ମମତା ବାନାର୍ଜୀଙ୍କୁ ମୋଦିଙ୍କ ଜବାବ୍: ଦିଦି, ଆପଣଙ୍କ ଚାପୁଡା ମଧ୍ୟ ମୋ ପାଇଁ ଆଶିର୍ବାଦ ଭଳି

କୋଲକାତା,୯।୫:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପଶ୍ଚିମବଙ୍ଗର ବାଙ୍କୁରାରେ ନିର୍ବାଚନୀ ସଭାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପୁଣିଥରେ ଟାର୍ଗେଟ କରିଛନ୍ତି। ମୋଦି ଏଥର ମମତାଙ୍କୁ ଫୋନି ବାତ୍ୟା ପ୍ରସଙ୍ଗ ଏବଂ ସମ୍ବିଧାନକୁ ଅପମାନ କରିଥିବାର ଅଭିଯୋଗ ଲଗାଇଛନ୍ତି। ମୋଦି କହିଛନ୍ତି, ମମତା ବାନାର୍ଜୀ ପୂର୍ବରୁ କ୍ଷମତା ନିଶାରେ ପଶ୍ଚିମବଙ୍ଗରୁ ନଷଟ କରିଦେଇଛନ୍ତି ଓ ଏବେ କ୍ଷମତା ଯିବାର ଭୟରେ ଏହାକୁ ନଷ୍ଟ କରିବାକୁ ବସିଛନ୍ତି।

ଏହି ସମୟରେ ମୋଦି କହିଛନ୍ତି ଦିଦି, ଚିନ୍ତାରେ ସମ୍ବିଧାନର ବ୍ୟବହାର କରୁଛନ୍ତି। ଏବେ ସେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ଭାବିବାକୁ ପ୍ରସ୍ତୁତ ନୁହଁନ୍ତି, କିନ୍ତୁ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ମାନିବାରେ ତାଙ୍କୁ ଗୌରବ ମନେ ହେଉଛି। ପଶ୍ଚିବଙ୍ଗରେ ଯେତେବେଳେ ଫୋନି ବାତ୍ୟା ଆସିଥିଲା, ସେତେବେଳେ ମୁଁ ତାଙ୍କୁ ଦୁଇଥର ଫୋନ୍ କରିଥିଲି, କିନ୍ତୁ ସେ ମୋ ଫୋନ୍ ରିସିଭ କଲେ ନାହିଁ। ଏହା ସହ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମମତା ବାନାର୍ଜୀଙ୍କୁ ଏବେ ମା, ମାଟି ଏବଂ ମାନୁଷ ନୁହେଁ ବଂର ଚୌକି, ପୁତୁରା ଓ ଟୋଲେବାଜିର ଚିନ୍ତା ରହିଛି। ଦିଦି କେତେ ଚିନ୍ତାରେ ଅଛନ୍ତି ତାହା ତାଙ୍କର ଭାଷଣ ଦେବାର ଅନ୍ଦାଜରୁ ଲାଗୁଛି, ଏବେ ସେ ମୋ ପାଇଁ ପଥର ଓ  ଚାପୁଡାର କଥା କହୁଛନ୍ତି, କିନ୍ତୁ ମୋତେ ଗାଳିର ଖାଇବାର ଅଭ୍ୟାସ ରହିଛି।

ବାଙ୍କୁରା ପରେ ପୁରୁଲିଆରେ ଏକ ରାଲିରେ ଆଜି ପ୍ରଧାନମନ୍ତ୍ରୀ କହିଛନ୍ତି, ଦିଦି କହୁଛନ୍ତି ସେ ମୋଦିକୁ ଚାପୁଡା ମାରିବାକୁ ଚାହାଁନ୍ତି। କିନ୍ତୁ ମୁଁ କେବଳ ଏତିକି କହିବି, ତାହା ମଧ୍ୟ ମୁଁ ଖାଇବାକୁ ପ୍ରସ୍ତୁତ। ଆପଣ ମୋତେ ଚାପୁଡା ଦିଅନ୍ତୁ, ତାହା ମୋ ପାଇଁ ଆର୍ଶୀବାଦ ଭଳି ହେବ। କାରର ୨୩ ମଇ ପରେ ମମତା ଦିଦିଙ୍କର କ୍ଷମତାର ପତନ ହେବା ଆରମ୍ଭ ହୋଇଯିବ। କେନ୍ଦ୍ର ସରକାର ପଶ୍ଚିମବଙ୍ଗର ଅଧିକାରୀଙ୍କ ସହ ବୈଠକ କରିବାକୁ ଚାହୁଁଥିଲେ, କିନ୍ତୁ ଦିଦି ମନା କରିଦେଲେ। ମମତା ଦିଦିଙ୍କ ଏହି ଅହଂକାର ତାକୁ ନିଶ୍ଚତ ଦିନେ ବୁଡାଇଦେବ।  ଟିଏମସି ଏଭଳି ଏକ ସରକାର ଯାହାକୁ ଭାଗବାନଙ୍କ ନାମ ନେବାକୁ ମଧ୍ୟ ଅସୁବିଧା ହେଉଛି। ଦିଦିଙ୍କ ହୃଦୟରେ କେବଳ ଅନୁପ୍ରବେଶକାରୀ ଓ ବିଦେଶୀ କଳାକାରଙ୍କ ପାଇଁ ମମତା ରହିଛି କିନ୍ତୁ ଆମର ଆଦିବାସୀଙ୍କ ପ୍ରତି ନାହିଁ।

   ସମ୍ବନ୍ଧିତ ଖବର


ଗୋଟେ ବର୍ଷରେ ୨୩ଜଣ ପିଲାଙ୍କର ବାପା ହେଲେ ଯୁବକ ! କହିଲେ, ତାଙ୍କୁ କାହିଁକି ମହିଳାମାନେ ପସନ୍ଦ କରୁଛନ୍ତି

ଭଲ ଖବର- ସିଙ୍ଗାପୁରରେ କୋଭିଡ୍‌ ଆଣ୍ଟିବଡି ସହ ଜନ୍ମ ହେଲା ଶିଶୁ

ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ

ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…

ବେଦିରେ ବସିବା ଆଗରୁ ବନ୍ଧା ହେଲା ପାଳ ଦଉଡ଼ି – କନ୍ୟାର ମୃତ୍ୟୁରେ ସରିଗଲା ସବୁ ସୁଖ

ମ୍ୟାଚ୍‌ ହାରିବା ସହ ସିରିଜ ହାରିଲା ଟିମ୍‌ ଇଣ୍ଡିଆ, ଦ୍ବିତୀୟ ଦିନିକଆରେ ୫୧ରନରେ ବିଜୟୀ ହେଲା ଅଷ୍ଟ୍ରେଲିଆ