PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ମୋଦି ୨.୦ ସରକାରର ପ୍ରଥମ ଶହେ ଦିନ: ଓଡ଼ିଶା ମିଳିଛି ୧୬ ହଜାର କୋଟି

ଭୁବନେଶ୍ୱର ୧୦/୯ : ମୋଦି ୨.୦ ସରକାରର ପ୍ରଥମ ୧୦୦ ଦିନରେ ଓଡ଼ିଶା ୧୬,୦୦୦ କୋଟିରୁ ଅଧିକ ଟଙ୍କାର କେନ୍ଦ୍ରୀୟ ସହାୟତା ପାଇଛି । ମୁଖ୍ୟତଃ ଭିତ୍ତିଭୂମି ବିକାଶ ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏହି ଆର୍ଥିକ ସହାୟତା ଦେଇଛନ୍ତି । କେନ୍ଦ୍ର ଜାହାଜ ଚଳାଚଳ, ରସାୟନ ଓ ସାର ମନ୍ତ୍ରୀ ମନସୁଖ ମାଣ୍ଡଭିୟା ସୋମବାର ଏହି ସୂଚନା ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଦ୍ୱିତୀୟ ପାଳିର ପ୍ରଥମ ୧୦୦ ଦିନର ସଫଳତା ବଖାଣି ଶ୍ରୀ ମାଣ୍ଡଭିୟା କହିଛନ୍ତି, ବାତ୍ୟା ଫୋନି ଦ୍ୱାରା ଓଡ଼ିଶାର ବହୁ ଭିତ୍ତିଭୂମି ଉଜୁଡ଼ି ଯାଇଥିଲା । ଫୋନି ପରବର୍ତ୍ତୀ ଭିତ୍ତିଭୂମି ପୁନର୍ଗଠନ ପାଇଁ କେନ୍ଦ୍ର ସରକାର ୩ଟି ପର୍ଯ୍ୟାୟରେ ଓଡ଼ିଶାକୁ ମୋଟ ୪,୬୭୮ କୋଟି ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି । ଫୋନି ପରେ ପ୍ରଧାନମନ୍ତ୍ରୀ ତତ୍କାଳ ୧୦୦୦ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଥିଲେ । ଏହାପରେ ୩୪୦ କୋଟି ଟଙ୍କାର ଅଗ୍ରୀମ ସହାୟତା ଦେଇଥିଲେ । ନିକଟରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନ୍‌ଡିଆର୍‌ଏଫ୍‌)ରୁ ଆଉ ୩,୩୩୮ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ଏହାବ୍ୟତୀତ ଦ୍ୱିତୀୟ ପାଳିର ୧୦୦ ଦିନ ଭିତରେ ବନୀକରଣ ଉଦ୍ଦେଶ୍ୟରେ ଜଙ୍ଗଲ ସମ୍ପଦା ଯୋଜନା ଅଧୀନରେ କାମ୍ପାରୁ ଓଡ଼ିଶା ସର୍ବାଧିକ ୫,୯୩୩ କୋଟି ୮୯ ଲକ୍ଷ ଟଙ୍କା ପାଇଛି । ଏହାବ୍ୟତୀତ ଓଡ଼ିଶାରେ ରେଳ ନେଟ୍‌ୱର୍କ ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ପ୍ରାୟ ୬,୦୦୦ କୋଟି ଟଙ୍କା ପ୍ରଦାନ କରିଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।
ମାଣ୍ଡଭିୟା କହିଛନ୍ତି, ଓଡ଼ିଶା ଅନେକ ସମୟରେ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ଏଣୁ ରାଜ୍ୟର ଉପକୂଳ ଇଲାକାରେ ପ୍ରାକୃତିକ ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମି ନିର୍ମାଣ ପାଇଁ ସେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏଥିପାଇଁ କେନ୍ଦ୍ର ସବୁ ପ୍ରକାର ସହାୟତା ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ ଥିବା ସେ କହିଛନ୍ତି ।
ଆୟୁଷ୍ମାନ ଭାରତ ଯୋଜନାରେ ଦେଶର ଅଧିକାଂଶ ରାଜ୍ୟ ସାମିଲ ହୋଇ ନିଜ ରାଜ୍ୟବାସୀଙ୍କୁ ମାଗଣା ସ୍ୱାସ୍ଥ୍ୟସେବାର ସୁବିଧା ଦେଇଛନ୍ତି । ଓଡ଼ିଶା ମଧ୍ୟ ଏଥିରେ ସାମିଲ ହୋଇ ଓଡ଼ିଆଙ୍କୁ ଏହାର ସୁଯୋଗ ଦେବା ଉଚିତ ବୋଲି ସେ ନବୀନଙ୍କୁ ଅନୁରୋଧ କରିଛନ୍ତି ।

ଜାହାଜ ଚଳାଚଳ ମନ୍ତ୍ରୀ କହିଛନ୍ତି, ପାରାଦୀପ ବନ୍ଦରରେ ନୂଆ ପ୍ରକଳ୍ପ ପାଇଁ ସରକାର କାର୍ଯ୍ୟପନ୍ଥା ଗ୍ରହଣ କରୁଛନ୍ତି । ଏଣୁ ଆଗାମୀ ଦିନରେ ପାରାଦୀପ ଅଞ୍ଚଳର ଲୋକମାନଙ୍କ ପାଇଁ ଅନେକ ନିଯୁକ୍ତି ସୁଯୋଗ ଆସିବ । ଏପରିକି କୋଣାର୍କ ଓ ଗୋପାଳପୁରରେ ଥିବା ଲାଇଟ୍‌ ହାଉସ୍‌କୁ ପର୍ଯ୍ୟଟନ ସ୍ଥଳୀ ଭାବେ ବିକାଶ କରିବାକୁ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛନ୍ତି ।
ମାଣ୍ଡଭିୟା କହିଛନ୍ତି, ଦେଶର ୩୬ଟି ନଦୀରେ ଅନ୍ତର୍ଦେଶୀୟ ଜଳପଥ ବିକାଶ ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ଓଡ଼ିଶାରେ ଏଥିପାଇଁ ମହାନଦୀ ଓ ବ୍ରାହ୍ମଣୀ ନଦୀକୁ ଚିହ୍ନଟ କରାଯାଇଛି । ଉଭୟ ନଦୀରେ ଜଳପଥ ବିକାଶ ପାଇଁ ଏବେ ସବିଶେଷ ପ୍ରକଳ୍ପ ରିପୋର୍ଟ (ଡିପିଆର୍‌) ପ୍ରସ୍ତୁତ କରାଯାଉଛି ।

ଭାରତୀୟ ଅର୍ଥନୀତିର ମାନ୍ଦାବସ୍ଥା ନେଇ ସେ କହିଛନ୍ତି, ଏବେ ସାରା ବିଶ୍ୱରେ ମାନ୍ଦାବସ୍ଥା ସ୍ଥିତି ଦେଖାଦେଇଛି । ଏହାର ପ୍ରଭାବରେ ପ୍ରଥମ ତ୍ରୟମାସରେ ଭାରତର ଅଭିବୃଦ୍ଧି ମନ୍ଥର ହୋଇଛି । ମାନ୍ଦାବସ୍ଥାରୁ ବର୍ତ୍ତିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଅନେକ ସଂସ୍କାର ପଦକ୍ଷେପ ଘୋଷଣା କରିଛନ୍ତି । ଆଗାମୀ ଦିନରେ ଏହାର ପ୍ରଭାବ ଦେଖିବାକୁ ମିଳିବ । ଆର୍ଥିକ ବର୍ଷ ଶେଷ ସୁଦ୍ଧା ଭାରତ ମାନ୍ଦାବସ୍ଥାରୁ ସୁଧୁରିଥିବ ବୋଲି ମନ୍ତ୍ରୀ ଆଶା ରଖିଛନ୍ତି ।

ମୋଦି ୨.୦ ସରକାରର ପ୍ରଥମ ୧୦୦ ଦିନର ସଫଳତାକୁ ବଖାଣି ଜାହାଜ ଚଳାଚଳ ମନ୍ତ୍ରୀ କହିଛନ୍ତି, ବହୁ ନିର୍ବାଚନୀ ପ୍ରତିଶ୍ରୁତିକୁ କାର୍ଯ୍ୟରେ ପରିଣତ କରାଯାଇଛି । ୩ ତଲାକ୍‌ ଆଇନ ଲାଗୁ ହୋଇଛି । ଐତିହାସିକ ପଦକ୍ଷେପ ସ୍ୱରୂପ ଜମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଓ ଧାରା ୩୫(ଏ)କୁ ଉଚ୍ଛେଦ କରାଯାଇଛି । ଭାରତକୁ ୫ ଲକ୍ଷ କୋଟି ଡଲାରର ଅର୍ଥନୀତିରେ ପରିଣତ କରିବାକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମ୍ମିଶ୍ରଣ, ବ୍ୟାଙ୍କକୁ ଅତିରିକ୍ତ ପାଣ୍ଠି ଯୋଗାଣ, ରେପୋ ସହ ଋଣ ସୁଧହାର ଲିଙ୍କ୍‌ ଭଳି ନିଷ୍ପତ୍ତି ନିଆଯାଇଛି । ୧୦୦ ଲକ୍ଷ କୋଟି ଭିତ୍ତିଭୂମି ନିବେଶ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଶହେ ଦିନର ସରକାରରେ ୩୦ଟି ବିଲ୍‌ ପାରିତ କରାଯାଇଛି । ଚାଷୀଙ୍କୁ ବାର୍ଦ୍ଧକ୍ୟ ବେଳେ ମାସିକ ୩,୦୦୦ ଟଙ୍କାର ପେନ୍‌ସନ୍‌ ଦେବାର ବ୍ୟବସ୍ଥା ହୋଇଛି ବୋଲି ଶ୍ରୀ ମାଣ୍ଡଭିୟା କହିଛନ୍ତି ।

ଏ ଅବସରରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ପିଆଇବି ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର