PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍: ୨୪ ଘଣ୍ଟା ମଧ୍ୟରେ ୧୨ ଜଣ କୋଭିଡ୍ ପଜିଟିଭ ଚିହ୍ନଟ
  • ||
  • ସମ୍ବଲପୁର: ଶୀତଳ ଷଷ୍ଠୀ ପାଇଁ ପୂର୍ବ ପ୍ରସ୍ତୁତି: ୩ ତାରିଖରୁ ୭୨ ଘଣ୍ଟା ପାଇଁ ସମସ୍ତ ମଦ ଦୋକାନ ସିଲ୍
  • ||
  • ଭୁବନେଶ୍ୱର: ଆଜିଠୁ ଅଲ୍‌ ଓଡ଼ିଶା ସନ୍ତରଣ ପ୍ରତିଯୋଗିତା, ୨୦ଟି ଜିଲ୍ଲାରୁ ୨୫୮ ଜଣ ପ୍ରତିଯୋଗୀ ହେବେ ସାମିଲ
  • ||
  • ଭୁବନେଶ୍ୱର: ଆହୁରି କଲବଲ କରିବ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି , ଜୁନ୍‌ ୨ ତାରିଖ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରକୋପ
  • ||
  • ବାରଙ୍ଗ: ନନ୍ଦନକାନନରେ ଆଖିବୁଜିଲା ଆଫ୍ରିକୀୟ ସିଂହ, ୧୬କୁ ହ୍ରାସ ପାଇଲା ସିଂହଙ୍କ ସଂଖ୍ୟା
  • ||

କଂଗ୍ରେସର କୃଷିଋଣ ଛାଡ଼ ନୀତିକୁ ପ୍ରଧାନମନ୍ତ୍ରୀଙ୍କ ସମାଲୋଚନା: କଂଗ୍ରେସ ପ୍ରଥମେ ରୋଗ ବାଣ୍ଟେ, ତା’ ପରେ ଔଷଧ

source:www.ndtv.com

ଜମ୍ମୁ,୩ ।୨(ଏଜେନ୍ସି): କଂଗ୍ରେସ ପ୍ରଥମେ ଲୋକମାନଙ୍କୁ ରୋଗ ବାଣ୍ଟିଥାଏ । ତା’ ପରେ ଔଷଧ ଦିଏ । କଂଗ୍ରେସର କୃଷି ଋଣଛାଡ଼ ନୀତିକୁ ସମାଲୋଚନା କରି ଜମ୍ମୁର ବିଜୟପୁରରେ ଏକ ର‌୍ୟାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଏହା ପ୍ରକାଶ କରିଛନ୍ତି ।
ସେଠାରେ ସେ କହିଛନ୍ତି ଯେ, ୨୦୦୮-୦୯ରେ କଂଗ୍ରେସ କୃଷକଙ୍କ ୬ ଲକ୍ଷ କୋଟି ଟଙ୍କାର ଋଣଛାଡ଼ କରିବାକୁ ପ୍ରତିଶ୍ରୁତି ଦେଇଥିଲା । ପ୍ରକୃତରେ କିନ୍ତୁ ମାତ୍ର ୫୨ ହଜାର କୋଟି ଟଙ୍କା ଛାଡ଼ କରାଗଲା । ଏପରିକି କୃଷିଋଣ ଛାଡ଼ର ସୁବିଧା ପାଇଥିବା ୩୦-୩୫ ଲକ୍ଷ ଲୋକ ସେଥିପାଇଁ ଉପଯୁକ୍ତ ନଥିଲେ ବୋଲି ସିଏଜି ତାର ତଦନ୍ତ ରିପୋର୍ଟରେ ଦର୍ଶାଇଥିଲା । ନିକଟରେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଠିତ ହୋଇଛି । କୃଷିଋଣ ଛାଡ଼ର ପ୍ରତିଶ୍ରୁତି ଦେଇ କଂଗ୍ରେସ ସେଠାରେ କ୍ଷମତାକୁ ଆସିଥିଲା । ହେଲେ ସେଠାରେ ହିତାଧିକାରୀ ମାନଙ୍କୁ ମାତ୍ର ୧୩ ଟଙ୍କାର ଚେକ୍‌ ଦିଆଯାଇଛି । ଅନ୍ୟପଟେ କୃଷକଙ୍କ ପାଇଁ ସେ କରିଥିବା ଯୋଜନା ଯୋଗୁ ସାରା ଦେଶର ୧୨ କୋଟି ଚାଷୀ ଉପକୃତ ହେବେ । ୫ ଏକରରୁ କମ୍‌ ଜମି ଥିବା ୯୦% ଚାଷୀ ଏହାର ଲାଭ ପାଇପାରିବେ । ସେମାନଙ୍କର ଆକାଉଣ୍ଟରେ ବର୍ଷକୁ ୩ଟି ପର୍ଯ୍ୟାୟରେ ୬୦୦୦ଟଙ୍କା ଜମା ହେବ ବୋଲି ମୋଦି ଦର୍ଶାଇଥିଲେ ।
ପ୍ରଧାନମନ୍ତ୍ରୀଙ୍କ ଅନୁସାରେ ଲୋକମାନେ ପରିବାରବାଦ ରାଜନୀତି କରୁଥିବା ନେତାଙ୍କର ପୂର୍ବ ରେକର୍ଡ ଜାଣନ୍ତି । ସେମାନଙ୍କୁ ନିର୍ବାଚନ ସମୟ ଆସିଲେ ଋଣଛାଡ଼ର ଜ୍ୱର ଧରେ । ପ୍ରତି ୧୦ ବର୍ଷରେ ସେମାନେ କୃଷକଙ୍କ ତ୍ରାଣକର୍ତ୍ତା ସାଜିବାକୁ ପ୍ରୟାସ କରିଥାନ୍ତି । ସେମାନେ ପ୍ରଥମେ ଲୋକମାନଙ୍କ ମଧ୍ୟରେ ରୋଗ ବାଣ୍ଟିଥାନ୍ତି । ତା’ ପରେ ଔଷଧ ଦେଇଥାନ୍ତି ବୋଲି ସେ ପ୍ରକାଶ କରିଥିଲେ । ସେହିପରି ପ୍ରଧାନମନ୍ତ୍ରୀ ଆଜି ବିଜୟପୁର ଏବଂ ଅବନ୍ତୀପୋରାରେ ଦୁଇଟି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ପାଇଁ ଶିଳାନ୍ୟାସ କରିଥିଲେ । ଏହାଛଡ଼ା ଜମ୍ମୁରେ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମସି)ର ଉତ୍ତର ଆଞ୍ଚଳିକ କେନ୍ଦ୍ର ପାଇଁ ଶିଳାନ୍ୟାସ ହୋଇଥିଲା ।
ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ଲେହରେ ପହଞ୍ଚିଥିଲେ । ସେଠାରେ ସେ ଲଦାଖ ବିଶ୍ୱବିଦ୍ୟାଳୟ, ଏକ ଜଳବିଦ୍ୟୁତ୍‌ ଯୋଜନାର ଲୋକାର୍ପଣ କରିଥିଲେ । ଗସ୍ତର ଅନ୍ତିମ ପର୍ଯ୍ୟାୟରେ ମୋଦି ଶ୍ରୀନଗରରେ ପହଞ୍ଚିଥିଲେ । ସେଠାରେ ସେ ଏକ କାର୍ଯ୍ୟକ୍ରମରେ ଛାତ୍ରମାନଙ୍କୁ ସମ୍ବୋଧନ କରି ସେ କହିଥିଲେ ଯେ କାଶ୍ମୀରରେ ନିର୍ଦ୍ଦୋଷ ଯୁବଗୋଷ୍ଠୀ ଆତଙ୍କବାଦୀମାନଙ୍କ ଦ୍ୱାରା ଶିକାର ହେଉଛନ୍ତି । ଆମେ ସର୍ଜିକାଲ ଷ୍ଟ୍ରାଇକ୍‌ କରି ସାରା ବିଶ୍ୱକୁ ଦେଖାଇ ଦେଇଛୁ ଯେ ଭାରତ ଆଉ ଚୁପ୍‌ ହୋଇ ବସିବ ନାହିଁ । ଆମେ ରାଜ୍ୟରେ ଆତଙ୍କବାଦର ମେରୁଦଣ୍ଡ ଭାଙ୍ଗିଦେବୁ ବୋଲି ସେ ଦୃଢୋକ୍ତି କରିଥିଲେ ।