ପରଲୋକରେ ସିରାଜଙ୍କ ବାପା, ସଙ୍ଗରୋଧରେ ରହିଥିବାରୁ ଅନ୍ତେଷ୍ଟି କ୍ରିୟାରେ ଯୋଗ ଦେବେନି ପୁଅ

ସିଡନୀ, ୨୧/୧୧: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ପେସ୍‌ ବୋଲର ମହମ୍ମଦ ସିରାଜଙ୍କ ବାପା ମହମ୍ମଦ ଘୋଷଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ୫୩ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ଧରି ଫୁସଫୁସ ଜନିତ ରୋଗରେ ପୀଡ଼ିତ ଥିଲେ । ବାପାଙ୍କ ମୃତ୍ୟୁ ଖବର ପାଇବା ପରେ ସିରାଜ ଭାଙ୍ଗି ପଡ଼ିଛନ୍ତି । କିନ୍ତୁ ଏବେ ସେ ଦଳସହ ସଙ୍ଗରୋଧରେ ରହିଥିବାରୁ ଅନ୍ତେଷ୍ଟି କ୍ରିୟାରେ ଯୋଗଦେବାରୁ ବଞ୍ଚିତ ହୋଇଛନ୍ତି ।

୨୬ ବର୍ଷିୟ ସିରାଜ ଗତକାଲି ଭାରତୀୟ ଦଳ ସହ ଅଭ୍ୟାସ୍‌ କରି ଫେରିବା ପରେ ବାପାଙ୍କ ମୃତ୍ୟୁ ଖବର ପାଇଥିଲେ। ସେ କହିଛନ୍ତି, ବାପାଙ୍କ ମୃତ୍ୟୁ ଖବର ମୋତେ ଚକିତ କରି ଦେଇଛି । ଏହା ମୋ’ ଜୀବନର ସବୁଠୁ ବଡ଼କ୍ଷତି । ବାପାଙ୍କ ସ୍ୱପ୍ନ ଥିଲା ମୁଁ ଭାରତ ପାଇଁ ଖେଳେ, ଦେଶକୁଗର୍ବିତ କରେ । ମୁଁ ତାଙ୍କ ସ୍ୱପ୍ନ ପୂରଣ କରିଛି । ମୋ’କ୍ୟାରିୟର ପାଇଁ ସେ ଅଟୋ ଚଲାଇବାକୁ ପଛାଇନ ଥିଲେ । ଅଧିନାୟକ ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀବାପାଙ୍କ ମୃତ୍ୟୁ ଖବର ପାଇଛନ୍ତି । ଉଭୟ ମୋତେ ଏଭଳିକଠିନ ସମୟରେ ଦୃଢ଼ ରହିବାକୁ ପରାମର୍ଶ ଦେଇଛନ୍ତି ।’

   ସମ୍ବନ୍ଧିତ ଖବର


ଓସିଏର ନୂଆ ଚୟନ କମିଟିର ଅଧ୍ୟକ୍ଷ ହେଲେ ପ୍ରଭଞ୍ଜନ ମଲ୍ଲିକ

ଭାରତର ଅଷ୍ଟ୍ରେଲିଆ ଗସ୍ତ: ଆଜି ପ୍ରଥମ ଦିନିକିଆ ସିରିଜ୍

ସାନିଆ ମିର୍ଜା ମାତୃତ୍ୱ ଲାଭ କରିବା ପରେ ପୁଣି ସେ କୋର୍ଟକୁ ଫେରିବେ

ଆର୍ଜେଣ୍ଟିନାର ଏହା ହେଉଛି ସେହି ସ୍ଥାନ ଯେଉଁଠି ମାରାଡୋନାଙ୍କ ମୃତ୍ୟୁ ପରେ କେହି କାନ୍ଦିଲେନି, ଉତ୍ସବ ପାଳିଲେ

ଗୋଆରେ ପ୍ରତିଷ୍ଠା ହେବ ଫୁଟବଲ କିମ୍ବଦନ୍ତୀ ମାରାଡୋନାଙ୍କ ବିଶାଳ ପ୍ରତିମା, ଜାଣନ୍ତୁ କେତେ ରହିବ ଓଜନ…

ମାରାଡୋନାଙ୍କ ବିଷୟରେ କିଛି ଅଜଣା କଥା: ଭାଇ ଦେଇଥିବା ଫୁଟବଲକୁ ୬ ମାସ ପର୍ଯ୍ୟନ୍ତ ପାଖରେ ରଖି ଶୋଉଥିଲେ,ଜାଣନ୍ତୁ ଗୋଲ୍ ଅଫ୍ ଦ ସେଞ୍ଚୁରି ବିଷୟରେ…