ମଡେଲିଂକୁ ପାଥେୟ କରି ଆଲବମ୍ ଜଗତରେ ପାଦ ଥାପିଥିଲେ ‘ପୁନମ୍’: ଏବେ ସିନେ ଇଣ୍ଡଷ୍ଟ୍ରୀରେ କରିପାରନ୍ତି ଏଣ୍ଟ୍ରି…

ଭୁବନେଶ୍ବର ୦୮/୦୩: ସଙ୍ଗୀତରେ ରୁଚି ରହିଥିଲା । ଅଷ୍ଟମ ଶ୍ରେଣୀରେ ପାଠ ପଢିବା ସମୟରେ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି କୃତିତ୍ୱ ହାସଲ କରିଥିଲେ । ଏହାପରେ ଭୁବନେଶ୍ୱର ଉତ୍କଳ ସଙ୍ଗୀତ ମହା ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ତେବେ ଧିରେ ଧିରେ ମଡେଲିଂ ଆଡକୁ ଆକର୍ଷିତ ହୋଇଥିବାବେଳେ ଭୁବନେଶ୍ୱରରେ ଅନୁଷ୍ଠିତ ବହୁ କାର୍ଯ୍ୟକ୍ରମରେ ଭାଗ ନେଇ ର୍ୟାମ୍ପ ୱାକ୍ କରିବା ସହ ମଡେଲିଂକୁ ପାଥେୟ କରି ଓଡିଆ ଆଲବମ୍ ଜଗତରେ ପାଦ ଥାପିବାକୁ ସକ୍ଷମ ହୋଇଛନ୍ତି କେନ୍ଦୁଝର, ଷ୍ଟେଟ ବ୍ୟାଙ୍କ ରୋଡରେ ରହୁଥିବା ପ୍ରତାପ ପୃଷ୍ଟି ଏବଂ ପଦ୍ମିନୀ ପୃଷ୍ଟିଙ୍କ ଝିଅ ପୁନମ ।
କିଟ୍ ନହ୍ନୀ ପରି ଶୋରେ ତାଙ୍କ ଅଙ୍ଗଭଙ୍ଗୀ ଓ ଟାଲେଣ୍ଟ ଦେଖିବା ପରେ ତାଙ୍କୁ ପ୍ରଥମେ ଓଡିଆ ଆଲବମ୍ରେ ଗୀତ ଗାଇବାର ସୁଯୋଗ ମିଳିଥିଲା । ଏହାପରେ ତାଙ୍କର ଲୁକ୍ସ ଯୋଗୁଁ ଆଲବମ୍ରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ସାଇକେଲ୍ ବାଲି ଗୋରୀ, ଗେହ୍ଲେଇ ରାଣୀ ଆଦି ଆଲବମ୍ ସଙ୍ଗୀତରେ ଅଭିନୟ କରି ଚର୍ଚ୍ଚିତ ହୋଇଥିବା ପୁନମ ବର୍ତ୍ତମାନ ମଡେଲିଂ ପ୍ରତି ଅଧିକ ଗୁରୁତ୍ୱ ଦେବା ସହିତ ଓଡିଆ ସିନେ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି ମାରିବା ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି ।