PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ମୋଦିଙ୍କ ଭଳି ଦେଖାଯାଉଥିବା ଏହି ବ୍ୟକ୍ତି ରାଜନାଥ ସିଂହଙ୍କ ବିରୋଧରେ ଲଢିବେ ନିର୍ବାଚନ, କଂଗ୍ରେସ ପାଇଁ କରିବେ ପ୍ରଚାର

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଳି ଦେଖାଯାଉଥିବା ଅଭିନନ୍ଦନ ପାଠକ ଏଥର ଲୋକସଭା ନିର୍ବାଚନ ୨୦୧୯ରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ଅଭିନନ୍ଦନ ଗତ ଶୁକ୍ରବାର ଲକ୍ଷ୍ନୌରୁ ସ୍ବାଧୀନପ୍ରାର୍ଥୀ ଭାବରେ ନିଜର ନାମାଙ୍କନ ପତ୍ର ଦଖଲ କରିଛନ୍ତି। ଏହି ଆସନରୁ ସେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ବିରୋଧରେ ନିର୍ବାଚନ ଲଢିବେ। ଅଭିନନ୍ଦନ ୨୦୧୪ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ପାଇଁ ନିର୍ବାଚନରେ ପ୍ରଚାର କରିଥିଲେ। କିନ୍ତୁ ଏଥର ସେ କଂଗ୍ରେସ ପାଇଁ ପ୍ରଚାର କରିବେ ବୋଲି କହିଥିଲେ।

source: https://www.sakshi.com

ପ୍ରଧାନମନ୍ତ୍ରୀଙ୍କ ଭଳି ଦେଖା ଯାଉଥିବା ଅଭିନନ୍ଦନ ପାଠନ କହିଛନ୍ତି ‘ମୁଁ ବାରାଣାସୀରୁ ୨୬ ଅପ୍ରେଲରେ କାଗଜ ଦାଖଲ କରିବି। ମୁଁ ଡମି କ୍ୟାଣ୍ଡିଡେଟ୍ ନୁହେଁ କିମ୍ବା କାହା ବିରୋଧରେ ନାହି, କେବଳ ଜୁମଲା ବିରୋଧରେ ରହିଛି।   ମୁଁ  ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ସମର୍ଥନ କରିବି। ସେ କହିଛନ୍ତି ମୋତେ ଲୋକମାନେ ଅଭିଶାପ ଦେଉଛନ୍ତି ଓ ପିଟୁଛନ୍ତି। ଏହି କାରଣରୁ ମୁଁ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ଓ କଂଗ୍ରେସ ପାଇଁ ପ୍ରଚାର କରିବାର ନିଷ୍ପତ୍ତି ନେଇଛି। ଏଥିପାଇଁ ତାଙ୍କୁ ଉତ୍ତର ପ୍ରଦେଶର କଂଗ୍ରେସ ଅଧ୍ୟକ୍ଷ ରାଜ ବବର ମଧ୍ୟ ଅନୁମତି ଦେଇସାରିଛନ୍ତି। ଏହା ସହ ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ସାରା ବିଶ୍ବରେ ଭାରତର ଏକ ଭଲ ଛବି ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ମୋର ଅଭିଯୋଗ ଦଳ ବିରୋଧରେ, ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନୁହେଁ।’

source: https://newstrack.com

ଏହା ପୂର୍ବରୁ ଉତ୍ତରପ୍ରଦେଶର ସହାରନପୁର ଠାରେ ରହୁଥିବା ଅଭିନନ୍ଦନ ପୂର୍ବରୁ କହିସାରିଛନ୍ତି ସେ ବିଜେପି ପାଇଁ ପ୍ରଚାର କରିବେ ନାହିଁ। ତାଙ୍କ ମତରେ ଏଭଳି କରିବା ଦ୍ବାରା ସେ ସରକାରଙ୍କ ବିରୋଧରେ ସର୍ବଜନୀନ କ୍ରୋଧର ସାମନା କରିବାକୁ ପଡିଛି। ମୁଁ ଦେଖିଛି ଆଶ୍ଚର୍ଯ୍ୟ ଯେ ପ୍ରଧାନମନ୍ତ୍ରୀ ମୋଦି ଯାହା ଭାବନ୍ତି ଓ କହନ୍ତି, ବିଜେପି ବାସ୍ତବରେ ଏହାର ବୀପରୀତରେ କାମ କରିଥାଏ। ଲୋକ ମୋତେ ପଚାରନ୍ତି ’ଅଛେ ଦିନ କେବେ ଆସିବ’? ଏହି ବର୍ଷ ଆରମ୍ଭରୁ ଅଭିନନ୍ଦନ ପାଠନ ଗୋରଖପୁର ଉପନିର୍ବାଚନ ବେଳେ ବିଜେପି ପଇଁ ଡୋର ଟୁ ହୋର କ୍ୟାମ୍ପେନିଂରେ ଭାଗ ନେଇଥିଲେ, କିନ୍ତୁ ଶେଷରେ ଦଳକୁ ପରାଜୟର ସାମନା କରିବାକୁ ପଡିଥିଲା।

ସମ୍ବନ୍ଧିତ ଖବର