PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ହିନ୍ଦୁଙ୍କୁ ଆତଙ୍କବାଦୀ କହୁଥିବା ଲୋକଙ୍କୁ ଜବାବ୍ ଦେବାକୁ ସ୍ବାଧୀ ପ୍ରଜ୍ଞାଙ୍କୁ ନିର୍ବାଚନରେ ପ୍ରାର୍ଥୀ କରାଯାଇଛି: ମୋଦି

ନୂଆଦିଲ୍ଲୀ,୨୦।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋପାଳ ଲୋକସଭା ଆସନରୁ ଦିଗବିଜୟ ସିଂହଙ୍କ ବିରୋଧରେ ସ୍ବାଧୀ ପ୍ରଜ୍ଞା ଠାକୁରଙ୍କୁ ଟିକେଟ ଦେବାର ନିଷ୍ପତ୍ତି ନେଇକୁ ନେଇ ଠିକ୍ ବୋଲି ଦର୍ଶାଇଛନ୍ତି। ମୋଦି ଏକ ସାକ୍ଷାତକାରରେ କହିଛନ୍ତି, ଏହା ହିନ୍ଦୁଙ୍କୁ ଆତଙ୍କବାଦୀ କହୁଥିବା ଲୋକଙ୍କୁ ବଜାବ୍। ସେ କହିଛନ୍ତି କଂଗ୍ରେସ ୫ ହଜାର ବର୍ଷ ପୁରୁଣା ସଂସ୍କୃତି ଯାହା ‘ବୈସୁଧୈବ କୁଟୁମ୍ବକମ୍’ ଉପରେ ବିଶ୍ବାସ ରଖିଥାଏ, ଏହା ଉପରେ ଆତଙ୍କବାଦୀ ଦାଗ ଲଗାଯାଇଛି। ଏହି କଂଗ୍ରେସ ପାଇଁ ମହଙ୍ଗା ପ୍ରମାଣିତ ହେବ। କଂଗ୍ରେସ ସମେଝୌତା ଏକ୍ସପ୍ରେସ ବିସ୍ଫୋରଣ ଓ ବିଚାରପତି ବିଏଚ ଲୋୟାଙ୍କ ମୃତ୍ୟୁ ଭଳି ଘଟଣା ଉପରେ ମିଥ୍ୟା ଖବର ପ୍ରଚାର କରୁଛି।

ଗୁଜୁରାଟରେ ରହି ମୁଁ କଂଗ୍ରେସର କାମ କରିବାର ପ୍ରଣାଳୀକୁ ବୁଝିପାରିଛି। ସେ କୌଣସି ମାମଲାକୁ ଫିଲ୍ମ ସ୍କ୍ରିପ୍ଟ ଭଳି ଖେଲିଥାଏ। ଜଷ୍ଟିସ ଲୋୟାଙ୍କ ମୃତ୍ୟୁ ଏକ ସ୍ବାଭାବିକ ମୃତ୍ୟୁ ଥିଲା, କିନ୍ତୁ କଂଗ୍ରେସ ନିଜର ଫାଇଦା ପାଇଁ ଭିନ୍ନ କାହାଣୀ ଗଢିଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ହତ୍ୟାପରେ ୧୯୮୪ରେ ଦିଲ୍ଲୀରେ ହଜାର ହଜାର ଶିଖଙ୍କୁ ନରସଂହାର କରାଯାଇଥିଲା। ଏହା କ’ଣ ଆତଙ୍କବାଦ ନଥିଲା? ଦୋଷୀଙ୍କୁ ପରେ ମନ୍ତ୍ରୀ କରାଯାଇଥିଲା। କଂଗ୍ରେସ ନେତା କମଳନାଥଙ୍କ ଉପରେ ବହୁ ଅଭିଯୋଗ ମଧ୍ୟ ରହିଛି, ତାଙ୍କୁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କରାଯାଇଥିଲା। କାରଣ କଂଗ୍ରେସକୁ କେବଳ ପ୍ରଶ୍ନ ଉଠାଇବାର ଅଭିଯୋଗ ରହିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧି ଜାମିନରେ ଅଛନ୍ତି, କିନ୍ତୁ ସେମାନେ ନିର୍ବାଚନ ଲଢୁଛନ୍ତି, ତାଙ୍କ ବିରୋଧରେ କାହିଁକି କୌଣସି ଅଭିଯୋଗ କରାଯାଉନାହିଁ।

ଉଲ୍ଲେଖନୀୟ ଯେ ମାଲୋଗାଓଁ ବିସ୍ଫୋରଣମ ମାମଲାରେ ଜାମିନରେ ଥିବା ସ୍ବାଧୀ ପ୍ରଜ୍ଞା ଏଥର ଭୋପାଳରୁ ନିର୍ବାଚନ ଲଢୁଛନ୍ତି। ଗତକାଲି ଏକ ନିର୍ବାଚନୀ ସଭାରେ ସ୍ବାଧୀ ପ୍ରଜ୍ଞା କହିତିଲେ ଶହୀଦ ହେମନ୍ତ କରକରେ ମୋତେ ଦିନ ରାତି ନିର୍ଯ୍ୟାତନା ଦେଇଥିଲେ। ତାଙ୍କୁ ମୁଁ ସର୍ବନାଶ ହେବାର ଅଭିଶାପ ଦେଇଥିଲି। ମୁଁ ଜେଲ ଯିବାର ପ୍ରାୟ ୪୫ ଦିନ ପରେ ଆତଙ୍କବାଦୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ବାଧୀ ପ୍ରଜ୍ଞାଙ୍କ ଏଭଳି ବିବାଦୀୟ ମନ୍ତବ୍ୟକୁ ଚାରିଆଡୁ ଖୁବ୍ ନିନ୍ଦା କରାଯାଇଥିଲା। ଶେଷରେ ସ୍ବାଧୀ ପ୍ରଜ୍ଞା ତାଙ୍କର ମନ୍ତବ୍ୟକୁ ଫେରାଇ ନେଇଥିଲେ। ସେ କହିଥିଲେ ଯାହା ମୁଁ ଶୁଣାଇଛି ତାହା  ମୋର ବ୍ୟକ୍ତିଗତ ପୀଡା ଥିଲା। ଯଦି ମୋର ଶବ୍ଦ ଦ୍ବାରା ଶତ୍ରୁଙ୍କୁ ଶକ୍ତି ମିଳୁଛି ତେବେ ମୁଁ ମୋର ବୟାନ ଫେରାଇ ନେଉଛି। ମୁମ୍ବାଇ ଆକ୍ରମଣରେ ଯେଉଁ ସୈନିକ ଶହୀଦ ହୋଇଛନ୍ତି ତାଙ୍କୁ ମୁଁ ସମ୍ମାନ କରୁଛି।

ସମ୍ବନ୍ଧିତ ଖବର