ଇନ୍ଦୋରରୁ ଲୋକସଭା ନିର୍ବାଚନ ଲଢ଼ି ପାରନ୍ତି ମୋଦୀ

ଇନ୍ଦୋର ୨୭।୩: ସହରର ଭାଜପା ଶାଖା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇନ୍ଦୋରରୁ ପ୍ରାର୍ଥୀ କରିବା ପାଇଁ ଦାବି କରିଛନ୍ତି। ଏହି ପ୍ରସ୍ତାବକୁ ଦିଲ୍ଲୀ ପଠାଯାଇଛି। କୁହାଯାଉଛି କି, ଇନ୍ଦୋରର କୋର କମିଟିରେ ମୋଦୀଙ୍କ ବିଷୟରେ ଚର୍ଚ୍ଚା ହେଉଛି ଏବଂ ଏହି ବିଷୟରେ ଏକ ପ୍ରସ୍ତାବ ମଞ୍ଜୁର କରି କେନ୍ଦ୍ରୀୟ ନେତୃତ୍ବ ପାଖକୁ ପଠାଇ ଦିଆଯାଇଛି।
ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଗତ ୩୦ ବର୍ଷ ହେଲା ଲଗାତାର ଭାବେ ବଛାଯାଉଛନ୍ତି। କିନ୍ତୁ ଏଥର ପାର୍ଟି ବର୍ତମାନ ସୁଦ୍ଧା ପ୍ରାର୍ଥିତ୍ବ ଘୋଷଣା କରିନାହିଁ। ଯଦିଓ ପ୍ରଦେଶ ସଙ୍ଗଠନ ଇନ୍ଦୋରରୁ ସୁମିତ୍ରା ମହାଜନଙ୍କ ନାମ କେନ୍ଦ୍ରୀୟ ସମିତି ପାଖକୁ ପଠାଇଥିଲା କିନ୍ତୁ ପାର୍ଟି ବର୍ତମାନ ସୁଦ୍ଧା ଇନ୍ଦୋରକୁ ହୋଲ୍ଡରେ ରଖିଛି।
ଲାଲକୃଷ୍ଣ ଆଡବାନୀ, ମୁରଲୀ ମନୋହର ଯୋଶୀ ଓ କଲରାଜ ମିତ୍ରଙ୍କ ପରି ସୁମିତ୍ରା ମହାଜନଙ୍କ ଟିକଟ ମଧ୍ୟ କଟିପାରେ। ତାଙ୍କୁ ୭୫ବର୍ଷ ବୟସ ହୋଇସାରିଛି। ଇନ୍ଦୋର ଭାଜପାର ଏକ ବର୍ଗ ତାଙ୍କ ପ୍ରାର୍ଥିତ୍ବର ବିରୋଧ କରିଛି। ପ୍ରଧାନମନ୍ତ୍ରୀ ଏବଂ ପାର୍ଟି ଅଧ୍ୟକ୍ଷ ଅମିତ ଶାହା ଇନ୍ଦୋର ବିଷୟରେ ସୁମିତ୍ରା ମହାଜନଙ୍କ ସହିତ କଥା ହୋଇ ସ୍ଥିର କରିବେ।