ଆକ୍ସନରେ ମୋଦି ସରକାର, ଅର୍ଥ ବ୍ଯବସ୍ଥାକୁ ସୁଧାରିବା ପାଇଁ ଖୁବଶୀଘ୍ର ହୋଇପାରେ ୪ ବଡ ଘୋଷଣା

ନୁଆଦିଲ୍ଲୀ ୨୧/୮: କେନ୍ଦ୍ରରେ ମୋଦି ସରକାର ଦେଶର ଅର୍ଥବ୍ଯବସ୍ଥାକୁ ସୁଧାରିବା ପାଇଁ ଅନେକ ଆଶ୍ୱସ୍ତି ମୂଳକ ପ୍ୟାକେଜ୍ ଘୋଷଣା କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏନେଇ ସରକାର କେଉଁ ମୂହୁର୍ତ୍ତରେ ମଧ୍ୟ ଘୋଷଣା କରିପାରନ୍ତି । ସିଏନବିସି-ଆୱାଜକୁ ମିଳିଥିବା ସୂଚନା ଅନୁସାରେ ମୋଦି ସରକାର ଅଟୋ ସମେତ ୪ ସେକ୍ଟର ପାଇଁ ଖୁବ୍ ଶୀଘ୍ର ସ୍ପେଶାଲ ପ୍ୟାକେଜ୍ ଘୋଷଣା କରିବେ । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୨-୩ ଥର ବୈଠକ ମଧ୍ଯ ହୋଇସାରିଲାଣି ।

ଏହି ସେକ୍ଟର୍ସକୁ ମିଳିବ ଆଶ୍ୱସ୍ତି ପ୍ୟାକେଜ୍
ଅଟୋ ସେକ୍ଟର ବ୍ଯତୀତ ଅନ୍ଯ ୪ ସେକ୍ଟର ପାଇଁ ପ୍ୟାକେଜ୍ ଘୋଷଣା କରିପାରନ୍ତି ସରକାର । ଏଥିରେ ଫାଇନାନ୍ସିଆଲ୍ ସେକ୍ଟର, ସୁକ୍ଷ୍ମ, ଲଘୁ ଓ ମଧ୍ଯମଧରଣର ଉଦ୍ଯୋଗ, ରିୟଲ ଇଷ୍ଟେଟ୍, ବ୍ୟାଙ୍କ ଓ ଏନବିଏଫସି ସାମିଲ ।

ବିଦେଶୀ ନିବେଶକଙ୍କ ପାଇଁ ସହଜ ହେବ ସର୍ତ୍ତ
ସୂଚନା ଅନୁସାରେ ଫାଇନାନ୍ସିଆଲ୍ ମାର୍କେଟ୍ ପାଇଁ ମଧ୍ଯ ସରକାର ପଦକ୍ଷେପ ଉଠାଇବେ ଏବଂ ଫରେନ ପୋର୍ଟପୋଲିୟ ଇନଭେଷ୍ଟର୍ସଙ୍କୁ ସରଚାର୍ଜରୁ ଆଶ୍ୱସ୍ତି ମିଳିବ । ଆପଣଙ୍କୁ କହିରଖୁଛୁ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବାର୍ଷିକ ୨ କୋଟିରୁ ଅଧିକ ଆୟ କରୁଥିବା ଲୋକଙ୍କ ଉପରେ ସରଚାର୍ଜ ବଢାଇ ଦେଇଥିଲେ । ବିଦେଶୀ ନିବେଶକଙ୍କ ପାଇଁ ସର୍ତ୍ତ ସହଜ ହେବ ।

ବ୍ୟାଙ୍କ ଓ NBFC ଉପରେ ଅଧିକ ଫୋକସ୍
ସୂଚନା ଅନୁସାରେ ସରକାର ବ୍ୟାଙ୍କ ଓ ନନ୍ ବ୍ୟାଙ୍କିଂ ଫାଇନାନ୍ସିଅଲ୍ ସର୍ଭିସେଜ୍(NBFCs) ଉପରେ ଖାସ୍ ଫୋକସ୍ କରିବେ । ଆପଣଙ୍କୁ କହିରଖୁଛୁ ଏନବିଏଫସି ସେକ୍ଟର ଆର୍ଥିକ ସମସ୍ୟା ମଧ୍ଯ ଦେଇ ଗତିକରୁଛି । ସରକାର ଏହି ସେକ୍ଟର ପାଇଁ ଆଶ୍ୱସ୍ତି ପ୍ୟାକେଜ୍ ଘୋଷଣା କରିପାରନ୍ତି । ଏହା ବ୍ୟତୀତ ରିୟଲ ଇଷ୍ଟେଟ୍ ସେକ୍ଟରରେ ହାଉସିଙ୍ଗ ସେକ୍ଟର ପାଇଁ ବଡ ପଦକ୍ଷେପ ଉଠାଯିବାର ସମ୍ଭାବନା ରହିଛି ।

MSME କୁ ନେଇ ବଡ ଘୋଷଣା
ଏହା ବ୍ଯତୀତ ସୁକ୍ଷ୍ମ, ଲଘୁ ଓ ମଧ୍ଯମ ଉଦ୍ଯୋଗ ପାଇଁ ସହଜ ସର୍ତ୍ତ ଉପରେ ଲୋନ୍ ପାଇଁ ଖାସ୍ ବ୍ଯବସ୍ଥା କରାଯାଇପାରେ । ଏହା ସହିତ ସରକାର ରୋଜଗାର ଦେବାପାଇଁ ସେକ୍ଟର ଉପରେ ଖାସ୍ ଫୋକସ୍ କରିବେ । ଖୁବ୍ ଶୀଘ୍ର ଆଶ୍ୱସ୍ତି ପ୍ୟାକେଜ୍ ଘୋଷଣା ହୋଇପାରେ ।

   ସମ୍ବନ୍ଧିତ ଖବର


କରୋନା – ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଦୀଙ୍କ ଦେହାନ୍ତ

ହାତୀ ଆଣିଦେଲେ ପତି – ସ୍ୱପ୍ନ ପୁରା କଲେ ଜୀବନ ସାଥି

ଡ୍ରଗ୍ସ ଲିଙ୍କ୍‌ରେ ୩ ଅଭିନେତ୍ରୀ – ଦୀପିକା , ସାରା ଓ ଶ୍ରଦ୍ଧାଙ୍କୁ ସମନ ଜାରି

ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଜୋକର କହି ଅଡୁଆରେ ଚୀନ୍ ଅରବପତି, ୧୮ ବର୍ଷ ଜେଲ

ପତ୍ନୀ ବାପା ଘରୁ ଆସିବାକୁ ରାଜି ହେଲେନି ବୋଲି ଏମିତି କାଣ୍ଡ କଲେ ସ୍ୱାମୀ …

ଆସନ୍ତା ୩ ଦିନରେ ଏହି ସବୁ ରାଜ୍ୟରେ ହେବ ପ୍ରବଳ ବର୍ଷା: ମୁମ୍ବାଇ ଜଳମଗ୍ନ, ସମୁଦ୍ରରୁ ଉଠିପାରେ ଉଚ୍ଚ ଲହରୀ