PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସ: ଭାରତୀୟ ମହିଳା ହକି ଟିମ୍‌ ଜର୍ମାନୀ ଠାରୁ ୨-୦ରେ ହାରିଲା
  • ||
  • ଆନନ୍ଦପୁର : ଗାଧୋଇବା ବେଳେ ଅଘଟଣ, କେନାଲରେ ବୁଡ଼ି ଯୁବକ ମୃତ
  • ||
  • ଭୁବନେଶ୍ଵର : ରାଜଧାନୀରେ ପୁଣି ଆତଙ୍କରାଜ, ୨ ଯୁବକଙ୍କୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
  • ||
  • ନୂଆଦିଲ୍ଲୀ: ମୀରାବାଈ ଚାନୁଙ୍କୁ ମିଳିପାରେ ସ୍ବର୍ଣ୍ଣ ପଦକ, ଝିହୁଇ ହୋଙ୍କର ହେବ ଆଣ୍ଟି ଡୋପିଂ ଟେଷ୍ଟ
  • ||
  • କୋରାପୁଟ: ଭ୍ୟାନରୁ ୧.୮ଲକ୍ଷ ଟଙ୍କା ସହ କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ଜୟପୁର ସଦର ପୋଲିସ, ଜଣେ ଗିରଫ
  • ||
  • ସମ୍ବଲପୁର: ବଲାଙ୍ଗୀର ଏନ୍‌ଏଚ୍‌ ଲୁଟ ଘଟଣା, ୬ କୁଖ୍ୟାତ୍ ଟ୍ରକ୍ ଲୁଟେରାଙ୍କୁ ଗିରଫ କଲା ପୋଲିସର ସ୍ବତନ୍ତ୍ର ସ୍କ୍ବାର୍ଡ
  • ||
  • ସମ୍ବଲପୁର: ପୁଣି ଖୋଲିଲା ହୀରାକୁଦ ଡ୍ୟାମ୍‌ର ୨ ଗେଟ୍‌, ମୋଟ ୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ୟେଦିୟୁରପ୍ପା
  • ||
  • ଭୁବନେଶ୍ୱର : ତୃତୀୟ ଲହରୀ ଆସିବାର ଏପର୍ଯ୍ୟନ୍ତ କୌଣସି ଲକ୍ଷଣ ନାହିଁ, ସ୍ଥିତି ଦେଖି ଅନ୍‌ଲକ୍‌ ନିଷ୍ପତ୍ତି : ଡିଏମ୍‌ଇଟି
  • ||
  • ନୂଆଦିଲ୍ଲୀ: ମହାରାଷ୍ଟ୍ର ସଦନରେ ଅଗ୍ନିକାଣ୍ଡ, ନିଆଁଲିଭା କାର୍ଯ୍ୟରେ ୪ଟି ଦମକଳ ଗାଡ଼ ନିୟୋଜିତ
  • ||
  • ସାଲେପୁର: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ସ୍ଵାମୀ-ସ୍ତ୍ରୀ ଗୁରୁତର
  • ||
  • ଭୁବନେଶ୍ୱର: ଓଡ଼ିଶାରେ କମୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ୧୬୩୭ ଜଣ କରୋନା ପଜିଟିଭ ଚିହ୍ନଟ
  • ||
  • ଭୁବନେଶ୍ୱର: ଖୋଲିଲା ସ୍କୁଲ, ପାଠପଢ଼ା ଆରମ୍ଭ କଲେ ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀ
  • ||
  • ଭୋଗରାଇ : ନଦୀ ଘାଟକୁ ପାଣି ଆଣିବାକୁ ଯାଇ ଭାସିଗଲା ନାବାଳକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • କାର୍ଗିଲ ବିଜୟ ଦିବସ : ପାକିସ୍ତାନକୁ ଧୂଳି ଚଟାଇ କାର୍ଗିଲ ଶିଖରରେ ତ୍ରିରଙ୍ଗା ଉଡ଼ାଇଥିଲେ ଭାରତର ବୀର ଯବାନ
  • ||
  • ଭୁବନେଶ୍ୱର : ଆଜି ବାଲେଶ୍ୱରକୁ ଛାଡ଼ି ସବୁଠି ଟିକାକରଣ, ରାଜ୍ୟର ୧୩୦୨ କେନ୍ଦ୍ରରେ ଦିଆଯିବ ଟିକା
  • ||
  • ଆଠଗଡ଼ : ଶ୍ରାବଣ ମାସର ପ୍ରଥମ ସୋମବାର, ଭକ୍ତଶୂନ୍ୟ ବାବା ଧବଳେଶ୍ଵରଙ୍କ ପୀଠ
  • ||
  • ଅନଗୁଳ : ବିଳମ୍ବିତ ରାତିରେ ଘର ପୋଡ଼ିଦେଲେ ଦୁର୍ବୃତ୍ତ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୫୫୭୪କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କମୁଛି ସଂକ୍ରମଣ, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୬୩୭ ଜଣ କରୋନା ପଜିଟିଭ୍
  • ||

ଲୋକସଭାରେ ମୋଦିଙ୍କ ବିବୃତି: କଂଗ୍ରେସ ମୁକ୍ତ ଭାରତ ଥିଲା ଗାନ୍ଧିଜୀଙ୍କ ସ୍ୱପ୍ନ

source:www.ndtv.com

ନୂଆଦିଲ୍ଲୀ,୭ ।୨(ଏଜେନ୍ସି): କଂଗ୍ରେସ ମୁକ୍ତ ଭାରତ ବିଜେପିର ସ୍ୱପ୍ନ ନଥିଲା । ଏହା ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନ ଥିଲା । ମୁଁ ଗାନ୍ଧିଜୀଙ୍କ ସ୍ୱପ୍ନ ପୁରଣ କରିବାକୁ ଚେଷ୍ଟା କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଲୋକସଭାରେ ଆଜି ଆଗତ ଧନ୍ୟବାଦ ପ୍ରସ୍ତାବରେ ଅଂଶଗ୍ରହଣ କରି ମୋଦି କହିଲେ କଂଗ୍ରେସ ଭାଙ୍ଗିଯାଉ ବୋଲି ଗାନ୍ଧିଜୀ ଚାହୁଁଥିଲେ । ସେହିପରି ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କର ସୁଦୂର ପ୍ରସାରୀ ଦୃଷ୍ଟିଭଙ୍ଗି ଥିଲା । ତେଣୁ ସେ କହିଥିଲେ କଂଗ୍ରେସରେ ଯୋଗଦେବା ଅର୍ଥ ଆତ୍ମହତ୍ୟା କରିବା ସହ ସମାନ ।
ପ୍ରଧାନମନ୍ତ୍ରୀ କହିଲେ ଯେ ଏହା ହେଉଛି ନିର୍ବାଚନ ବର୍ଷ । ଆମେ ଏଠାରୁ ଯିବା ପରେ ଗତ ସାଢ଼େ ୪ ବର୍ଷ ଭିତରେ କ’ଣ କରିଛୁ ତାହାର ହିସାବ ଲୋକଙ୍କୁ ଦେବୁ । ଭାରତ ସାଢ଼େ ୪ ବର୍ଷ ଭିତରେ ଅର୍ଥ ବ୍ୟବସ୍ଥା କ୍ଷେତ୍ରରେ ୧୧ତମ ସ୍ଥାନରୁ ଉଠି ଏବେ ୬ ନମ୍ବରରେ ରହିଛି । ଯେଉଁମାନେ ୧୧ ନମ୍ବରରେ ଦେଶକୁ ଦେଖି ଗର୍ବ କରୁଥିଲେ ଆଜି ସେମାନେ ୬ ନମ୍ବରରେ ଦେଖିବା ପରେ ସେମାନଙ୍କୁ କଷ୍ଟ ହେଉଛି । ଇସ୍ପାତ ଉତ୍ପାଦନ, ନିବେଶ, ଷ୍ଟାର୍ଟଅପ୍‌, ଦୁଗ୍ଧ ଉତ୍ପାଦନ, କୃଷି ଓ ବେସାମରିକ ବିମାନ ଚଳାଚଳ ଆଦି କ୍ଷେତ୍ରରେ ଭାରତ ଅଗ୍ରଗତି କରିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସବୁବେଳେ ଚୌକିଦାର ଚୋର ବୋଲି କହୁଥିବାବେଳେ ମୋଦି ତାହାର ଜବାବ ଦେଇଛନ୍ତି । କହିଛନ୍ତି ଚୋର ମୁହଁ ଟାଣ । ଯେଉଁମାନେ ଦେଶକୁ ଲୁଟିଛନ୍ତି ସେମାନେ ସବୁବେଳେ ନରେନ୍ଦ୍ର ମୋଦିଙ୍କୁ ଭୟ କରିବେ । ଅହଂକାର ଯୋଗୁ କଂଗ୍ରେସ ୪୦୦ରୁ ଆଜି ୪୦ରେ ପହଞ୍ଚିଛି । କିନ୍ତୁ ଦେଶପ୍ରତି ଆମର ପ୍ରତିଶ୍ରୁତି ଓ କଠୋର ପରିଶ୍ରମ ଆମକୁ ୨ରୁ ୨୮୨ରେ ପହଞ୍ଚାଇଛି । ଦେଶବାସୀଙ୍କ ଆଶା ଓ ଆକାଂକ୍ଷାକୁ ଆମେ ପୂରଣ କରିଚାଲିଥିବୁ । ଭାରତ ଉଭୟ ଇସ୍ରାଏଲ ଓ ପାଲେଷ୍ଟାଇନର ବନ୍ଧୁ ହେବ, ଇରାନ ଓ ସାଉଦି ଆରବର ସାଥୀରେ ରହିବ । ସ୍ପଷ୍ଟ ବିଦେଶ ନୀତି ଯୋଗୁ ଭାରତ ବିଶ୍ୱ ଦୃଶ୍ୟପଟରେ ସୁଦୃଢ଼ ହୋଇଛି ।
ଏନ୍‌ଡିଏ ସରକାର ବେଳେ ସାଢ଼େ ୪ ବର୍ଷ ଭିତରେ ସବୁ ଗାଁକୁ ବିଜୁଳି ପହଞ୍ଚିଥିଲା ବେଳେ ୧୦ କୋଟି ଶୌଚାଳୟ ନିର୍ମାଣ କରାଯାଇଛି । ଯେଉଁ କୃଷି ଯୋଜନାଗୁଡିକ ବର୍ଷବର୍ଷ ଧରି ଅଟକି ରହିଥିଲା ସେଥିରୁ ୯୯ ପ୍ରତିଶତ କାର୍ଯ୍ୟକାରୀ ହୋଇଛି । ଦେଶବାସୀଙ୍କୁ ସୁସ୍ଥ ରଖିବା ପାଇଁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ । ସେଥିପାଇଁ ଷ୍ଟେଣ୍ଟ, ଆଣ୍ଠୁ ଅସ୍ତ୍ରୋପଚାର ଓ ବିଭିନ୍ନ ଔଷଧର ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଛି । ଏହାଦ୍ୱାରା କୋଟି କୋଟି ଗରିବ ରୋଗୀ ଉପକୃତ ହୋଇପାରିଛନ୍ତି । କଂଗ୍ରେସ ସରକାର ବେଳେ ଦରଦାମ ଓ ମୁଦ୍ରାସ୍ଫୀତି ବହୁ ଉଚ୍ଚରେ ଥିଲା । ମାତ୍ର ଏନ୍‌ଡିଏ ସରକାର କ୍ଷମତାକୁ ଫେରିବା ପରେ ତାହା ହ୍ରାସ ପାଇଛି । ହଜାର ହଜାର ସଂସ୍ଥା ବିଦେଶରୁ କୋଟି କୋଟି ଟଙ୍କା ଅନୁଦାନ ପାଉଥିଲେ । ମାତ୍ର ତାହାର ହିସାବ ଦେଉନଥିଲେ । ଆମେ ସେଥିରେ ସ୍ୱଚ୍ଛତା ଓ ପାରଦର୍ଶିତା ଆଣିବାକୁ ପଦକ୍ଷେପ ନେବା ଯୋଗୁ ସେମାନେ ସଂସ୍ଥା ବନ୍ଦ କରିଦେଲେ । ଆମର ପଡୋଶୀ ଦେଶ ସାମରିକ ଶକ୍ତି ବୃଦ୍ଧି କରୁଥିଲା ବେଳେ ବାୟୁସେନାର ଶକ୍ତି ଓ ସାମର୍ଥ୍ୟ ବଢ଼ୁ ବୋଲି କଂଗ୍ରେସ ଆଦୌ ଚାହୁଁନଥିଲା । ଯେଉଁଥିପାଇଁ ଏତେବର୍ଷ ଶାସନରେ ରହି ମଧ୍ୟ କିଛି କରିନଥିଲା । ସାମରିକ ଶକ୍ତିରେ ଭାରତ ସୁଦୃଢ଼ ହେବା କଂଗ୍ରେସ ଚାହୁଁନଥିଲା । ବ୍ୟାଙ୍କ ବ୍ୟବସ୍ଥାକୁ ସେମାନେ ବରବାଦ କରିଦେଇଥିଲେ । ଲୁଟେରାଙ୍କୁ ଲୁଟିବା ପାଇଁ କଂଗ୍ରେସ ଛାଡିଦେଇଥିଲା । କିନ୍ତୁ ମୋଦି ସେମାନଙ୍କୁ ଛାଡିବ ନାହିଁ । ତେଣୁ ମୋଦିଙ୍କୁ ଭୟ କରି ଲୁଟେରାମାନେ ଲୁଚିଛନ୍ତି ।
୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡାରେ ଆମର କ୍ରୀଡାବିତ୍‌ମାନେ ପଦକ ପାଇଁ ଲଢ଼େଇ କରୁଥିଲେ । ମାତ୍ର କଂଗ୍ରେସ ନେତମାନେ ଏଥିରୁ ନିଜ ସମ୍ପତ୍ତି ବଢ଼ାଇବାରେ ଲାଗିପଡିଥିଲେ । ଏହା ସେମାନଙ୍କ ପାଇଁ ସୁଯୋଗ ଆଣିଥିଲା । ଆମେ ସର୍ବଦା ସତ କହୁ । ସଂସଦରେ, ଦେଶ ଭିତରେ କିମ୍ବା ଦେଶ ବାହାରେ ହେଉ । କିନ୍ତୁ ଆପଣମାନଙ୍କର ସତକୁ ଶୁଣିବା ଓ ସାମ୍‌ନା କରିବାର ସାହସ ନାହିଁ । ବିଜେପିକୁ ରୋକିବା ପାଇଁ ବିରୋଧୀମାନେ ମହାମେଣ୍ଟ ଗଠନ କରିଛନ୍ତି । ଏହା ମହାମେଣ୍ଟ ନୁହେଁ, ମହାମିଶ୍ରଣ । ୫୫ ବର୍ଷର କଂଗ୍ରେସ ଶାସନରେ ପରିମଳ ବ୍ୟବସ୍ଥା ୩୮ ପ୍ରତିଶତ ଥିଲା ବେଳେ ଆମର ୫୫ ମାସର ଶାସନ ଭିତରେ ଏହା ୯୮ ପ୍ରତିଶତରେ ପହଞ୍ଚିଛି । ସେହିଭଳି ୫୫ ବର୍ଷରେ ଗ୍ୟାସ ସଂଯୋଗ ମାତ୍ର ୧୨ କୋଟି ଥିଲା ବେଳେ ୫୫ ମାସରେ ଆମେ ୧୩ କୋଟି ଗ୍ୟାସ ସଂଯୋଗ ଦେଇଛୁ । ବିରୋଧୀମାନେ ଆମ ବିରୋଧରେ ସାମ୍ବିଧାନିକ ଅନୁଷ୍ଠାନ ଧ୍ୱଂସ କରୁଥିବାର ଅଭିଯୋଗ ଆଣିଛନ୍ତି । କିନ୍ତୁ ୧୯୫୯ରେ କେରଳ ସରକାରକୁ ତତ୍କାଳୀନ କଂଗ୍ରେସ ସରକାର ଭାଙ୍ଗି ଦେଇଥିଲେ । କଂଗ୍ରେସ ଦେଶରେ ଜରୁରୀ ପରିସ୍ଥିତି ଲାଗୁ କରିଥିଲା । ସେନାକୁ ଅପମାନ କରିବା ସହ ସେନାମୁଖ୍ୟଙ୍କୁ ଗୁଣ୍ଡା କହିଥିଲା । ଭାରତୀୟ ସେନା ବିଦ୍ରୋହ କରୁଛି ବୋଲି କଂଗ୍ରେସ ନେତା ଅଭିଯୋଗ କରିଥିଲେ । ଇସି, ଇଭିଏମ୍‌ ଓ ନ୍ୟାୟପାଳିକା ଉପରେ ସେମାନେ ପ୍ରଶ୍ନ ଉଠାଇଥିଲେ । ଯୋଜନା କମିଶନକୁ ଜୋକରଙ୍କ ବଞ୍ଚ ବୋଲି କହିବାକୁ ପଛାଇ ନଥିଲେ ।
ମୋଦିଙ୍କୁ ଘୃଣା କରିବାକୁ ଯାଇ ସେମାନେ ଦେଶକୁ ଘୃଣିତ ଓ ଅପମାନିତ କରିଛନ୍ତି । ଲଣ୍ଡନରେ ପ୍ରେସମିଟ୍‌ କରି ଭାରତର ମାନମର୍ଯ୍ୟାଦାକୁ ତଳେ ପାଇଛନ୍ତି । କଂଗ୍ରେସରେ ଥିବା ଆମର ମିତ୍ରମାନେ ଦୁଇଟି ସମୟ ଦେଖିଛନ୍ତି । ଗୋଟିଏ ହେଉଛି-ବିସି ଯାହାର ଅର୍ଥ ବିଫୋର କଂଗ୍ରେସ (କଂଗ୍ରେସ ପୂର୍ବର) ଏବଂ ଅନ୍ୟଟି ହେଲା-ଏଡି ଯାହାର ଅର୍ଥ ଆଫ୍ଟର ଡାଇନେଷ୍ଟି (ବଂଶବାଦ ପରେ । ବିସିରେ କିଛି ଘଟି ନଥିଲା ବେଳେ ଏଡିରେ ସବୁକିଛି ଘଟିଛି । ଏକବିଂଶ ଶତାବ୍ଦୀରେ ଜନ୍ମିତ ଭୋଟରମାନେ ପ୍ରଥମ କରି ଚଳିତବର୍ଷ ମତାଧିକାର ସାବ୍ୟସ୍ତ କରିବେ । ସେମାନଙ୍କ ଭୋଟଦାନ ଦେଶରେ ପରିବର୍ତ୍ତନ ଆଣିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ।