କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ନୂଆଦିଲ୍ଲୀ, ୨୯/ ୧୦: ମହାମାରୀ କରୋନା ସାରା ବିଶ୍ବକୁ ଅସ୍ତବ୍ୟସ୍ତ କରି ଦେଇଛି। ମହାମାରୀ କରୋନା ସଂକ୍ରମଣରେ ସାରା ବିଶ୍ବ ଭୟଭୀତ। ଏସବୁ ମଧ୍ୟରେ ଆସିଛି ଏକ ଭଲ ଖବର। ବିଶ୍ବର ଅଗ୍ରଣୀ ଔଷଧ ପ୍ରସ୍ତୁତକାରୀ କମ୍ପାନୀ ମୋଡେର୍ଣ୍ଣା ଆଇଏନ୍‌ସି ପକ୍ଷରୁ ଗୁରୁବାର ଦିନ କୁହାଯାଇଛି ଯେ, ପରୀକ୍ଷାମୂଳକ ଭାବେ କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛୁ।

ଆମେ mRNA-1273 ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛୁ। ଏଥିସହିତ ଆମେ ବିଶ୍ବର ଅନେକ ସରକାରଙ୍କ ସହ ଏଗ୍ରିମେଣ୍ଟ ମଧ୍ୟ କରି ସାରିଛୁ । ଏନେଇ ମୋଡର୍ନା ସିଇଓ ଷ୍ଟିଫେନ୍‌ ବାନସେଲ ଏକ ପ୍ରେସ୍‌ ବିବୃତ୍ତିରେ କହିଛନ୍ତି। ଏଥିପାଇଁ କମ୍ପାନୀ ୧.୧ ବିଲିୟନ୍‌ର ଗ୍ରାହକ ଜମା ପାଇଛି। ଏନେଇ ମଧ୍ୟ କମ୍ପାନୀର ତ୍ରୟ ମାସିକରେ ଫାଇଲରେ ଉଲ୍ଲେଖ ରହିଛି।

ମୋଡେର୍ଣ୍ଣା କରୋନା ଟିକାରେ ଆରଏନଏ ବା ଏମ୍‌ ଆରଏନ୍‌ଏ ନାମକ ଜେନେଟିକ ପଦାର୍ଥ ରହିଥାଏ ଯାହାକି ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ ବୋଲି ବୈଜ୍ଞାନିକ ମାନେ ବିଶ୍ବାସ କରିଛନ୍ତି। MRNA-1273 ଭାବରେ ନାମିତ ଏହି ଟିକା ଆମେରିକାର ସରକାରଙ୍କ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ (NIH) ସହଭାଗିତାରେ ମୋଡର୍ଣ୍ଣା ଦ୍ୱାରା ପ୍ରସ୍ତୁତ କରାଯାଇଛି।

କମ୍ପାନୀର ସିଇଓ ଆହୁରି କହିଛନ୍ତି, “ମୋଡର୍ଣ୍ଣା ସର୍ବୋଚ୍ଚ ଗୁଣବତ୍ତା ମାନର ଏବଂ ବୈଜ୍ଞାନକି ଗବେଷଣା ପାଇଁ ପ୍ରତିବଦ୍ଧ, କାରଣ ଆମେ ନିୟାମକମାନଙ୍କ ସହିତ mRNA-1273 କୁ ଅଗ୍ରଗତି କରିବା ପାଇଁ କାର୍ଯ୍ୟ ଜାରି ରଖିଛୁ ବୋଲି କହିଛନ୍ତି।