ଉଠା ଦୋକାନୀଙ୍କ ପାଇଁ ଓଡ଼ିଶାକୁ ୮.୨ କୋଟି ମଞ୍ଜୁର କରିଛନ୍ତି ମୋଦି ସରକାର

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ସ୍ୱ-ନିଧି ଯୋଜନାରେ ବନ୍ଧକବିହୀନ ଋଣ ପାଇବା ପାଇଁ ରାଜ୍ୟର  ସହରାଂଚଳର ୬୩ ହଜାର ୨୨୨ ଜଣ ଉଠା ଦୋକାନୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୨୩ ହଜାର ୫୫୦ ଜଣ ଋଣ ପାଇବା ପାଇଁ ଆବେଦନ କରିଛନ୍ତି । ଏହି ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଓଡ଼ିଶା ପାଇଁ ଉଠା ଦୋକାନୀଙ୍କ ବନ୍ଧକବିହୀନ ଋଣ ବାବଦକୁ ୮.୨ କୋଟି ଟଙ୍କା ମଞ୍ଜୁର କରିଥିବାବେଳେ ୦.୮୧ କୋଟି ଟଙ୍କା ଦେଇଛନ୍ତି ବୋଲି ଟ୍ୱିଟ୍‌ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଭାରତ ସରକାର ସହରାଂଚଳ ଉଠା ଦୋକାନୀଙ୍କର ଥଇଥାନ ନିମନ୍ତେ ପ୍ରଧାନମନ୍ତ୍ରୀ ସ୍ୱ-ନିଧି ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାର ଲାଭ ପାଇବାରେ ଓଡ଼ିଶା ଶୀର୍ଷ ୧୦ଟି ରାଜ୍ୟ ମଧ୍ୟରେ ରହିଛି । ଓଡ଼ିଶାର ସମ୍ବଲପୁର, କଟକ, ବ୍ରହ୍ମପୁର, ବାଲେଶ୍ୱର ଏବଂ ଅନ୍ୟ ସବୁ ସହରରେ ଥିବା ଉଠା ଦୋକାନୀମାନେ ମଧ୍ୟ ଏହାର ଲାଭ ପାଇଛନ୍ତି । 

ଏହି ଯୋଜନା ଦ୍ୱାରା ଉଠା ଦୋକାନୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ମହାମାରୀ ସମୟରେ ସଶକ୍ତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି, ଏହି ଯୋଜନାରେ ଦେଶର ସହରମାନଙ୍କରେ ଥିବା ୫୦ ଲକ୍ଷ ଉଠା ଦୋକାନୀଙ୍କ ପାଇଁ ୧ ବର୍ଷ ପାଇଁ  ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ବନ୍ଧକବିହୀନ ଋଣର ବ୍ୟବସ୍ଥା କରାଯାଇଛି । ଏହି ଯୋଜନା ମାଧ୍ୟମରେ ଋଣର ନିୟମିତ ପରିଶୋଧ  ଉପରେ ବାର୍ଷିକ ସୁଧରେ ୭% ରିହାତି ଦିଆଯିବ । ନିୟମିତ ଋଣ ପରିଶୋଧ କରୁଥିବା ବ୍ୟକ୍ତିଙ୍କୁ ଅଧିକ ପ୍ରୋତ୍ସାହନ ଦିଆଯିବ । ଡିଜିଟାଲ କାରବାର ମାଧ୍ୟମରେ ୧୨୦୦ ଟଙ୍କା ଜମା ଖାତାକୁ ଫେରିବାର ବ୍ୟବସ୍ଥା ଏହି ଯୋଜନାରେ ରହିଛି ।

ଏହି ଯୋଜନା ଉଠା ଦୋକାନୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ଡୋର୍‌ ଷ୍ଟେପରେ ବ୍ୟାଙ୍କ ପହଞ୍ଚାଇବ । ସମସ୍ତ ପ୍ରକାରର ବ୍ୟାଙ୍କ୍‌, ମାଇକ୍ରୋ  ଫାଇନାନ୍ସ ଅନୁଷ୍ଠାନ ଯଥା ବେସରକାରୀ, ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ, ସମବାୟ ବ୍ୟାଙ୍କ, ଏସ୍‌ଏଚ୍‌ଜି ବ୍ୟାଙ୍କଗୁଡ଼ିକ ଆଦି ଋଣ ପ୍ରଦାନ କରିବେ । ଆର୍‌ବିଆଇ ନିର୍ଦ୍ଦେଶାବଳୀ ଅନୁଯାୟୀ ଋଣଦାତାଙ୍କଠାରୁ ସୁଧ ଆଦାୟ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

   ସମ୍ବନ୍ଧିତ ଖବର


ବିଶ୍ୱସ୍ତରୀୟ ଟାଇମ୍ସ ହାଇଅର ଏଡୁକେସନ ରାକିଙ୍ଗ୍‌ରେ ସୋଆ ସ୍ଥାନିତ

ଦେଖନ୍ତୁ-ଭିଡିଓ ତିଆରି କରିବା ପାଇଁ ଏକ କୋଟି ଟଙ୍କାର ଲକ୍ସରି କାର୍‌ ଜାଳିଦେଲେ ୟୁଟ୍ୟୁବର

ନାଗାର୍ଜୁନ ବେଶ ଆଭୂଷଣ ଅନୁକୂଳ

ସ୍କନ୍ଦ ପୁରାଣ କୁହେ କାର୍ତ୍ତିକ ହେଉଛି ପୂଣ୍ୟ ମାସ-ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ ଶ୍ରୀବିଗ୍ରହଙ୍କ ରାଧା ଦାମୋଦର ବେଶ ବାଳଭୋଗ ଅର୍ପଣ

ପରିବାର ଲୋକଙ୍କୁ ଭେଟିବା ପାଇଁ ୨୬ ଦିନରେ ୬୦ କିଲୋମିଟର ଦୌଡିଲା ପୋଷା କୁକୁର- ପଢନ୍ତୁ ସଂଘର୍ଷର କାହାଣୀ

ପଡୋଶୀ ବିବାହରେ ସାଜିଥିଲେ ବାଧକ- ଜେସିବି ଲଗାଇ ଦୋକାନ ଉପାଡି ଫିଙ୍ଗିଲେ ଯୁବକ