ଆମେରିକାରେ ଗୋଟିଏ ପଟେ ମୋଦିଙ୍କୁ ଭବ୍ୟ ସ୍ବାଗତ ଅନ୍ୟ ପକ୍ଷେ ଇମ୍ରାନ ଖାନଙ୍କୁ ଅପମାନ, ସୋସିଆଲ ମିଡିଆରେ ଏଭଳି ଅସନ୍ତୋଷ ପ୍ରକାଶ କଲେ ପାକିସ୍ତାନୀ

ନୂଆଦିଲ୍ଲୀ,୨୨।୯: ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାଉଡି ମୋଦି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଟେକ୍ସସାସର ରାଜ୍ୟର ହୁଷ୍ଟନ ସହରରେ ପହଁଞ୍ଚି ସାରିଛନ୍ତି। ଆମେରିକାର ହୁଷ୍ଟନରେ ମୋଦିଙ୍କ ଭବ୍ୟ ସ୍ବାଗତ ଦେଖି ଏବେ ପାକିସ୍ତାନୀ ସାମ୍ବାଦିକ ଓ ଲୋକମାନେ ଇମ୍ରାନ ଖାନଙ୍କୁ ସୋସିଆଲ ମିଡିଆରେ ଯୋରଦାର ଥଟ୍ଟା-ପରିହାସ କରିବାରେ ଲାଗିଛନ୍ତି। କାରଣ ମୋଦି ଯେତେବେଳେ ବିମାନ ବନ୍ଦରରେ ଓହ୍ଲାଇଥିଲେ ସେ ସମୟରେ ତାଙ୍କ ପାଇଁ ତଳେ ରେଡ୍ କାର୍ପେଟ ପକାଇ ଭବ୍ୟ ଭାବରେ ଆମେରିକା ସରକାରଙ୍କ ବହୁ ମନ୍ତ୍ରୀ ବିମଓ ଅଧିକାରୀ ସ୍ବାଗତ କରିଥିଲେ। କିନ୍ତୁ ଅନ୍ୟପକ୍ଷେ ଇମ୍ରାନଙ୍କୁ ଆମେରିକା ପହଁଞ୍ଚିବା ପରେ ଏଭଳି ସ୍ବାଗତ ହୋଇନଥିଲା।

ପାକିସ୍ତାନୀ ସାମ୍ବାଦିକ ନାୟଲା ଇନାୟତ ଏକ ଟ୍ବିଟ୍ ଜରିଆରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ପରିହାସ କରିବା ସହ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଭାରତ- ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ସମ୍ମାନରେ ଥିବା ପ୍ରଭେଦକୁ ଦର୍ଶାଇଥିଲେ। ଭିଡିଓରେ ସ୍ପଷ୍ଟ ଭାବରେ ଦେଖିପାରିବେ ଇମ୍ରାନଙ୍କ ସ୍ବାଗତ ପାଇଁ ଆମେରିକା ସରକାରଙ୍କ କୌଣସି ପ୍ରତିନିଧି ସେଠାକୁ ଯାଇନଥିଲେ।

ଇମ୍ରାନଙ୍କ ପାଇଁ ରେଡ୍ କାର୍ପେଟ ତ ଦୂରର କଥା, ଆମେରିକାର କୌଣସି ନେତା କିମ୍ବା ଅଧିକାରୀ ତାଙ୍କୁ ସ୍ବାଗତ କରିବାକୁ ବିମାନବନ୍ଦର ଯାଇନଥିଲେ। କେବଳ ପାକି୍ତାନୀ ଅଧିକାରୀ ହିଁ ସେଠାରେ ତାଙ୍କର ସ୍ବାଗତ ପାଇଁ ରହିଥିଲେ। ଏହାକୁ ନେଇ ଜଣେ ଟ୍ବିଟର ୟୁଜର ଇମ୍ରାନ ଖାନଙ୍କ ମିମ୍ ସେୟାର କରି କହିଛନ୍ତି, ଇମ୍ରାନ ଖାନ ନିଜର ମୁହଁ ଲୁଚାଇ ହାଉଡି ମୋଦି କାର୍ଯ୍ୟକ୍ରମ ଦେଖିବାକୁ ପହଁଞ୍ଚିଛନ୍ତି।ସେଭଳି ଆଉ କିଛି ଲୋକ ପାକିସ୍ତାନର ଖରାପ ଅର୍ଥବ୍ୟବସ୍ଥାକୁ ନେଇ ଇମ୍ରାନ ଖାନଙ୍କ ମିମ୍ସ ସେୟାର କରିଛନ୍ତି, ଯେଉଁଥିରେ ପୁଣିଥରେ ତାଙ୍କୁ ସାହାର୍ଯ୍ୟ କରିବାକୁ ଅନ୍ୟମାନଙ୍କ ଆଗରେ ହାତ ପାଇଁ ଭିକ ମାଗୁଥିବାର ଦେଖିବାକୁ ମିଳୁଛି।

ଜଣେ  ପାକିସ୍ତାନୀ ଟ୍ବିଟର ୟୁଜର ଇମ୍ରାନ ଖାନଙ୍କୁ ସମ୍ମାନ ନମିଳିବା ଉପରେ ପରିହାସ କରି ଦୁର୍ଦଶ ଆତଙ୍କବାଦୀ ଓସମା ବିନ୍ ଲାଦେନର ଫଟୋ ସେୟାର କରିଛନ୍ତି, ଯାହାଉପରେ ଲେଖା ହୋଇଛି ପାକିସ୍ତାନ ଖୁବ୍ ଶାନ୍ତିପ୍ରିୟ ଦେଶ, କାରଣ ମୁଁ ନିଜେ ଏଠାରେ ଶାନ୍ତିରେ ୧୦ ବର୍ଷ ରହିଛି।

   ସମ୍ବନ୍ଧିତ ଖବର


ବିହାର ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ବହୁ ମହାରଥୀ ଦେବେ ଅଗ୍ନି ପରୀକ୍ଷା, ଉତ୍ତର ବିହାର ଉପରେ ସମସଙ୍କ ନଜର

ତୁର୍କୀରେ ସୁନାମି, ଇଜ୍‌ମିର୍‌ ସହର ଭିତରେ ପଶିଲା ପାଣି

ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ

ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!

ଭାରତ ବିପକ୍ଷରେ କିଛି ମ୍ୟାଚ ଖେଳିବେନି ଏହି ଅଷ୍ଟ୍ରେଲିଆ କ୍ରିକେଟର, କ’ଣ ପାଇଁ ଜାଣନ୍ତୁ

ମିସ୍ ଇଣ୍ଡିଆ ୟୁନିଭର୍ସ -୨୦୨୦ ମୁକୁଟ ଜିତିଲେ ବୈଷ୍ଣବୀ ସିଂ, ମେଧାବୀ ଛାତ୍ରୀ ସହ ଜଣେ ଭଲ ମଡେଲର