ଟ୍ୱିଟରରେ ଦିଆଯାଇଥିବା ଏକ ଚାଲେଞ୍ଜକୁ ଗ୍ରହଣ କରି ସେ ଏହାର ଜବାବ ରଖିଲେ ପ୍ରଧାନମନ୍ତ୍ରୀ

https://zeenews.india.com/
ନୂଆଦିଲ୍ଲୀ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରୁହନ୍ତି ବୋଲି ସମସ୍ତେ ଜାଣନ୍ତି । ଏବେ କିନ୍ତୁ ଏକ ଘଟଣାରୁ ଏହା ପ୍ରମାଣିତ ହୋଇଛି । ଟ୍ୱିଟରରେ ଦିଆଯାଇଥିବା ଏକ ଚାଲେଞ୍ଜକୁ ଗ୍ରହଣ କରି ସେ ଏହାର ଜବାବ ରଖିଛନ୍ତି । ଟ୍ୱିଟରରେ ‘ଲଷ୍ଟ ଟେମ୍ପଲସ’ ଆକାଉଣ୍ଟ ଦ୍ୱାରା ଏକ ଫଟୋ ଅପଲୋଡ୍ କରାଯାଇଥିଲା । ସେଥିରେ ନଦୀ କୂଳରେ ଥିବା ଏକ ଭବ୍ୟ ମନ୍ଦିରକୁ ଦେଖାଯାଇଥିଲା । ସେଥିରେ ପ୍ରଶ୍ନ କରାଯାଇଥିଲା କି କେହି ଏହି ଫଟୋ ଦେଖି ଏହା କେଉଁ ସହରର ବୋଲି ଚିହ୍ନିପାରିବେ କି? ଏହି ଫଟୋ ଏବଂ ତତ୍ ସମ୍ପର୍କିତ ପ୍ରଶ୍ନ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟି ପଡିଥିଲା । ସେ ଟ୍ୱିଟ୍ କରି ଜବାବ ଦେଲେ ଯେ ମୁଁ ଏହାର ଉତ୍ତର ଦେଇପାରିବି । ଏହା ହେଉଛି କାଶୀର ପ୍ରସିଦ୍ଧ ରତ୍ନେଶ୍ୱର ମହାଦେବ ମନ୍ଦିର ।
କିଛି ବର୍ଷ ତଳେ ମୁଁ ହିଁ ଏହି ଫଟୋଟିକୁ ଅନଲାଇନରେ ସେୟାର କରିଥିଲି । ଆନ୍ଧ୍ର ଯୁବତୀଙ୍କ ପ୍ରସ୍ତାବକୁ ମୋଦିଙ୍କ ପ୍ରଶଂସା ଆନ୍ଧ୍ରପ୍ରଦେଶର ଜଣେ ଯୁବତୀ ରିଷିତା ଜଲାଡିଙ୍କ ଦ୍ୱାରା ଦେଶରୁ ଦାରିଦ୍ର୍ୟ ଦୂରୀକରଣ ପାଇଁ ଦିଆଯାଇଥିବା ଏକ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି । ନୂଆଦିଲ୍ଲୀରେ ଆୟୋଜିତ ନ୍ୟାସନାଲ ୟୁଥ ପାର୍ଲିଆମେଣ୍ଟ ଫିଷ୍ଟିଭାଲରେ ବିଏସସି ଶେଷ ବର୍ଷ ଛାତ୍ରୀ ରିଷିତା ଉକ୍ତ ପ୍ରସ୍ତାବ ଦେଇଥିଲେ । ୪ ମିନିଟର ଭାଷଣରେ ସେ କହିଥିଲେ ଯେ ଦେଶରୁ ଦାରିଦ୍ର୍ୟ ଦୂର କରିବାକୁ ହେଲେ ସରକାର ୟୁନିଭର୍ସାଲ ବେସିକ୍ ଇନକମ୍( ସାର୍ବଜନୀନ ସର୍ବନିମ୍ନ ଆୟ) ବ୍ୟବସ୍ଥା ଲାଗୁ କରନ୍ତୁ ।