‘ଫୋନି’ର ମୁକାବିଲା ପାଇଁ ଉଚ୍ଚସ୍ତରୀୟ ପ୍ରସ୍ତୁତି ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

ନୁଆଦିଲ୍ଲୀ ୨/୫: ସାମୁଦ୍ରିକ ଝଡ ଫୋନିର ମୁକାବିଲା ପ୍ରସ୍ତୁତିର ସମୀକ୍ଷା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଠକରେ ପ୍ରଧାନମନ୍ତ୍ରୀ, ସମ୍ଭାବ୍ଯ ଝଡର ଗତିପଥ ଏବଂ ବାତ୍ଯା ମୁକାବିଲା ପାଇଁ କଣ ସବୁ ସତର୍କତା ଏବଂ ପ୍ରସ୍ତୁତି ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ତାହା ବରିଷ୍ଠ ଅଧିକାରୀଙ୍କ ଠାରୁ ବୁଝିଥିଲେ ପ୍ରଧାନମନ୍ତ୍ରୀ ।

ପରିସ୍ଥିତିକୁ ସମୀକ୍ଷା କରିବା ପରେ ସତର୍କତାମୂଳକ ପଦକ୍ଷେପକୁ ତ୍ୱରାନିତ କରିବା ଏବଂ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ମୋଦି ନିର୍ଦ୍ଦେଶ ଦେଇଛନ୍ତି । ବାତ୍ଯା ପ୍ରଭାବିତ ରାଜ୍ଯ ସହ ଯୋଗସୂତ୍ର ରଖିବାକୁ ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ବୈଠକରେ କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଅତିରିକ୍ତ ପ୍ରମୁଖ ସଚିବ, ଗୃହ ସଚିବ ଏବଂ ଆଇଏମଡି, ଏନଡିଆରଏଫ, ଏନଡିଏମଏ ଓ ପିଏମଓର ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଯୋଗଦେଇଥିଲେ ।

   ସମ୍ବନ୍ଧିତ ଖବର


ଅହମ୍ମଦ ପଟେଲଙ୍କ ପରଲୋକରେ ଗାନ୍ଧି ପରିବାରରେ ଶୋକ: ଟୁଇଟ୍ କରି ଦୁଃଖ ପ୍ରକାଶ କଲେ ସୋନିଆ, ରାହୁଲ ଓ ପ୍ରିୟଙ୍କା

ଇଣ୍ଟେରିୟର ଡିଜାଇନିଂ ନାଁରେ ଭର୍ଚୁଆଲ ସେକ୍ସ ରାକେଟ୍ : ଅନ୍‌ଲାଇନ୍‌ରେ ଅଙ୍ଗ ପ୍ରଦର୍ଶନ ପାଇଁ ଦିଆଯାଉଥିଲା ତାଲିମ୍, ପର୍ଦ୍ଦାଫାଶ କଲା ପୋଲିସ

୬ ଦିନରେ ୫୩% ଖସିଲା ଲକ୍ଷ୍ମୀ ବିଳାସ ବ୍ୟାଙ୍କ ସେୟାର

ନୂଆବର୍ଷରୁ ନୂଆ ବ୍ୟବସ୍ଥା: ଏଣିକି ଲ୍ୟାଣ୍ଡଫୋନ୍‌ରୁ ମୋବାଇଲକୁ କଲ୍‌ କଲେ ନମ୍ବର ପୂର୍ବରୁ ଲାଗିବ ‘୦’

ଭାରତୀୟ ତଟରକ୍ଷୀ ବାହିନୀ ଜବତ କଲା ୧୦୦ କିଲୋଗ୍ରାମ ହେରୋଇନ୍, ପାକିସ୍ତାନରୁ ଆସୁଥିଲା ଶ୍ରୀଲଙ୍କା

ସ୍ପୁଟନିକ-ଭି ଟିକାର ମୂଲ୍ୟ ରହିବ ଏତିକି ଟଙ୍କା, ରୁଷ ନାଗରିକଙ୍କୁ ମାଗଣା ଡୋଜ୍