କେନ୍ଦୁଝରରେ ଶାହ: ରାଜ୍ଯ ସରକାରଙ୍କ ଉପରେ ବର୍ଷିଲେ, ଅନେକ ପ୍ରତିଶ୍ରୁତି ଦେଲେ

କେନ୍ଦୁଝର ୧୨/୪: ଓଡିଶା ଗସ୍ତରେ ଆସି କେନ୍ଦୁଝରଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ଯକ୍ଷ ଅମିତ ଶାହ । ପୁଲୱାମାରେ ସହିଦ ୨ ଓଡିଆଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ ଅଭିଭାଷଣ ଆରମ୍ଭ କଲେ ଶାହ । ସମାବେଶରେ ଉଦବୋଧନ ଦେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି ଶାହା । ଜଣେ ଓଡିଆ କହିପାରୁନଥିବା ଲୋକକୁ ମୁଖ୍ୟମନ୍ତ୍ରୀ କରିବା ଦରକାର ବୋଲି କହିଛନ୍ତି ଶାହ । ଏହା ସହ ଅନେକ ପ୍ରତିଶୃତି ଦେଇଛନ୍ତି ଶାହ ।
ସ୍ଥାନୀୟ ମେଡିକାଲ୍ କଲେଜରେ ଆୟୋଜିତ ସଭାରେ ଯୋଗଦେଇ ଅମିତ୍ ଶାହ କହିଛନ୍ତି ଯେ, ‘୧୯ ବର୍ଷ ହେଲା ନବୀନ ଏଠି ଅଛନ୍ତି। ହେଲେ ଏଠି ପିଇବା ପାଇଁ ପାଣି ଟୋପେ ମିଳୁନି। ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ହଜାର ହଜାର ଓଡ଼ିଆ ଯୁବକ କାମ ପାଇଁ ବାହାରକୁ ଯାଉଛନ୍ତି। ନବୀନ ବାବୁ ଖଣିଜ ଘୋଟାଲା ଛଡ଼ା ଆଉ କିଛି କରିନାହାନ୍ତି । ରାଜ୍ୟରେ ବିଜେପି ସରକାର ଆସିଲେ ଚିଟଫଣ୍ଡ ଅଭିଯୁକ୍ତମାନଙ୍କୁ ଜେଲ୍ ପଠାଯିବ । କେନ୍ଦୁଝର ଜିଲ୍ଲାରେ ଆଉ ଏକ ମେଡିକାଲ୍ କଲେଜ ପ୍ରତିଷ୍ଠା ହେବାର ପ୍ରତିଶୃତି ଦେଇଛନ୍ତି ଶାହ ।
ସେ ଆହୁରି କହିଛନ୍ତି ଯେ, ଡିଷ୍ଟ୍ରିକ୍ଟ୍ ମିନେରାଲ୍ ଫାଉଣ୍ଡେସନ୍(DMF)ରେ କେନ୍ଦୁଝର ଜିଲ୍ଲାକୁ ୧୬ଶହ କୋଟି ମଞ୍ଜୁର କରାଯାଇଛି। କେନ୍ଦୁଝର ମେଡିକାଲ୍ କଲେଜ DMF ପାଣ୍ଠିରେ ହେଉଛି। ମୋଦି ମେଡିକାଲ୍ ପାଇଁ ପାଣ୍ଠି ଦେଲେ। ହେଲେ ନବୀନ ଚାରେଣୀଟି ବି ଦେଲେନି। ବନଜାତ ଦ୍ରବ୍ୟର ସମର୍ଥନ ମୂଲ୍ୟ ବି ମୋଦି ସରକାର କରିଛନ୍ତି। ଓଡ଼ିଶା ପାଖରେ ଏତେ ଖଣିଜ ସମ୍ପଦ ଥାଇ ବି ଓଡ଼ିଶା ଲୋକ ଗରିବ ଅଛନ୍ତି। ଥରେ ବିଜେପିକୁ ଦାୟିତ୍ୱ ଦେଲେ ୫ ବର୍ଷରେ ଓଡିଶା ୧ ନମ୍ବର ହେବ ବୋଲି ସେ କହିଛନ୍ତି ।