PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ରେଳ ମନ୍ତ୍ରାଳୟରୁ ସମ୍ପୂର୍ଣ୍ଣ ଭାବେ ସମାପ୍ତ ହେବ ଫାଇଲ୍ କଲ୍ଚର: ରହିବନି ଗୋଟିଏ ବି ଫାଇଲ୍, ସବୁକିଛି ଡିଜିଟାଲ୍…

ନୁଆଦିଲ୍ଲୀ ୨୫/୧୨: କେନ୍ଦ୍ର ସରକାର ଏବେ ରେଳ ମନ୍ତ୍ରାଳୟରୁ ଫାଇଲ୍ କଲ୍ଚର ସମ୍ପୂର୍ଣ୍ଣ ଭାବେ ସମାପ୍ତ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି । ରେଳ ମନ୍ତ୍ରାଳୟକୁ ପେପର ଲେସ୍ କରିବା ପାଇଁ ରେଲୱେ ମେଗା ପ୍ଲାନ୍ ପ୍ରସ୍ତୁତ କରିଛି । ଏହି ପ୍ଲାନରେ ଫାଇଲ୍ କାମକୁ ସମ୍ପୂର୍ଣ୍ଣ ଭାବେ ସମାପ୍ତ କରାଯିବ ଏବଂ ମାନୁଆଲ୍ ଫାଇଲକୁ ଇ ଫାଇଲରେ ପରିବର୍ତ୍ତନ କରାଯିବ । ପ୍ରଥମ ପର୍ଯ୍ୟାୟରେ ରେଳ ମନ୍ତ୍ରାଳୟ ୭୨ ହଜାରରୁ ଅଧିକ ଇ-ଫାଇଲ ପ୍ରସ୍ତୁତ କରିଛି । ରେଲୱେ ସବୁ ଅଧିକାରୀ ଓ କର୍ମଚାରୀଙ୍କୁ ଏଥିପାଇଁ ଟ୍ରେନିଂ ଦେବା ଆରମ୍ଭ କରିଦେଇଛି । ଏମିତି ମଧ୍ୟ ଶୁଣିବାକୁ ମିଳୁଛି ଯେ ରେଳ ମନ୍ତ୍ରାଳୟର ୫୦ ହଜାରରୁ ଅଧିକ କର୍ମଚାରୀ ଇ-ଫାଇଲ୍ ସିଷ୍ଟମରେ କାମ କରିବା ଆରମ୍ଭ କରିସାରିଲେଣି ଏବଂ ଧିରେ ଧିରେ ରେଳ ମନ୍ତ୍ରାଳୟର ୱର୍କ କଲ୍ଚର ବଦଳିବାରେ ଲାଗିଛି ।

ସବୁ କର୍ମଚାରୀଙ୍କୁ ଏଥିପାଇଁ ଟ୍ରେନିଂ ଦିଆଯାଉଛି । ଏହି ଟ୍ରେନିଂର ସବୁଠାରୁ ବଡ ଫାଇଦା ଏହା ଯେ ଡିଜିଟାଲ୍ ଉପାୟରେ କାମ ହେଲେ ମାନୁଆଲ୍ ଫାଇଲ୍ ରହିବନି ଅର୍ଥାତ୍ ପେପର ସଞ୍ଚୟ ହେବ ଏବଂ ଅନ୍ୟ ବଡ ଫାଇଦା ହେଉଛି ଯେ ଫାଇଲ୍ ଅଧିକାରୀଙ୍କ ଟେବଲ ଉପରେ ପେଣ୍ଡିଂ ରହିବନି । ଏବଂ ଯେଉଁଠି ଫାଇଲ୍ ପେଣ୍ଡିଂ ରହିବ ତାହା ସହଜରେ ଜଣା ପଡିଯିବ ।

ଇ-ଫାଇଲ୍ ସିଷ୍ଟମ ହେବା ଯୋଗୁଁ ଫାଇଲରୁ ଜଲଦି ସମାପ୍ତ କରିବାରେ ସାହାଯ୍ୟ ମିଳିବ । ପ୍ରଥମ ପର୍ଯ୍ୟାୟରେ ରେଲୱେ ନିଜ ୫୮ ସଂସ୍ଥାରେ ଇ-ଅଫିସ୍ ପ୍ରସ୍ତୁତ କରିଛି । ଏହା ମାଧ୍ୟମରେ ଭାରତୀୟ ରେଳ ଇଫେକ୍ଟିଭ୍ ଉପାୟରେ ଫାଇଲ୍ ହ୍ୟାଣ୍ଡେଲ କରିପାରିବ ଏବଂ ଫାଇଲ୍ ପେଣ୍ଡିଂ ରହିବନି । ଭାରତୀୟ ରେଲୱେର ୫୮ ସଂସ୍ଥାର ୬ ମାସରୁ କମ୍ ସମୟରେ ୭୨ ହଜାରରୁ ଅଧିକ ଡିଜିଟାଲ୍ ଫାଇଲ୍ ପ୍ରସ୍ତୁତ ହୋଇଛି ଏବଂ ମାନୁଆଲ୍ ଫାଇଲକୁ ଇ-ଫାଇଲରେ ପରିବର୍ତ୍ତନ କରାଯାଇଛି । ଏହା ଉପରୋ ରେଲୱେ ଜୋରସୋରରେ କାମ ଚଳାଉଛି । ସବୁ ମାନୁଆଲ୍ ଫାଇଲକୁ ଡିଜିଟାଲ୍ ଫାଇଲରେ ପରିବର୍ତ୍ତନ କରିବା ରେଲୱେର ଲକ୍ଷ୍ୟ ।

ରେଳ ମନ୍ତ୍ରାଳୟରେ ୧୩ ଲକ୍ଷରୁ ଅଧିକ କର୍ମଚାରୀ କାମ କରନ୍ତି ଏବଂ ରେଳ ମନ୍ତ୍ରାଳୟ ପେପରଲେସ୍ ହେବା ଫଳରେ ପ୍ରତିଦିନ ଅନେକ ପେପର ବଞ୍ଚିବ । ଏହାଫଳରେ ଫାଇଦା ହେବ ଯେ ଗଛକଟା କମିବାରେ ସାହାଯ୍ୟ ମିଳିବ । ଏହି ପ୍ରୋଜେକ୍ଟକୁ ରେଲଟେଲ୍(RAILTEL) ନାମରେ ଲାଗୁକରିବ ରେଲୱେ । ରେଳ ମନ୍ତ୍ରାଳୟ କହିଛି ଯେ ରେଲଟେଲ ସମ୍ପୂର୍ଣ୍ଣ କ୍ଷମତା ସହିତ ଏହି ପ୍ରୋଜେକ୍ଟ ଉପରେ କାମ କରୁଛି । ଏବଂ ଟାଇମ୍ ଲାଇନ୍ ପୂର୍ବରୁ ରେଲଟେଲ୍ ଏହି ପ୍ରୋଜେକ୍ଟକୁ ପୂରା କରିଦେବ ।