PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ଯଦି ମୋତେ ବିରୋଧ କରୁଛ ତେବେ ମୋ କୁଶପୁତ୍ତଳିକା ଦାହ କର, ଗରିବର କୁଡିଆ ଜଳାଅନି: ମୋଦି

ନୁଆଦିଲ୍ଲୀ ୨୨/୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ ରାଲିକୁ ସମ୍ବୋଧନ କରିଛନ୍ତି । ମୋଦି ନାଗରିକତା ଆଇନକୁ ବିରୋଧ କରୁଥିବା ଲୋକମାନଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ ଆମେ ଯୋଜନାକୁ ଲାଗୁ କରିବା ପାଇଁ କେବେ କାହାକୁ ଧର୍ମ ପଚାରିନୁ, ଯଦି ମୋ କାମରେ ଭେଦଭାବ ନଜର ଆସୁଛି ତେବେ ଦେଶକୁ ଜଣାନ୍ତୁ । ଯଦି ମୁଁ ପସନ୍ଦ ଆସୁନି ତେବେ ମୋ କୁଷପୁତ୍ତଳିକା ଦାହ କରନ୍ତୁ କିନ୍ତୁ ଗରିବର କୁଡିଆ ନଜଳାନ୍ତୁ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନିକଟରେ ସଂସଦ ନାଗରିକତା ସଂଶୋଧନ ବିଲ୍ ପାସ୍ କରିଥିଲା । ଭାରତର ସଂସଦ ଲୋକସଭା-ରାଜ୍ୟସଭାରେ ଆପଣଙ୍କ ଉଜ୍ୱଳ ଭବିଷ୍ୟ ପାଇଁ ବିଲ୍ ପାସ କରିବାରେ ସାହାଯ୍ୟ କଲା । ଆପଣ ଦେଶର ସଂସଦକୁ ସମ୍ମାନ କରନ୍ତୁ ।

‘ଏହି ବିଲ୍ ପାସ୍ ହେବା ପରେ କିଛି ରାଜନୈତିକ ଦଳ ବିଭିନ୍ନ ଗୁଜବ ପ୍ରଚାର କରିବାରେ ଲାଗିପଡିଛନ୍ତି । ଲୋକମାନଙ୍କୁ ଭ୍ରମିତ କରୁଛନ୍ତି । ଭାବନାକୁ ଉସକାଉଛନ୍ତି । ମୁଁ ଜାଣିବାକୁ ଚାହୁଁଛି ଯେତେବେଳେ ଆମେ ଦିଲ୍ଲୀର ଶହ ଶହ କଲୋନୀକୁ ବୈଧ କରିବା ପାଇଁ କାମ କରିଥିଲୁ କଣ ସେତେବେଳେ କାହାକୁ ପଚାରିଥିଲୁ ଯେ ଆପଣଙ୍କ ଧର୍ମ କଣ । ଆପଣଙ୍କ ଆସ୍ଥା କଣ । ଆପଣ କେଉଁ ପାର୍ଟିକୁ ଭୋଟ୍ ଦିଅନ୍ତି । କେଉଁ ପାର୍ଟିକୁ ସମର୍ଥନ କରନ୍ତି ? ଆମେ କଣ କିଛି ପ୍ରମାଣ ମାଗିଥିଲେ ? କେନ୍ଦ୍ର ସରକାରଙ୍କ ଏହି ଯୋଜନାର ଲାଭ ସବୁ ଧର୍ମକୁ ମିଳିଲା । ଆମେ ଏମିତି କାହିଁକି କଲେ ? କାରଣ ଆମେ ସମସ୍ତଙ୍କର ଦେଶ ପ୍ରତି ଭଲପାଇବା । ଆମେ ସବକା ସାଥ୍, ସବକା ବିକାଶ ଓ ସବକା ବିଶ୍ୱାସ ମନ୍ତ୍ର ପାଇଁ ସମର୍ପିତ ।’

ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଆମର ଗୋଟିଏ ଗୋଟିଏ ଯୋଜନାକୁ ଦେଖନ୍ତୁ । ଯେତେବେଳେ ଉଜ୍ଜଳା ଯୋଜନାରେ ୮ କୋଟି ପରିବାରକୁ ମାଗଣା ଗ୍ୟାସ୍ ଯୋଜନାରେ କନେକ୍ସନ ମିଳିଲା, ସେତେବେଳେ କଣ ଆମେ ଧର୍ମ ପଚାରିଥିଲୁ ? କଣ କାହାକୁ ପ୍ରମାଣ ମାଗିଥିଲୁ ? ମୁଁ କଂଗ୍ରେସ ଓ ତାର ସାଥିଙ୍କୁ ପଚାରିବାକୁ ଚାହୁଁଛି ଯେ ସେମାନେ କାହିଁକି ଲୋକଙ୍କୁ ଉସକାଉଛନ୍ତି ।’

‘ଗତ ୫ ବର୍ଷରେ ଆମ ସରକାର ୧.୫ କୋଟିରୁ ଅଧିକ ଘର ଗରିବଙ୍କ ମଧ୍ୟରେ ବାଣ୍ଟିଛୁ । ଆମେ କାହାକୁ ଜାତି, ଧର୍ମ ପଚାରିନୁ । ତେବେ କାହିଁକି ମିଛ କୁହାଯାଉଛି । କାଗଜ, କାଗଜ ନାଁରେ ମୁସଲିମଙ୍କୁ ଭ୍ରମିତ କରାଯାଉଛି । ଆମେ କାହାକୁ ବି ପଚାରିନୁ ଯେ ଆପଣ ମନ୍ଦିର କାହିଁକି ଯାଉଛନ୍ତି କିମ୍ବା ମସଜିଦ୍ କାହିଁକି ଯାଉଛନ୍ତି । ଯେଉଁ ଜନତା ମୋଦିକୁ ବସାଇଛନ୍ତି ଯଦି ଆପଣଙ୍କୁ ପସନ୍ଦ ନୁହେଁ ତେବେ ମୋଦି ଉପରେ ରାଗ ସୁଝାନ୍ତୁ । ମୋଦିଙ୍କ କୁଶପୁତ୍ତଳିକାକୁ ଜୋତା ଫିଙ୍ଗନ୍ତୁ କିମ୍ବା ଦାହ କରନ୍ତୁ । କିନ୍ତୁ ଗରିବର କୁଡିଆ କିମ୍ବା ତା ଅଟୋରିକ୍ସାରେ ନିଆଁ ଲଗାନ୍ତୁ ନାହିଁ । ସରକାରୀ ସମ୍ପତ୍ତିକୁ କ୍ଷତି ପହଞ୍ଚାନ୍ତୁ ନାହିଁ ।’