ସାରା ବିଶ୍ୱରେ ଫେମସ ହେବ ଖଦୀ, ଡିଜାଇନର ଡ୍ରେସ୍ ପାଇଁ ମୋଦି ସରକାର କରୁଛନ୍ତି ପ୍ଲାନ୍

ନୁଆଦିଲ୍ଲୀ ୨୫/୯: ମୋଦି ସରକାର ଖଦୀକୁ ସାରା ବିଶ୍ୱରେ ଫେମସ କରାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଖଦି ଉଦ୍ୟୋଗକୁ ବୃଦ୍ଧି କରିବା ପାଇଁ ସରକରା ଏବେ ଫ୍ୟାଶନ୍ ଡିଜାଇନର ସାହାଯ୍ଯ ନେବେ । ଏଥିପାଇଁ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଫେମସ୍ ଡିଜାଇନର ରିତୁ ବେରୀ, ରୋହିତ ବଲ୍ ଓ ଖଦୀ ଉଦ୍ୟୋଗ ସହିତ ସମ୍ପୃକ୍ତ ଅନେକ ଫେମସ୍ ବ୍ୟକ୍ତିତ୍ୱଙ୍କ ସହିତ ଏକ ମିଟିଂ କରିଛନ୍ତି ।

୩ ମାସ ଭିତରେ ସରକାର ଆଣିବେ ଖଦି ନୀତି
ସରକାର ଖଦିର ବୃଦ୍ଧି ପାଇଁ ଆଗାମୀ ୩ ମାସ ମଧ୍ୟରେ ଏକ ଖଦୀ ନୀତି ଆଣିବେ । କୁର୍ତ୍ତା-ପାଇଜାମା କିମ୍ବା ବୟସ୍କଙ୍କ ପରିଧାନ ପାଇଁ  ସମିତି ଖଦିକୁ ଗ୍ଲୋବାଲ୍ ବ୍ରାଣ୍ଡ ବନାଇବା ପାଇଁ ଉଦ୍ଦେଶ୍ୟ ରଖି ନୀତିର ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ । ଏଥିରେ ନିର୍ଦ୍ଧାରିତ କରାଯିବ ଯେ କିଭଳି ଖଦି ଉଦ୍ୟୋଗର ବାର୍ଷିକ ଟର୍ନଓଭରକୁ ଅନେକ ଗୁଣା ବଢାଯାଇପାରିବ ।

ନୀତିନ ଗଡକରୀ ଖଦି ଉଦ୍ୟୋଗର ବର୍ତ୍ତମାନ ବାର୍ଷିକ ଟର୍ନଓଭର ୨୬୦୦ କୋଟି ଟଙ୍କାରୁ ୧୦ ହଜାର କୋଟି ଟଙ୍କା ପର୍ଯ୍ଯନ୍ତ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି । ସରକାରା ଆଗାମୀ ୫ ବର୍ଷ ଭିତରେ ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଯୋଜନା କରିଛନ୍ତି । ସରକାର ଖଦି କପଡାକୁ ଡିଜାଇନର ଲୁକ୍ ଦେଇ ଏହାକୁ ସବୁ ବର୍ଗରୁ ଲୋକଙ୍କ ପାଇଁ ପ୍ରସ୍ତୁତ କରିବାର ଯୋଜନା କରିଛନ୍ତି । ଏହା ସହିତ ସପିଂ ମଲ, ଏୟାରପୋର୍ଟ, ରେଲୱେ ଷ୍ଟେସନ୍, ଇଣ୍ଟରନ୍ୟାସନାଲ୍ ବ୍ରାଣ୍ଡ୍ସ ସହିତ ଭାଗିଦାରୀ କରି ଏହାର ଜବରଦସ୍ତ ମାର୍କେଟିଂ ମଧ୍ୟ କରିବା ପାଇଁ ଚାହୁଁଛନ୍ତି ।

   ସମ୍ବନ୍ଧିତ ଖବର


ଲଦାଖ୍‌ରେ ଯବାନଙ୍କୁ ସାଲ୍ୟୁଟ୍‌ କରିଥିବା ଶିଶୁକୁ ୨.୫ଲକ୍ଷ ଦେଲା ବିଜେପି ସାଂସଦ

ବିହାର ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ବହୁ ମହାରଥୀ ଦେବେ ଅଗ୍ନି ପରୀକ୍ଷା, ଉତ୍ତର ବିହାର ଉପରେ ସମସଙ୍କ ନଜର

ତୁର୍କୀରେ ସୁନାମି, ଇଜ୍‌ମିର୍‌ ସହର ଭିତରେ ପଶିଲା ପାଣି

ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ

ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!

ଭାରତ ବିପକ୍ଷରେ କିଛି ମ୍ୟାଚ ଖେଳିବେନି ଏହି ଅଷ୍ଟ୍ରେଲିଆ କ୍ରିକେଟର, କ’ଣ ପାଇଁ ଜାଣନ୍ତୁ