଆକ୍ଟ ପରେ ଅନେକ ଖାଲି ଘର ଭଡାରେ ଲାଗିପାରିବ, ଘରର ଅଭାବ ଦୂର ହେବ l ମଡେଲ୍ ଟେନାନ୍ସି ଆକ୍ଟରେ ଦର୍ଶାଯାଇଛି ଯେ ଯଦି ଭଡାଟିଆ ଦୁଇମାସ ପର୍ଯ୍ୟନ୍ତ ଘର ମାଲିକଙ୍କୁ ଭଡା ନ ଦିଅନ୍ତି, ତା’ହେଲେ ତାଙ୍କଠାରୁ ଘର ଖାଲି ହୋଇପାରିବ।ମଡେଲ୍ ଟେନାନ୍ସି ଆକ୍ଟ ଅନୁଯାୟୀ, ଘର ଯାଞ୍ଚ, ମରାମତି କାର୍ଯ୍ୟ କିମ୍ବା ଅନ୍ୟ କୌଣସି ଉଦ୍ଦେଶ୍ୟରେ ଆସିବାକୁ ଥିଲେ ଘର ମାଲିକଙ୍କୁ ୨୪ ଘଣ୍ଟା ପୂର୍ବରୁ ଏକ ଲିଖିତ ବିଜ୍ଞପ୍ତି ଦେବାକୁ ପଡିବ l ରେଣ୍ଟ ଏଗ୍ରିମେଣ୍ଟରେ ଲେଖା ଯାଇଥିବା ସମୟ ପୂର୍ବରୁ ଘର ମାଲିକ ଭଡାଟିଆଙ୍କୁ ଘରୁ ବାହାର କରିପାରିବେନି l ଯଦି ସେ ଲଗାତାର ଦୁଇମାସ ଭଡା ପ୍ରଦାନ ନକରନ୍ତି କିମ୍ବା ସେ ପ୍ରପର୍ଟିର ଅପବ୍ୟବହାର ନକରନ୍ତି ତେବେ ଭଡା ଚୁକ୍ତିରେ ଉଲ୍ଲେଖ କରାଯାଇଥିବା ସମୟ ସୀମା ପୂର୍ବରୁ ଭଡାଟିଆଙ୍କୁ ବାହାର କରିହେବ ନାହିଁ l

ଘର ଭଡା ନେବା ବେଳେ ସିକୁରିଟି ଡିପୋଜିଟକୁ ନେଇ ବିବାଦ ରୁହେ l ନୂତନ ମଡେଲ୍ ଟେନାନ୍ସି ଆକ୍ଟ ଅନୁଯାୟୀ ରେସିଡେଣ୍ଟିଆଲ ବିଲଡିଂ ପାଇଁ ସର୍ବାଧିକ ଦୁଇ ମାସର ସିକୁରିଟି ଭଡା ଦିଆଯାଇପାରେ, ଅଣ-ଆବାସିକ ସ୍ଥାନଗୁଡିକ ପାଇଁ ସର୍ବାଧିକ ଛଅ ମାସର ସିକୁରିଟି ଦେବାକୁ ପଡିଥାଏ l ନୂତନ ଆଇନ ଅନୁସାରେ କେହି କାହାର ସମ୍ପତ୍ତି ଉପରେ ଅଧିକାର କରିପାରିବେ ନାହିଁ l ଏପରିକି ଜମି ମାଲିକ ଭଡାଟିଆକୁ ହଇରାଣ କରି ଘର ଖାଲି କହିପାରିବେ ନାହିଁ। ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଯଦି ଘର ଖାଲି କରିବାକୁ ପଡିବ, ତେବେ ଜମି ମାଲିକକୁ ପ୍ରଥମେ ନୋଟିସ୍ ଦେବା ଦରକାର l

ଭଡାଟିଆ ଅବଧି ସମାପ୍ତ ହେବାପରେ ଘର ଖାଲି କରିବାରେ ବିଫଳ ହୁଏ, ତେବେ ଜମି ମାଲିକ ଦୁଇମାସ ପାଇଁ ଦୁଇଗୁଣା ଭଡା ନେଇ ପାରିବେ l ଯଦି ତା ପରେ ବି ଖାଲି ନକରନ୍ତି ତେଵେ ଆଉ ଦୁଇ ମାସ ପରେ ଚାରି ଗୁଣା ଅଧିକ ଭଡା ନେଇ ପାରିବେl ଘରମାଲିକ ଭଡା ସଂଶୋଧନ କରିବାର ତିନିମାସ ପୂର୍ବରୁ ଲିଖିତ ଆକାରରେ ନୋଟିସ୍ ଦେବେ। ଘରମାଲିକ ମଝିରେ ଭଡା ବୃଦ୍ଧି କରିପାରିବେ ନାହିଁ।