PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

୨୦୧୯ରେ ମୋଦି-ଶାହଙ୍କ ସେହି ୫ ଐତିହାସିକ ନିଷ୍ପତ୍ତି ଯାହା ବଦଳାଇଦେଲା ଦେଶର ଇତିହାସ

ନୁଆଦିଲ୍ଲୀ ୧୨/୧୨: ସଂସଦରେ ନାଗରିକତା ସଂଶୋଧନ ବିଲ୍ ପାସ୍ କରାଇବା ସହିତ ମୋଦି ୨.୦ ସରକାର ଅନେକ ବଡ ଚାଲେଞ୍ଜପୂର୍ଣ୍ଣ ଏବଂ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ।  ନିଜ ଦ୍ୱିତୀୟ କାର୍ଯ୍ୟକାଳରେ ମୋଦି-ଶାହଙ୍କ ଯୋଡି ଅନେକ କ୍ରାନ୍ତିକାରୀ ନିଷ୍ପତ୍ତି ନେଇଛନ୍ତି । ସାରା ଦେଶ ଗତ ୭୦ ବର୍ଷ ହେଲାଣି ଯେଉଁ ସ୍ୱପ୍ନ ଦେଖିଆସୁଥିଲା ତାକୁ ମୋଦି ସରକାର ପୂରଣ କରିଦେଲେ ।

ମୋଦି ସରକାର ନିଜ ଦ୍ୱିତୀୟ କାର୍ଯ୍ୟକାଳରେ ଜମ୍ମୁ-କଶ୍ମୀରରୁ ଆର୍ଟିକଲ୍ ୩୭୦ ହଟାଇବା, ନାଗରିକତା ସଂଶୋଧନ ବିଲ୍ ଆଣିବା ଓ ୩ ତଲାକ୍ ବିରୁଦ୍ଧରେ ଆଇନ୍ ପ୍ରଣୟନ ନେଇ କଥା ଦେଇଥିଲେ । ଏହାକୁ ପୂରଣ କରିବା ପରେ ଏବେ ମୋଦି ସରକାର ସମାନ ନାଗରିକ ସଂହିତା ବିଲ୍ ଓ ଜନସଂଖ୍ୟା ନିୟନ୍ତ୍ରଣ ଆଇନ୍ ଉପରେ ମଧ୍ୟ କାମ ଆରମ୍ଭ କରିବାକୁ ଯାଉଛନ୍ତି । ଶୀତକାଳୀନ ଅଧିବେଶନରେ ନାଗରିକତା ସଂଶୋଧନ ବିଲ୍ ଉପରେ ନୂଆ ଆଇନ୍ ପ୍ରସ୍ତୁତ କରି ମୋଦି ସରକାର ଏହା ପ୍ରମାଣ କରିଦେଇଛନ୍ତି ଯେ ୨୦୨୪ ସୁଦ୍ଧା ସେ ନିଜର ସମସ୍ତ ରାଜନୈତିକ ଏଜେଣ୍ଡା ପୂରା କରିଦେବେ । ତେବେ ଆସନ୍ତୁ ଦେଖିବା ୨୦୧୯ରେ ମୋଦି ସରକାରଙ୍କ ଦ୍ୱାରା ନିଆଯାଇଥିବା ସେହି ୫ଟି ଐତିହାସିକ ନିଷ୍ପତ୍ତି …

୨୦୧୯ରେ ମୋଦି ସରକାରଙ୍କ ଦ୍ୱାରା ନିଆଯାଇଥିବା ଐତିହାସିକ ନିଷ୍ପତ୍ତି
୧. ଶରଣାର୍ଥୀଙ୍କ ପାଇଁ ନାଗରିକତା ସଂଶୋଧନ ବିଲ୍
୨. ଜମ୍ମୁ-କଶ୍ମୀରରୁ ଆର୍ଟିକଲ୍ ୩୭୦ ହଟାଇବା ନିଷ୍ପତ୍ତି
୩. ଜମ୍ମୁ-କଶ୍ମୀର ଓ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ ଗଠନ କରିବା ନିଷ୍ପତ୍ତି
୪. ଟ୍ରିପଲ୍ ତଲାକ୍ ବିରୁଦ୍ଧରେ ଆଇନ୍
୫. ଆତଙ୍କ ବିରୁଦ୍ଧରେ NIA ଓ UAPA ଆଇନ୍

ନାଗରିକା ସଂଶୋଧନ ବିଲ୍ ଉପରେ ଲୋକସଭାରେ ତର୍କ ସମୟରେ ଯେତେବେଳେ କଂଗ୍ରେସ, ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲା ନିଜେ ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ଯେ ସେ ଦେଶର ହିତ ପାଇଁ ନିଷ୍ପତ୍ତି ନେଉଛନ୍ତି ଏବଂ ଆଗକୁ ମଧ୍ୟ ନେବେ । ତେବେ ଏଥିରୁ ଜଣାପଡୁଛି ଆଗକୁ ସମାନ ନାଗରିକ ସଂହିତା ବିଲ୍ ଓ ଜନସଂଖ୍ୟା ନିୟନ୍ତ୍ରଣ ଆଇନ୍ ନେଇ ମଧ୍ୟ ଆଇନ୍ ପ୍ରଣୟନ ହୋଇପାରେ ।

ସମ୍ବନ୍ଧିତ ଖବର