ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଷ୍ଟାର୍ଟଅପ୍ ପାଇଁ ୧ ହଜାର କୋଟି ଟଙ୍କାର ପାଣ୍ଠି ଘୋଷଣା କରିଛନ୍ତି

https://www.newstracklive.com/
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଷ୍ଟାର୍ଟଅପ୍ ପାଇଁ ୧ ହଜାର କୋଟି ଟଙ୍କାର ପାଣ୍ଠି ଘୋଷଣା କରିଛନ୍ତି । ସେ କହିଛନ୍ତି ଦେଶରେ ନୂଆ ଷ୍ଟାର୍ଟଅପ୍ର ବିକାଶ ଲାଗି ଏହି ଟଙ୍କା ସହାୟକ ହେବ । ଦେଶରେ ଏଭଳି ନୂଆ ଷ୍ଟାର୍ଟଅପ୍ର ବିକାଶ ହେବା ଦରକାର ଯାହାର ମନ୍ତ୍ର ଯୁବକଙ୍କର, ଯୁବକଙ୍କ ଦ୍ୱାରା ଓ ଯୁବକଙ୍କ ପାଇଁ ହେବ । ବେଙ୍ଗାଲୁରୁ ଠାରେ ଦୁଇଦିନିଆ ଷ୍ଟାର୍ଟଅପ୍ ଇଣ୍ଡିଆର ଅନ୍ତର୍ଜାତୀୟ ସମ୍ମିଳନୀ ‘ପ୍ରାରମ୍ଭ-୨୦୨୧’ର ଉଦ୍ଯାପନୀ ଉତ୍ସବରେ ବିମ୍ସଟେକ ଯୁବ ଉଦ୍ୟୋଗୀଙ୍କୁ ଭିଡିଓ କନ୍ଫରେନ୍ସିଂ ଯୋଗେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଦେଶରେ ୪୧ ହଜାର ଷ୍ଟାର୍ଟଅପ୍ ରହିଛି ଏବଂ ସେଥିରୁ ୪୪ ପ୍ରତିଶତ ଉଦ୍ୟୋଗକୁ ସରକାରୀ ସ୍ୱୀକୃତି ଦିଆଯାଇଛି ।
ସେଥିରେ ୫୭୦୦ ଆଇଟି ଷ୍ଟାର୍ଟଅପ୍, ୩୬୦୦ ସ୍ୱାସ୍ଥ୍ୟସେବା ଷ୍ଟାର୍ଟଅପ୍ ଏବଂ ୧୭୦୦ କୃଷି ସମ୍ପର୍କିତ ଷ୍ଟାର୍ଟଅପ୍ ରହିଛି । ଏସବୁ ଷ୍ଟାର୍ଟଅପ୍ ଦେଶର ବ୍ୟବସାୟିକ ଦୃଶ୍ୟପଟ୍ଟକୁ ବଦଳାଇ ଦେଇଛି । କରୋନା ମହାମାରୀ କାଳରେ ବଡବଡ କମ୍ପାନିମାନେ ସେମାନଙ୍କ ଅସ୍ତିତ୍ୱ ନେଇ ସନ୍ଦୀହାନ ହୋଇପଡିଥିଲା ବେଳେ ଷ୍ଟାର୍ଟଅପ୍ ମାଧ୍ୟମରେ ଭାରତ ଆତ୍ମନିର୍ଭର ହେବା ଦିଗରେ ଅଗ୍ରସର ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ଡିପିଆଇଆଇଟି (ଡିପାର୍ଟମେଣ୍ଟ ଫର ପ୍ରମୋସନ ଅଫ୍ ଇଣ୍ଡଷ୍ଟ୍ରି ଆଣ୍ଡ ଇ