PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାହାକୁ ଆଧାର କାର୍ଡ ପଠାଇବା ପୂର୍ବରୁ ହୋଇଯାନ୍ତୁ ସାବଧାନ , ନୂଆ ଆଡଭାଇଜରୀ ଜାରି କଲେ ସରକାର , ହୋଟେଲ ଓ ସିନେମା ହଲ୍ ପରି ସଂସ୍ଥାକୁ ଆଧାର କପି ଦିଅନ୍ତୁ ନାହିଁ
  • ||
  • ୪ ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା : ପୁଣି ରାଜ୍ୟସଭା ଯିବେ ସସ୍ମିତ ପାତ୍ର, ୩ ନୂଆ ମୁହଁଙ୍କୁ ସୁଯୋଗ
  • ||
  • ଭୁବନେଶ୍ଵର : କେରଳ ଛୁଇଁଲା ମୌସୁମୀ ବାୟୁ
  • ||
  • ନେପାଳରେ ଯାତ୍ରୀବାହୀ ବିମାନ ତାରା ଏୟାର ୯ NAET ର ମିଳୁନି ପତ୍ତା , ୪ ଭାରତୀୟଙ୍କ ସମେତ ୧୯ ଯାତ୍ରୀ ଥିବା ସୂଚନା
  • ||
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ମୋତେ ୫ ବର୍ଷ ପାଇଁ ସୁଯୋଗ ଦିଅନ୍ତୁ, ପରିବର୍ତ୍ତନ କାହାକୁ କୁହାଯାଏ ମୁଁ ଦେଖାଇଦେବି: ମୋଦି

ଭୁବନେଶ୍ୱର ୧୬/୪: ରାଜଧାନୀରେ ନରେନ୍ଦ୍ର ମୋଦି । ବରମୁଣ୍ଡା ପଡିଆରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ବିଜେପି ନେତା, କର୍ମୀ ଓ ସାଧାରଣ ଜନତାଙ୍କ ପକ୍ଷରୁ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା । ବାଜା, ବାଣ ଓ ବିଶାଳ ଜନସମାଗମରେ ମୋଦି ରୋଡ ଶୋ’ କରିଥିଲେ । ରୋଡ ଶୋ’ ବରମୁଣ୍ଡା ପଡିଆରେ ପହଞ୍ଚିଥିଲା । ସେଠାରେ ମୋଦି ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ଯୋଗଦେଇ ଅଭିଭାଷଣ ରଖିଥିଲେ ।

ଓଡିଶାବାସୀ ଓ ଭୁବନେଶ୍ୱରବାସୀଙ୍କୁ ଧନ୍ୟବାଦ ଜଣାଇ ନିଜ ଭାଷଣ ଆରମ୍ଭ କଲେ ମୋଦି । ରୋଡ୍ ସୋରେ ରାଜ୍ଯର ସଂସ୍କୃତି ଓ ପରମ୍ପରା ଦେଖିବାକୁ ମିଳିଲା ବୋଲି କହିଲେ ନମୋ । ରାଜ୍ୟରେ ସମସ୍ତେ ପଦ୍ମ ଚିହ୍ନିତ ଡବଲ ଇଞ୍ଜିନ୍ ଆଣିବାକୁ ଚାହୁଁଛନ୍ତି । ଗୋଟିଏ ଦିଲ୍ଲୀରେ ଏବଂ ଅନ୍ଯଟି ଭୁବନେଶ୍ୱରରେ । କିଛି ଲୋକଙ୍କୁ ଏହି ଡବଲ ଇଞ୍ଜିନ ଯୋଗୁଁ ବହୁତ ଚିନ୍ତା ହେଉଛି । ସେମାନେ ଭାବୁଛନ୍ତି ଏହା ଅସମ୍ଭବ । କିନ୍ତୁ ଏହା ସ୍ପଷ୍ଟ ଦେଖାଯାଉଛି ଯେ ଓଡିଶାବାସୀ ଏହା ସମ୍ଭବ କରି ଦେଖାଇବେ । ବିରୋଧୀଙ୍କୁ ଟାର୍ଗେଟ୍ କରି ମୋଦି କହିଲେ ଯେ ମେଣ୍ଟ ମୋଦି ହଟାଓ ନାରା ଲଗାଉଛନ୍ତି । ଦଳରେ କିଛି ମିଶନ ନାହିଁ କିମ୍ବା ନେତାଙ୍କ କିଛି ଭିଜନ ନାହିଁ । ସେମାନେ ଦେଶ ବଞ୍ଚାଇବା ପାଇଁ ଚାହୁଁନାହାନ୍ତି କିନ୍ତୁ ମୋଦି ହଟାଇବା ପାଇଁ ଚାହୁଛନ୍ତି । ଆପଣ ହଟେଇଭାକୁ ଦେବେ କି, କୁହନ୍ତୁ ଦେବେ କି ବୋଲି ନିଜ ଷ୍ଟାଇଲରେ ପ୍ରଶ୍ନ କରିଥିଲେ ନମୋ ।

କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ମୋଦି । ସେ କହିଛନ୍ତି ଯେ ଯେତେବେଳେ କଂଗ୍ରେସ ସରକାର ସମୟରେ ଦେଶରେ ଆତଙ୍କବାଦୀ ଆକ୍ରମଣ ହେଉଥିଲା ସେତେବେଳେ ଚୁପ୍ ରହୁଥିଲା ସରକାର । ସେ ସମୟର ସରକାର ଦେଶର ଜନତାଙ୍କୁ ଭରସା କରୁନଥିଲା କିମ୍ବା ସରକାରର ନିଜ ଉପରେ ମଧ୍ଯ ବିଶ୍ୱାସ ମଧ୍ଯ ନଥିଲା । କଂଗ୍ରେସ କ୍ଷମତା ପାଇଁ ରାଜ୍ଯ, ଦେଶ, ବନ୍ଦେ ମାତରମକୁ ଖଣ୍ଡଖଣ୍ଡ କରୁଥିଲା । ଭାଇକୁ ଭାଇ ସହିତ, ଜାତିକୁ ଜାତି ସହିତ, ସମ୍ପ୍ରଦାୟକୁ ସମ୍ପ୍ରଦାୟ ସହିତ ଲଢାଇ ଲଗାଇ ଅଲଗା କରିଦେଉଥିଲା କଂଗ୍ରେସ । କିନ୍ତୁ ଏବେ କଂଗ୍ରେସର ଏହି ଯୋଜନା ଆଗରେ ଦିୱାର ହୋଇ ଠିଆ ହୋଇଛି ଚୌକିଦାର । ଏବେ ସାରା ବିଶ୍ୱ ନୂଆ ହିନ୍ଦୁସ୍ତାନକୁ ଚିହ୍ନି ସାରିଲାଣି । ନୂଆ ହିନ୍ଦୁସ୍ତାନ ଏବେ ଘରେ ପଶି ମାରୁଛି । ମାରୁଛି କି ମାରୁନି, ମାରୁଛି କି ମାରୁନି ବୋଲି ପ୍ରଶ୍ନ କରିଥିଲେ ମୋଦି । ଏବେ କ୍ଷତ ଶୁଖିବା ଆଗରୁ ପ୍ରତିଶୋଧ ନେଉଛି ଭାରତ । ଏବେ ହିନ୍ଦୋସ୍ତାନ କେବଳ ଦେଶରେ ନୁହେଁ, ସାରା ବିଶ୍ୱରେ ଶାନ୍ତି ଆଣିବାର ଯୋଜନା କରୁଛି । ଆତଙ୍କବାଦ କେବଳ କିଛି ଦେଶରେ କେବଳ ଗୋଟିଏ ନାଁ ହୋଇ ରହିଯାଇଛି । ଏବେ ଦେଶ ସହିତ ଓଡିଶା ମଧ୍ଯ ଉନ୍ନତି ପଥରେ ଆଗେଇବ ଏବଂ ସଶକ୍ତ ହେବ ବୋଲି କହିଛନ୍ତି ମୋଦି ।

ବିଜେଡିକୁ ମଧ୍ଯ ଟାର୍ଗେଟ୍ କରିଛନ୍ତି ମୋଦି । ସେ ଜନଗହଳିକୁ ସମ୍ବୋଧନ କରି କହିଛନ୍ତି ଯେ ଆପଣମାନେ ଜଣଙ୍କୁ ୨୦ ବର୍ଷ ସୁଯୋଗ ଦେଇ ଦେଖିଦେଲେ । ଦେଖିଲେ କି ନାହିଁ, ଦେଖିଲେ କି ନାହିଁ ବୋଲି ନିଜ ଷ୍ଟାଇଲରେ ପ୍ରଶ୍ନ କଲେ । ଭିଡରୁ ଉତ୍ତର ଶୁଭିଲା ହଁ । ଏହା ପରେ ସେ କହିଲେ ଯେ ଲାଇବ୍ରେରୀରେ ମଧ୍ଯ ହଜାର ହଜାର ବହି ଥାଏ । କିନ୍ତୁ ସେଥିରେ ଦେଶ ବଦଳେନି । ୨୦ ବର୍ଷରେ ଓଡିଶାରେ ଯେତେ ବିକାଶ ହେବା କଥା କଣ ହୋଇଛି ବୋଲି ପ୍ରଶ୍ନ କଲେ । ରାଜଧାନୀ ଭାବରେ ଭୁବନେଶ୍ୱରର କେତେ ବିକାଶ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି । ଗତ ୫ ବର୍ଷରେ ଏଠାକାର ଇନଫ୍ରାଷ୍ଟକ୍ଚର ପାଇଁ ୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ରାସ୍ତା, ବିଜୁଳି, ପର୍ଯ୍ୟଟନ ଆଦି ପାଇଁ ଅନେକ ଟଙ୍କା ଖର୍ଚ୍ଚ ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶାରେ ୮ ଲକ୍ଷ ଗରିବ ପରିବାରକୁ ବାସଗୃହ ମିଳିଛି । ଯଦି ଏଠିକା ସରକାର ସାହାଯ୍ୟର ହାତ ବଢାଇଥାନ୍ତେ ତେବେ ଏହା ୩ ଗୁଣ ବଢିଥାନ୍ତା । କିନ୍ତୁ ଏଠି ସବୁକାମ ଅତି ଧିରେଧିରେ ହେଉଛି । ଯଦି ଆପଣ ୫ ବର୍ଷ ପାଇଁ ମୋତେ ସୁଯୋଗ ଦେବେ ପରିବର୍ତ୍ତନ କଣ ମୁଁ ଦେଖାଇଦେବି । ଯଦି ୫ ବର୍ଷରେ ଏତେବଡ ଭାରତକୁ ବଦଳାଯାଉଛି ତେବେ ଓଡିଶାକୁ କେଉଁଠି ନେଇ ପହଞ୍ଚାଯାଇପାରିବ । ଦେଶରେ ବିଭିନ୍ନ ସରକାର ଆସିଥିଲା । ବଂଶବାଦ, ପରିବାରବାଦ ଭଳି ସରକାର ଆସିଥିଲା । କିନ୍ତୁ ବିଜେପି ସରକାର କାମ ଆପଣ ଦେଖୁଥିବେ । ବିଜେପି ଯେଉଁଠି ବି କାମ କରିବାର ସୁଯୋଗ ପାଇଛି ସେଠାରେ ଲୋକଙ୍କ ମନରେ ବିଜେପି ରେଜିଷ୍ଟର ହୋଇଯାଇଛି ବୋଲି କହିଛନ୍ତି ନମୋ ।

ମୋଦି ଆହୁରି କହିଛନ୍ତି ଯେ ତାଙ୍କ ସ୍ୱପ୍ନ ରହିଛି, ୨୦୨୨ ଅର୍ଥାତ୍ ସ୍ୱାଧୀନତାର ୭୫ ବର୍ଷରେ ଭାରତରେ ଜଣେ ବି ବେଘର ପକ୍କା ଘର ବିନା ରହୁନଥିବା । ଏଠାରେ ୩୫ ଲକ୍ଷରୁ ଅଧିକ ମହିଳାଙ୍କୁ ଉଜ୍ଜଲା ଯୋଜନାରେ ମାଗଣାରେ ଗ୍ୟାସ୍ କନେକ୍ସନ ଦିଆଯାଇଛି । ନୂଆ ସରକାର ଆସିବା ପରେ ଏହା ଆହୁରି ଅଧିକ ହେବ ବୋଲି ଗ୍ୟାରେଣ୍ଟି ଦେଇଛନ୍ତି ମୋଦି । ଓଡିଶାରେ ପାନୀୟ ଜଳ ସମସ୍ୟାକୁ ସୁଧରାଯିବ ।  ୨୩ ମେରେ ନିର୍ବାଚନର ଫଳାଫଳ ଆସିବ । ଯେତେବେଳେ ୨୩ରେ ପୁଣି ମୋଦି ସରକାର ଆସିବ ସେତେବେଳେ ଏହା ଦ୍ରୁତ ଗତିରେ ଦୌଡିବ । ଓଡିଶାର ଲକ୍ଷଲକ୍ଷ ଗରିବ ପରିବାରକୁ ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା କୌଣସି ବି ମେଡିକାଲରେ ମିଳିଥାନ୍ତା । କିନ୍ତୁ ମିଳିଲାନି । କାରଣ ଭୁବନେଶ୍ୱରରେ ବସିଥିବା ରାଜ୍ୟ ସରକାର । ମୁଁ ଗ୍ଯାରେଣ୍ଟି ଦେଉଛି ଯେତେବେଳେ ୨୩ ତାରିଖରେ ଯେତେବେଳେ ବିଜେପି ସରକାର ଭୁବନେଶ୍ୱରରେ ଓ ଦିଲ୍ଲୀରେ ଆସିବ ଆୟୁଷ୍ମାନ ଭାରତ ଯୋଜନା ଓଡିଶାରେ ମଧ୍ୟ ଲାଗୁ କରାଯିବ । ଗରିବ ବ୍ୟକ୍ତି ମଧ୍ଯ ବଡ ମେଡିକାଲରେ ଚିକିତ୍ସିତ ହେବ । ଖର୍ଚ୍ଚ ସରକାର ଦେବ । ଓଡିଶାରେ ୫୦ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାରେ ଜମା କରୁଛି କେନ୍ଦ୍ର ସରକାର । ଏପର୍ୟ୍ୟନ୍ତ ସାଢେ ୮ ଲକ୍ଷ ଚାଷୀଙ୍କ ଖାତାରେ ପ୍ରଥମ କିସ୍ତ ଜମା ମଧ୍ଯ ହୋଇସାରିଲାଣି । କିନ୍ତୁ ଏଠିକା ସରକାରଙ୍କ ଦ୍ୱାରା କେବଳ ଛୋଟ କାମଟିଏ ହୋଇପାରିଲାନି । ଚାଷୀଙ୍କ ତାଲିକା ଓ ବ୍ଯାଙ୍କ ଆକାଉଣ୍ଟ ଦେଉନାହାନ୍ତି ରାଜ୍ଯ ସରକାର । ହାରିବା ଭୟରେ ବିଜେଡି ମିଛ ପ୍ରଚାର କରୁଛି ବୋଲି ମଧ୍ଯ କହିଛନ୍ତି ମୋଦି । ଆମେ କେବଳ ଭ୍ରଷ୍ଟାଚାର, ଦଲାଲୀ ଓ ଦଲାଲଙ୍କୁ ବନ୍ଦ କରୁ, ଯୋଜନା ନୁହେଁ ବୋଲି କହିଲେ ମୋଦି ।

ଖୋର୍ଦ୍ଧା ବିଜେପି ନେତା ମଙ୍ଗୁଳି ଜେନାଙ୍କ ହତ୍ଯା ପ୍ରସଙ୍ଗ ମଧ୍ଯ ଉଠାଇଲେ ମୋଦି । ଗୁଣ୍ଡାମାନେ ନିଜ ହାତରୁ କ୍ଷମତା ଯାଉଥିବା ଦେଖି ଏଭଳି କାଣ୍ଡ ଘଟାଇଛନ୍ତି । ଏବେଠୁ ଚୌକିଦାରକୁ ଡରିଲେଣି । ଏହି ଗୁଣ୍ଡାରାଜରୁ ଓଡିଶାକୁ ମୁକ୍ତ କରି ଶାନ୍ତି ଦେବ ବିଜେପି ସରକାର । ମାତ୍ର ଥରେ ଭୋଟ୍ ଦେଇ ଦିଅନ୍ତୁ ଆଉ ଦେଖନ୍ତୁ ରାଜ୍ଯରେ ଶାନ୍ତି ଆସିବ । ରାଜ୍ଯରେ ବିଜେପି ସରକାର ଆସିଲେ ନିଶ୍ଚିତ ଅପରାଧୀଙ୍କୁ ଦଣ୍ଡ ମିଳିବ । ଓଡିଶାର ଉଜ୍ଜଳ ଭବିଷ୍ୟ ପାଇଁ ପଦ୍ମ ଚିହ୍ନରେ ବଟନ୍ ଦବାନ୍ତୁ ବୋଲି ଉଦବୋଧନ ଦେଇଛନ୍ତି ମୋଦି ।

ସମ୍ବନ୍ଧିତ ଖବର