PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ମୁଁ ନିଶ୍ଚିତ ଯେ ଓଡ଼ିଶାରେ ଏଥର ସବୁଠୁ ଅଧିକ ପଦ୍ମ ଫୁଟିବ: ମୋଦି

ସୁନ୍ଦରଗଡ ୬/୪: ସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ । ଓଡିଆରେ ଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ । ସୁନ୍ଦରଗଡର ଜନସମୁଦ୍ର ଦେଖି ଅଭିଭୂତ ହେଲେ ବୋଲି କହିଲେ। ଦେଶ ସୁରକ୍ଷାରେ ଲାଗିଥିବା ଓଡିଶାର ସବୁ ଯବାନଙ୍କୁ ପ୍ରଣାମ ଜଣାଇଲେ ମୋଦି । ଦେଶ ଏବଂ ଓଡିଶାରେ କିଭଳି ସରକାର ଦରକାର, ଇମାନଦାର ନା ଭ୍ରଷ୍ଟ ସରକାର ଦରକାର ଏଥିପାଇଁ ଫଇସଲା କରିବାକୁ ଅଛି ବୋଲି କହିଲେ ।

କଂଗ୍ରେସ ଉପରେ ବର୍ଷିଲେ ମୋଦି । କହିଲେ କଂଗ୍ରେସ ଓ ବିଜେଡି ସରକାର ଦେଖିଛନ୍ତି, ବିଜେପି କାମ ବି ଦେଖିଛନ୍ତି । ଆପଣମାନଙ୍କୁ ଫଇସଲା କରିବାକୁ ପଡିବ କେଉଁ ସରକାର ଦରକାର । ଅନ୍ଯ ଦଳ ଟଙ୍କାରେ ତିଆରି ହୋଇଛି । କିନ୍ତୁ ବିଜେପି ଦଳ ପସିନା(ଝାଳ) ବୁହାଇ ତିଆରି ହୋଇଛି । ଆମେ ପରିବାର କିମ୍ବା ଟଙ୍କା ଆଧାରିତ ନୁହେଁ । ଦଳ ଟଙ୍କା ନୁହେଁ, କାର୍ଯ୍ଯକର୍ତ୍ତାଙ୍କ ଝାଳରେ ତିଆରି ହୋଇଛି । ଦେଶର ସବୁ ବର୍ଗର ଲୋକ ବିଜେପି ସହ ସାମିଲ ହୋଇଛନ୍ତି । ବିକାଶକୁ ଜନଆନ୍ଦୋଳନର ରୂପ କେବଳ ବିଜେପି ଦେଇଛି । ଓଡିଶାରେ ପଦ୍ମ ଫୁଟିବା ନିଶ୍ଚିତ । ଓଡିଶାବାସୀ ପଦ୍ମ ଫୁଟାଇବା ପାଇଁ ମନସ୍ଥ କରିସାରିଛନ୍ତି ବୋଲି କହିଲେ ମୋଦି ।

‘ଓଡିଶାରେ ଏଥର ସବୁଠାରୁ ଅଧିକ ପଦ୍ମ ଫୁଟିବ, ଏନେଇ ମୁଁ ନିଶ୍ଚିତ’ ବୋଲି କହିଛନ୍ତି ମୋଦି । ଆଉଥରେ ଦେଶରେ ପୁଣି ପୂର୍ଣ୍ଣ ବହୁମତ ସରକାର ହେବାକୁ ଯାଉଛି । ବିଜେପିକୁ ସମସ୍ତେ ଆଲିଙ୍ଗନ କରିଛନ୍ତି, ମନରେ ବସାଇଛନ୍ତି । ପଦ୍ମ ଫୁଟିବ ବୋଲି ମୁଁ ନିଶ୍ଚିତ । ବିଜେପି କାମରେ ସମସ୍ତେ ସନ୍ତୁଷ୍ଟ । ଭାରତ ଏବେ ଆତଙ୍କବାଦୀଙ୍କୁ ଘରେ ପଶି ମାରୁଛି । ପୂର୍ବରୁ ବି ସରକାର ଥିଲା କିନ୍ତୁ ଏମିତି ସର୍ଜିକାଲ ଷ୍ଟ୍ରାଇକ୍ କଥା କଳ୍ପନା ମଧ୍ଯ କରିନଥିଲା । ମଜଭୁତ ଭାରତ ପାଇଁ ମଜଭୁତ ସରକାର ଓ ମଜଭୁତ ଓଡିଶା ଦରକାର । ମଜଭୁତ ଓଡିଶା ପାଇଁ ରାଜ୍ଯରେ ପଦ୍ମ ଫୁଟିବା ଦରକାର । ଆଦିବାସୀଙ୍କ ବିକାଶ ପାଇଁ ଝାଡଖଣ୍ଡ ଓ ଛତିଶଗଡ ଗଠନ ହୋଇଥିଲା । ଏବେ ଝାଡଖଣ୍ଡରେ ଗାଁ ଗାଁରେ ବିକାଶ ପହଞ୍ଚି ପାରିଛି । ଝାଡଖଣ୍ଡର ଯୁବକମାନଙ୍କୁ କାମ ପାଇଁ ବାହାରକୁ ଯିବାକୁ ପଡୁନି । ଓଡିଶା ଗରିବ ନୁହେଁ, ଓଡିଶା ଲୋକଙ୍କ ପାଖରେ ସାମର୍ଥ୍ଯ ଅଭାବ ନାହିଁ । ଓଡିଶାରେ କେବଳ ଉଚିତ୍ ନୀତି ଓ ନିୟତ ନାହିଁ ବୋଲି କହିଛନ୍ତି ମୋଦି ।

ବିଜେଡିକୁ ଟାର୍ଗେଟ୍ କରିଛନ୍ତି ମୋଦି । ଯଦି ବିଜେଡିର ନିୟତ ଥାନ୍ତା ତେବେ ଚାଷୀଙ୍କୁ ସହାୟତା, ସ୍ୱାସ୍ଥ୍ଯ ସୁବିଧା ମିଳୁଥାନ୍ତା । କେବଳ ଓଡିଶାରେ ୮ ଲକ୍ଷ ଲୋକଙ୍କୁ ପକ୍କା ଘର ଦିଆଯାଇଛି । ୮ ଲକ୍ଷଠାରୁ ବହୁ ଅଧିକ ଗରିବ ପକ୍କା ଘର ପାଇଥାନ୍ତେ । ବିଜେଡି ନିୟତ ଠିକେ ଥିଲେ ଖଣିରୁ ମିଳୁଥିବା ଟଙ୍କାରେ ଉନ୍ନତି ହୋଇପାରନ୍ତା । ବିଜେଡି ଆପଣମାନଙ୍କ ଉନ୍ନତିରେ ରୋକ୍ ଲଗାଇ ଦେଇଛି । କିନ୍ତୁ ଚୌକିଦାରର ନିୟମ ଏମିତି ନୁହେଁ । ଚୌକିଦାର ନିୟତ ଅତ୍ୟନ୍ତ ସଚ୍ଚୋଟ । ଏହି ନିୟତ ଯୋଗୁଁ ହିଁ ପିଲା ଓ ଯୁବତୀଙ୍କ ତସ୍କରୀରେ କଡା ନିୟମ ଆସିଛି । କଂଗ୍ରେସ ସରକାର କିମ୍ବା ବିଜେଡି ସରକାର ନୁହେଁ କେବଳ ଚୌକିଦାର ହିଁ ଏହି ନିମୟ ଆଣିଛି । ଚୌକିଦାର ହିଁ ସ୍କୁଲରେ ବାଳିକାଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ବ୍ଯବସ୍ଥା ଆଣିଛି । ମହିଳାଙ୍କୁ ଗ୍ଯାସ୍ କନେକ୍ସନ ଦେଇଛି । ଆପଣଙ୍କ ଚୌକିଦାର ପାକିସ୍ତାନର ଆଡ୍ଡା ଉପରେ ଷ୍ଟ୍ରାଇକ୍ କରୁଛି । ଆପଣଙ୍କୁ ଏହି ଚୌକିଦାରକୁ ମଜଭୁତ କରିବା ପାଇଁ ପଦ୍ମ ଫୁଟାଇବାକୁ ପଡିବ ବୋଲି ମୋଦି କହିଛନ୍ତି ।

ସମ୍ବନ୍ଧିତ ଖବର