PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟା ମଧ୍ୟରେ ୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୦ ଜିଲ୍ଲାରେ ପ୍ରବଳ ବର୍ଷିଲା, ଆଜିଠୁ ବଢ଼ିବ ତାପମାତ୍ରା
  • ||
  • ଭଞ୍ଜନଗର : ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍, ୬ ମୃତ ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରାଇରଙ୍ଗପୁର : ସାପ୍ତାହିକ ହାଟରେ ଗୁଳିକାଣ୍ଡ, ଗୋରୁ ବେପାରୀଙ୍କୁ ଗୁଳି କରି ୨୦ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||

ଆଜି ଜୟପୁର ଆସୁଛନ୍ତି ମୋଦି

ଜୟପୁର, ୨୮ା୩(ବ୍ୟୁରୋ): ଶୁକ୍ରବାର ଜୟପୁର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକମ୍ବା ପଞ୍ଚାୟତର ବାଙ୍କବିଜା ପଡିଆରେ ମୋଦିଙ୍କ ମହାସମାବେଶ ପାଇଁ ଶେଷ ହୋଇଛି ଚୂଡାନ୍ତ ପ୍ରସ୍ତୁତି । ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କରାଯାଇଛି ୩ଟି ହେଲିପ୍ୟାଡ୍‌ । ଏହାକୁ ସୁରକ୍ଷା ବଳୟରେ ରଖାଯାଇଛି । ମୋଦିଙ୍କୁ ହେଲିପ୍ୟାଡ୍‌ରୁ ସଭାସ୍ଥଳକୁ ନେବା ଲାଗି ସ୍ୱତନ୍ତ୍ର ବୁଲେଟ୍‌ ପ୍ରୁଫ୍‌ ଗାଡି ମଧ୍ୟ ପହଞ୍ଚିଛି । ସୁରକ୍ଷାରେ ଯେମତିି କୌଣସି ତ୍ରୁଟି ନରହିବ, ସେଥିଲାଗି ସ୍ୱତନ୍ତ୍ର ସୁରକ୍ଷା ଦଳ(ଏସ୍‌ପିଜି) ତତ୍ତ୍ୱାବଧାନରେ ସମାବେଶସ୍ଥଳ ଏବଂ ଆଖାପଖ ଅଞ୍ଚଳ ରହିଛି ପୁଲିସ୍‌ ଛାଉଣୀରେ ।

ଏସ୍‌ପିଜିର ରାଜୀବ ରଞ୍ଜନ ଭାରତ ସୁରକ୍ଷା ବ୍ୟବସ୍ଥାର ପ୍ରତ୍ୟେକ୍ଷ ତଦାରଖ କରୁଛନ୍ତି । ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାର ଏସ୍‌ପିଙ୍କ ସହ ବଛା ବଛା ପୁଲିସ୍ ଅଫିସର ଦିନରାତି ସୁରକ୍ଷା ଦାୟିତ୍ୱରେ ରହିଛନ୍ତି । ଜାତୀୟ ରାଜପଥର ରେଳବାଇ ଛକ, ଏକମ୍ବା ଛକ, ପେପରମଲି ଛକ, ଗାଗନାପୁର ଛକ ନିକଟରେ ସୁରକ୍ଷା ବାହିନୀଙ୍କୁ ନିୟୋଜିତ କରାଯାଇଛି । ଯିବା ଆସିବା କରୁଥିବା ପ୍ରତି ଲୋକଙ୍କ ଉପରେ ରଖାଯାଉଛି କଡ଼ା ନଜର । ରାସ୍ତାରେ ଗାଡ଼ିମୋଟର ଯାଞ୍ଚକୁ ମଧ୍ୟ କଡ଼ାକଡି କରାଯାଇଛି । ଦିଲିୀ୍ଲରୁ ଏକ ସ୍ୱତନ୍ତ୍ର ବିମାନରେ ଆସି ଛତିଶଗଡର଼ ଜଗଦଳପୁରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ସେଠାରୁ ଏକ ସ୍ୱତନ୍ତ୍ର ବିମାନରେ ପୂର୍ବାହ୍ନ ୧୦ଟା ୨୦ରେ ବାହାରି ୧୦ଟା ୫୦ରେ ପହଞ୍ଚିବେ ଜୟପୁର ଏୟାରଷ୍ଟପ୍ରିରେ । ଏଠାରୁ ୧୦ଟା ୫୫ରେ ଆଉ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ବାହାରି ସଭାସ୍ଥଳରେ ଠିକ୍‌ ୧୧ଟାରେ ପହଞ୍ଚିବେ । ୧୧ଟାରୁ ୧୧ଟା ୪୦ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ ଶ୍ରୀ ମୋଦି । ଜୟପୁର ଏୟାରଷ୍ଟ୍ରିପରେ ୧୧ଟା ୫୦ରେ ପହଞ୍ଚି ଜଗଦଳପୁର ଅଭିମୁଖେ ଯାତ୍ରା କରିବେ । କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଓ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହଛି ।

ସେହପରି ବରିଷ୍ଠ ନେତା ବିଜୟ ମହାପାତ୍ର ମଧ୍ୟ ଏହି ସମାବେଶରେ ଯୋଗଦେବାର ସମ୍ଭାବନା ଥିବା ଦଳୀୟ ସୂତ୍ରରୁ ଜଣାପଡିଛି । ନବରଙ୍ଗପୁର ଓ କୋରାପୁଟ ଲୋକସଭା ଆସନର ବିଜେପି ପ୍ରାର୍ଥୀ ବଳଭଦ୍ର ମାଝି, ଜୟରାମ ପାଙ୍ଗିଙ୍କ ସମେତ ୧୪ଟି ବିଧିାନସଭାର ପ୍ରାର୍ଥୀ ମଞ୍ଚାସୀନ ହେବେ । ରାଜ୍ୟ ସମ୍ପାଦକ ଧୀରେନ୍ ସେନାପତିଙ୍କ ସହ ବିଜେପିର ବରିଷ୍ଠ ନେତାମାନେ ଏହି ସମାବେଶକୁ ସଫଳ କରିବାରେ ଲାଗି ପଡିଛନ୍ତି । କୋରାପୁଟ ଏବଂ ରାୟଗଡା ଅଞ୍ଚଳରୁ ଆସବିାକୁ ଥିବା ଯାନବାହନ ରଖିବା ଲାଗି କେନାଲ ପାଖ ପଡିଆରେ ପାର୍କିଂ ବ୍ୟବସ୍ଥା କରାଯାଉଛି । ନବରଙ୍ଗପୁର ପଟରୁ ଆସିବାକୁ ଥିବା ଯାନବାହନ ଲାଗି ଏକମ୍ବା ନିକଟରେ ଥିବା ପଡିଆ ଏବଂ ମାଲକାନଗିରି ପଟରୁ ଆସିବାକୁ ଥିବା ଯାନବାହନ ଲାଗି ଗାଗନାପୁର ଫାଣ୍ଡି ପାଖ ଖୋଲା ସ୍ଥାନରେ ପାର୍କିଂ ବ୍ୟବସ୍ଥା ହୋଇଛି । ଶୁକ୍ରବାର ସକାଳୁ ଏକମ୍ବା ଛକରୁ ପେପରମଲି ରାସ୍ତାର କେନାଲ ଛକ ପର୍ଯ୍ୟନ୍ତ ଗାଡି ଚଳାଚଳ ବନ୍ଦ କରାଯିବ ବୋଲି ସୂଚନା ମିଳିଛି ।