ଇ-ସିଗାରେଟ ଉପରେ ଲାଗିଲା ପ୍ରତିବନ୍ଧକ, ନିୟମ ଭାଙ୍ଗିଲେ ଜେଲ୍ ସହ ଜରିମାନା…

ନୂଆଦିଲ୍ଲୀ ୧୮।୯: ଇ-ସିଗାରେଟ ଉପରେ ଲାଗିଲା ପ୍ରତିବନ୍ଧକ। ନିୟମ ଭାଙ୍ଗିଲେ ଜେଲ ସହିତ ଜରିମାନା ଦେବାକୁ ପଡ଼ିବ। ଏଭଳି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। ମିଳିଥିବା ସୂଚନାନୁସାରେ, ଇ-ସିଗାରେଟ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଏହି କ୍ରମରେ ଇ-ସିଗାରେଟ ସମ୍ପର୍କିତ ଉତ୍ପାଦନ, ବିନିର୍ମାଣ, ଆମଦାନୀ, ରପ୍ତାନୀ, ପରିବହନ, ବିକ୍ରି, ବିତରଣ, ଗଚ୍ଛିତ ରଖିବା ଏବଂ ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଯାଇଛି।

ଏହା ବ୍ୟତୀତ ଇ-ହୁକ୍କା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ନିୟମ ଉଲ୍ଲଂଘନ କରିଲେ ୧ବର୍ଷ ଜେଲ୍ ଦଣ୍ଡ ସହିତ ୧ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଏହା ପରେ ନିୟମ ଉଲ୍ଲଂଘନ କରିଲେ ୫ଲକ୍ଷ ଜରିମାନା କିମ୍ବା ୩ ବର୍ଷ ଜେଲ୍ ଦଣ୍ଡ କିମ୍ବା ଦୁଇଟିର ପ୍ରାବଧାନ ରହିଛି।

   ସମ୍ବନ୍ଧିତ ଖବର


ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା

ଭାରତର ଜନସଂଖ୍ୟାର ଅଧା କରୋନା ସଂକ୍ରମିତ ହୋଇପାରନ୍ତି ! ଜାଣନ୍ତୁ କେବେ ସୁଦ୍ଧା?

୯ ମାସର ଗର୍ଭବତୀ ମହିଳା ୫ମିନିଟ୍‌ରେ ଦୌଡ଼ିଲେ ୧.୬ କି.ମି, ଲୋକେ କହିଲେ…

ରୁଟି ଅମ୍ମାଙ୍କ ଭିଡିଓ ଭାଇରାଲ: ୨୦ ଟଙ୍କାରେ ଲୋକଙ୍କୁ ଖୁଆନ୍ତି, ସରୁନି ଦୁଃଖ…

ବିହାର ନିର୍ବାଚନର ଏକ ରୋଚକ ତଥ୍ୟ, ୪ଟି ମେଣ୍ଟ କିନ୍ତୁ ମୁଖ୍ୟମନ୍ତ୍ରୀ ହେବାକୁ ୬ ଦାବିଦାର

ଚୀନ୍‌ର ଡିଜିଟାଲ୍ ପ୍ଲାନ୍ ! ଚାଇନିଜ୍ ମୋବାଇଲରୁ ଅରୁଣାଚଳ ଗାଏବ୍…