ଆସନ୍ତାକାଲି ଅଯୋଧ୍ୟା ମାମଲା ରାୟ: କୋର୍ଟଙ୍କ ନିଷ୍ପତ୍ତିକୁ ଶାନ୍ତିର ସହ ଗ୍ରହଣ କରିବା ପାଇଁ ପରାମର୍ଶ ଦେଲେ ମୋଦି

ନୁଆଦିଲ୍ଲୀ ୮/୧୧:  ଅଯୋଧ୍ୟା ମାମଲାର ରାୟ ଆସିବା ପୂର୍ବରୁ ଟ୍ୱିଟ୍ କଲେ ମୋଦି । ମୋଦି ଟ୍ୱିଟ୍ କରି କହିଛନ୍ତି ଯେ ଅଯୋଧ୍ୟା ମାମଲାରେ ଆସନ୍ତାକାଲି ସୁପ୍ରିମକୋର୍ଟ ରାୟ ଶୁଣାଇବେ । ସାରା ଦେଶ ଉତ୍ସାହିତ । ତେବେ ଏହା କାହାର ହାର୍-ଜିତ୍ ନୁହେଁ । ଏହା ସହ ମୋଦି ଦେଶବାସୀଙ୍କୁ ଅପିଲ୍ କରିଛନ୍ତି ଯେ ନିଷ୍ପତ୍ତି ଯାହା ହେଉନା କାହିଁକି ଭାରତରେ ଶାନ୍ତି ଓ ଏକତା ବଜାୟ ରହିବା ଆବଶ୍ୟକ ।

ଆସନ୍ତାକାଲି ଆସିବ ରାମ ଜନ୍ମଭୂମି ବିବାଦର ଚୂଡାନ୍ତ  ରାୟ । ସକାଳ ସାଢେ ୧୦ଟାରେ ରାୟ ଶୁଣାଇ ପାରନ୍ତି  ସୁପ୍ରିମକୋର୍ଟ ।  ଏହା ପୂର୍ବରୁ ମୋଦି ଟ୍ୱିଟ୍ କରି କହିଛନ୍ତି ଯେ ସାରା ଦେଶରେ ଏହାକୁ ନେଇ ଉତ୍ସାହ ଦେଖିବାକୁ ମିଳୁଛି । ତେବେ ଦେଶର ନ୍ୟାୟପାଳିକାଙ୍କ ନିଷ୍ପତ୍ତିକୁ ସମ୍ମାନ କରି ସକାରାତ୍ମକ ବାତାବରଣ ମଧ୍ୟରେ ଗ୍ରହଣ କରିବା ଉଚିତ୍ । କୋର୍ଟଙ୍କ ନିଷ୍ପତ୍ତିକୁ ସବୁ ବର୍ଗର ଲୋକେ ସ୍ୱାଗତ କରିବା ଉଚିତ୍ । ଅଯୋଧ୍ୟା ମାମଲାରେ ଯାହା ବି ନିଷ୍ପତ୍ତି ଆସିବ ସେଥିରେ କାହାର ହାର୍ ଜିତ୍ ହେବନି । ଏହା ସହ ଦେଶବାସୀଙ୍କୁ କୋର୍ଟଙ୍କ ନିଷ୍ପତ୍ତିକୁ ଶାନ୍ତିର ସହ ଗ୍ରହଣ କରିବା ପାଇଁ ଅପିଲ୍ କରିଛନ୍ତି ମୋଦି ।   

   ସମ୍ବନ୍ଧିତ ଖବର


ଭାରତକୁ ବଡ ଝଟକା ଦେଲା ଇରାନ୍, ଚାବହାର ରେଳ ପ୍ରୋଜେକ୍ଟରୁ ବାହାର କଲା

AIIMS-ପାଟନାରେ କରୋନାରେ ଚାଲିଗଲା ୨ ଡାକ୍ତରଙ୍କ ଜୀବନ !

କାହିଁକି ଏହି କାର୍ ପିନ୍ଧିଛି ମାସ୍କ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଫେସ୍‌ବୁକ୍‌ ଆକାଉଣ୍ଟ ବନ୍ଦ କର , ନୁହେଁତ ଚାକିରୀ ଛାଡ଼ – ସେନାରେ ୮୯ଟି ଆପ୍ ବ୍ୟାନ୍

ଭାରତରେ କରୋନାକୁ ନେଇ ଏକ ଭଲ ଖବର – ସ୍ୱଦେଶୀ ଭାକ୍‌ସିନ୍‌ର ଟକ୍ସିସିଟି ଅଧ୍ୟୟନ ସଫଳ ବୋଲି କହିଲା ଆଇସିଏମ୍‌ଆର୍‌

ବିହାର ସରକାରଙ୍କ ବଡ଼ ନିଷ୍ପତ୍ତି, ୧୬-୩୧ ଜୁଲାଇ ଯାଏ ପୁରା ଲକ୍‌ଡାଉନ୍‌