ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣ- ବର୍ଷା ଋତୁ ଆସୁଥିବାରୁ ଅଧିକ ସଚେତନ ରୁହନ୍ତୁ-କରୋନା ବିରୋଧରେ ଲଢିବା ପାଇଁ ଦୃଢ ସଙ୍କଳ୍ପ କରନ୍ତୁ

ନୂଆଦିଲ୍ଲୀ- ଏବେ ଲକ୍‌ଡାଉନ୍‌ରୁ ଆମେ ଅନ୍‌ଲକ୍‌ -୧ ଶେଷ କରି ଅନ୍‌ଲକ୍‌-୨ ରେ ପ୍ରବେଶ କରୁଛୁ । ଏବେ ଲୋକମାନେ ଧୀରେ ଧୀରେ ବେପାରୁଆ ହେବା ଦେଖିବା ପାଇଁ ମିଳିଛି । ଲୋକମାନଙ୍କୁ ଅଧିକ ସଚେତନ ହେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଅଭିଭାଷଣ ପ୍ରଦାନ କରିଛି ।

ଏବେ ଲୋକ ବେପାରୁଆ ହେବା ଚିନ୍ତାର କାରଣ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପ୍ରକାଶ କରିଛନ୍ତି । ଲକ୍‌ଡାଉନ୍‌ରୁ ଅନଲକ୍‌-୧ ଓ ଏବେ ଆମେ ଅନ୍‌ଲକ୍‌-୨ରେ ପ୍ରବେଶ କରୁଛୁ,ଏହି ମାସରେ ପ୍ରବଶ କରୁଛୁ ଯେଉଁଥିଲେ ଥଣ୍ଡା କାଶ ଛିଙ୍କ ହୋଇଥାଏ । ଦେଶବାସୀ ଏହାର ଧ୍ୟାନ ରଖନ୍ତୁ ବୋଲି ମୋଦୀ ପ୍ରକାଶ କରିଛନ୍ତି ।

ଭାରତ ଏବେ ସ୍ଥିତି ଏବେ ଏକ ପ୍ରକାର ନିୟନ୍ତ୍ରଣରେ ରହିଛି । ଭାରତରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚିଛି । ଅନ୍‌ଲକ୍‌ ଏକ ରେ ଲୋକମାନେ ବେପାରୁଆ ହେଉଛନ୍ତି । ପ୍ରଥମେ ମାସ୍କ ଓ ୨ ଫୁଟ୍‌ ସାମାଜିକ ଦୂରତା ୨୦ ସେକେଣ୍ଡା ହାତ ଧୋଇବା ପାଇଁ କହିଛୁ । ଏବେ ଲୋକ ବେପାରୁଆ ହେବା ଚିନ୍ତାର କାରଣ ବୋଲି ମୋଦୀ ସୂଚନା ଦେଇଛନ୍ତି । ଏବେ ଲୋକଙ୍କୁ ଅଧିକ ସଚେତନ ହେବାର ଅଛି । ଏବେ କଣ୍ଟେନମେଣ୍ଟ ଜୋନ୍‌ର ଲୋକଙ୍କୁ ରୋକିବାର ଅଛି । ସମସ୍ତେ ଏଥିପାଇଁ ଦାୟୀତ୍ୱବାନ ହେବା ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି ।

ଲୋକଙ୍କୁ ଏବେ ସଚେତନ କରିବାର ଅଛି । ସମସ୍ତଙ୍କୁ ବେପାରୁଆ ହେବାରୁ ରୋକିବାର ଅଛି ବୋଲି ସେ ସୂଚନା ଦେଇଛନ୍ତି । ଆମେ ଏବେ ଦେଖିଛୁ ଗୋଟିଏ ଦେଶର ପ୍ରଧାନମନ୍ତ୍ରୀ ମାସ୍କ ନ ପିନ୍ଧିବାରୁ ଜୋରମାନା ଦେଇଥିଲେ । ଭାରତରେ ସ୍ଥାନୀୟ ପ୍ରଶାସନକୁ ଏପରି କରିବାର ଅଛି । ଏହା ୧୨୦ କୋଟି ଲୋକଙ୍କର ଜୀବନ ରକ୍ଷା ଆମର ଲକ୍ଷ୍ୟ । ଗାଁ ମୁଖିଆ ଠାରୁ ଦେଶର ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଧ୍ୟାନ ଦେବାକୁ ପଡିବ ।

ଏବେ ଲୋକମାନେ ଭୋକରେ ନରହନ୍ତୁ ସମସ୍ତଙ୍କର ଚୁଲି ଜଳୁ ସେଥିପାଇଁ ଆର୍ଥିକ ସହାୟତା ଦିଆଯାଇଛି । ଲୋକଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଟଙ୍କା ଦିଆଯାଇଛି । ଲୋକଙ୍କ ବ୍ୟାଙ୍କ ଖାତାରେ ୧୮୦୦୦ କୋଟି ଟଙ୍କା ଜମା ହୋଇଛି ।

ଏବେ ଗାଁର ଶ୍ରମିକଙ୍କୁ ରୋଜଗାର ଦେବାପାଇଁ ବ୍ୟବସ୍ଥା ରହିଛି । ଏଥିପାଇଁ ସରକାର ପ୍ରୟାସ କରୁଛନ୍ତି । କରୋନା ଯୁଦ୍ଧ ପାଇଁ ଭାରତ ସରକାର ୮୦ କୋଟିରୁ ଅଧିକ ଲୋକଙ୍କୁ ରାସନ୍‌ , ଚାଉଳ ବା ଗହମ ମାଗଣା ଦେଇଛନ୍ତି । ଏହି ଯୋଜନାର ସମସ୍ତ ପରିବାରକୁ ଏକ କିଲୋ ଡାଲି ଦିଆଯାଇଛି ।
ଏହା ଆମେରିକା ଜନ ସଂଖ୍ୟାର ୨.୫ , ବ୍ରିଟେନ୍‌ ଜନ ସଂଖ୍ୟାର ୧୨ , ୟୁରୋପ ୟୁନିୟନ୍‌ ଜନ ସଂଖ୍ୟାର ୨ ଗୁଣ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଛି ।

ଏଠାରେ ବର୍ଷା ଋତୁରେ କୃଷି କ୍ଷେତ୍ରରେ ଅଧିକ କାମ ହୁଏ । ଅନ୍ୟ କ୍ଷେତ୍ରରେ କମ୍ କାମ ହୋଇଥାଏ । ବିଭିନ୍ନ ପର୍ବ ପର୍ବାଣୀ ପାଳନ ହୋଇଥାଏ । ଏହି ସମୟରେ ଅଧିକ ଖର୍ଚ୍ଚ ହୋଇଥାଏ ,ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ଗରିବ ଲୋକଙ୍କୁ ଏହା ଅଧୀନରେ ମାଗଣାରେ ଖାଦ୍ୟ ଯୋଗାଇ ଦିଆଯିବ । ୮୦ କୋଟିରୁ ଅଧିକ ଗରିବ ଭାଇ ଭଉଣୀ ପ୍ରତି ପରିବାର ସଦସ୍ୟଙ୍କୁ ୫ କିଲୋ ଗହମ ବା ଚାଉଳ ପ୍ରଦାନ କରାଯିବ । ପ୍ରତି ପରିବାର ଲୋକଙ୍କୁଏକ କିଲୋ ଚଣା ବି ଦିଆଯିବ । ଏଥିରେ ୯୦ ହଜାର କୋଟି ଟଙ୍କାରୁ ଅଧି ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।
ସମସ୍ତେ ମାସ୍କ, ସାମାଜିକ ଦୂରତ୍ୱ ଓ ସାବୁନରେ ହାତ ଧୋଇବା ପାଇଁ ଯତ୍ନ କରନ୍ତୁ, ସଚେତନ ହୁଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ସାଲେପୁର ବିଧାୟକଙ୍କୁ କରୋନା ସୂଚନା- ଚିକିତ୍ସା ପାଇଁ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି

ସୁନ୍ଦରୀ ମହିଳା ଗଲ୍ଫ ଖେଳାଳୀଙ୍କର ଓଭର ହେଡ୍‌ ସଟ୍‌

କରୋନା ଭାକସିନ୍‌କୁ ନେଇ ସସପେନସ୍‌ ଜାରି- ଆସନ୍ତା ବର୍ଷ ଆସିପାରେ ବୋଲି କହିଲେ ILS ର ନିର୍ଦ୍ଦେଶକ ଅଜୟ ପରିଡା

ସିଲ୍‌ ହେଲା ଭୁବନେଶ୍ୱର ଆର୍‌ଟିଓ ଅଫିସ୍‌- ଆଇସିଆସିଆଇ ବ୍ୟାଙ୍କ ମୁଖ୍ୟ ଶାଖା ସିଲ୍‌

ଚାଟ୍‌କୁ ନେଇ ପରିବାରରେ ବିବାଦ, ଶେଷରେ ହତ୍ୟା

ଔଷଧୀୟ ଗଛ ଲଗାଇବାର ସରଳ ଉପାୟ