ପ୍ରମୁଖ ଖବର
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ଏବେଠୁ ଜଳିଲାଣି ସାରା ଓଡ଼ିଶା, ଦିନ ସାଢେ ୧୧ଟାରେ ଟପିଗଲା ୩୬ ଡିଗ୍ରୀ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

କୋଭିଡ୍‌ ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀ କରିବେ ସମୀକ୍ଷା , ରାତି ୮ଟାରେ ବୈଠକ ଡାକିଲେ ମୋଦି

ନୂଆଦିଲ୍ଲୀ - କୋଭିଡ୍‌ ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀ କରିବେ ସମୀକ୍ଷା । ରାତି ୮ଟାରେ  ପ୍ରଧାନମନ୍ତ୍ରୀ ମୋଦି ଏକ ବୈଠକ ଡାକିବେ ବୋଲି ସୂଚନା ଆସିଛି ।   ଟିକାକରଣ ନେଇ ମଧ୍ୟ କରିପାରନ୍ତି ସମୀକ୍ଷା ଏବଂ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।

ଦେଶରେ ଯେଉଁଭଳି ଭାବେ କରୋନାର ଦ୍ୱିତୀୟ ଲହର ବୃଦ୍ଧି ପାଇଛି , ଏହା ଚିନ୍ତାରେ ପକାଇଛି । ଦିନକୁ ଦିନ ଏହା ମାରାତ୍ମକ ସାବ୍ୟସ୍ତ ହୋଇଛି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ଦୃଢ଼ ପଦକ୍ଷେପ ନେଇଛନ୍ତି । କୋଭିଡ୍‌ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସତର୍କ କରିଦେଇଛନ୍ତି ।

ସେପଟେ ଦେଶରେ ଦୃତ ଗତିରେ ବଢୁଥିବା କରୋନା  ସଂକ୍ରମଣ ପାଇଁ ରେଲଓ୍ବେ  ଅଧିକ ସତର୍କ ହୋଇଛି। ଯାତ୍ରୀଙ୍କର କୌଣସି ଅବହେଳାକୁ ବରଦାସ୍ତ କରିବନି ଏବେ ରେଲ ବିଭାଗ। ଦେଶରେ କରୋନାର ଦ୍ବିତୀୟ ଲହରକୁ ଦେଖି ଲୋକଙ୍କୁ ଲଗାତାର କରୋନା ଗାଇଡଲାଇନ୍ ପାଳନ କରିବାକୁ ପରାମର୍ଶ ଦିଆଯାଉଛି। ରେଳ ମନ୍ତ୍ରଣାଳୟ ଏବେ ରେଳ ଷ୍ଟେସନ୍ ଓ ଟ୍ରେନ୍ ଭିତରେ ମାସ୍କ ନପିନ୍ଧୁଥିବା ବ୍ୟକ୍ତିଙ୍କ ଉପରେ କଡା କଟକଣା ଲଗାଇବାର ନିଷ୍ପତ୍ତି ନେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.