ପାକିସ୍ତାନରେ ମୋଦୀଙ୍କ ସମର୍ଥନରେ ଲକ୍ଷ ଲକ୍ଷ ଲୋକ- ପ୍ଲା କାର୍ଡ ଧରି କଲେ ବିକ୍ଷୋଭ

ନୂଆଦିଲ୍ଲୀ- ପାକିସ୍ତାନରେ ମୋଦୀଙ୍କ ସମର୍ଥନରେ ରାଲି । ଏପରି ଘଟଣା ସିନ୍ଧ ଅଞ୍ଚଳରେ ଘଟିଛି । ସିନ୍ଧି ରାଷ୍ଟ୍ରବାଦୀଙ୍କ ପ୍ରତିଷ୍ଠାତା ଜିଏମ୍ ସୟିଦଙ୍କ ୧୧୭ ତମ ଜନ୍ମ ବାର୍ଷିକ ପାଳନ ଅବସରରେସିନ୍ଧିକୁ ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ଚାହୁଁଥିବା ବିକ୍ଷୋଭକାରୀମାନେ ମୋଦୀଙ୍କ ପ୍ଲା କାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସିନ୍ଧୁ ଦେଶର ସ୍ୱାଧୀନତା ପାଇଁ ଭାରତର ପ୍ରଧାନମନ୍ତ୍ରୀଙ୍କ ସହ ଅନ୍ୟ ଦେଶର ପ୍ରଧାନମନ୍ତ୍ରୀମାନଙ୍କର ପ୍ଲାକାର୍ଡ ଧରି ପ୍ରଦର୍ଶନ କରିଛନ୍ତି । ଏହି ବିଶାଳ ରାଲିରେ ଲକ୍ଷ ଲକ୍ଷ ଲୋକ ସାମିଲ ହୋଇଥିଲେ । ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକଙ୍କ ଅନୁାରେ ସିନ୍ଧି ଘାଟୀର ସ୍ୱତନ୍ତ୍ର ସଭ୍ୟତା ସ୍ୱତନ୍ତ୍ର । ଏହା ବୈଦିକ ଧର୍ମର ଉତ୍ପତ୍ତିସ୍ଥଳମାନଙ୍କ ମଧ୍ୟରୁ ଅନ୍ୟତମ । ଏହାକୁ ବ୍ରିଟିଶ୍ମାନେ ଭାରତ ଛାଡିବା ସମୟରେ ପାକିସ୍ତାନକୁ ପ୍ରଦାନ କରିଥିଲେ ।
ସିନ୍ଧୁ ସଭ୍ୟତା ଉପରେ ଅନେକ ଆକ୍ରମଣ କରାଯାଇଛି । ହେଲେ ଏବେବି ଏହାର ଇତିହାସ, ସଂସ୍କୃତି ସ୍ୱତନ୍ତ୍ରତା ବଜାୟ ରହିଛି । ଏହା ନିଜର ଐତିହାସିକ ଏବଂ ସଂସ୍କୃତିକ ପରିଚୟ ବଜାୟ ରଖିଛି । ଏହି ବିକ୍ଷୋଭର ନେତୃତ୍ୱ ନେଉଥିବା ସିନ୍ଧୁ ମୁତହିଦା ମହାଜର ଅଧ୍ୟକ୍ଷ ଶଫି ମହମ୍ମଦ ବୁରଫାତ ସିନ୍ଧୁ ସଭ୍ୟତା ଏବଂ ସଂସ୍କୃତି ଏବେ ବି ସେଠାକାର ଲୋକଙ୍କ ମଧ୍ୟରେ ବଞ୍ଚି ରହିଥିବା କଥା ପ୍ରକାଶ କରିଛନ୍ତି । ସେ ଏହି ବିକ୍ଷୋଭର ନେତୃତ୍ୱ ନେଇଥିଲେ । ଏଥିପାଇଁ ସେ ମୋଦୀଙ୍କ ପୋଷ୍ଟର ଧରି ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ଓହ୍ଲାଇଥିଲେ ।
ସିନ୍ଧୁର ଲୋକାମାନେ ଦର୍ଶନଶାସ୍ତ୍ର, ଉଦ୍ୟୋଗ , ସାମୁଦ୍ରିକ ଏବଂ ନାବିକ ଶାସ୍ତ୍ର ଗଣିତରେ ବେଶ୍ ଉତ୍କଷତା ଲାଭ କରିଥିଲେ । ମାତ୍ର ଏବେ ଏହା ଧର୍ମାନ୍ଧରେ ବାନ୍ଧି ହୋଇ ରହିଛି । ଏଥି ପାଇଁ ସ୍ଥାନୀୟ ବାସିନ୍ଦା ଏଙାର ସ୍ୱତନ୍ତ୍ରତା ଚାହୁଁଛନ୍ତି ।
ସିନ୍ଧୁର ଲୋକାମାନେ ଏବେ ସ୍ୱତନ୍ତ୍ରତା ପାଇଁ ସ୍ୱତନ୍ତ୍ର ରାଷ୍ଟ୍ରର ଦାବି କରୁଛନ୍ତି ।