ଲଞ୍ଚ୍ ହେବା ମାତ୍ରେ ୫୦ ହଜାର ଡାଉନଲୋଡ୍, ବିଲକୁଲ୍ TikTok ଭଳି କିନ୍ତୁ ମେଡ୍ ଇନ୍ ଇଣ୍ଡିଆ ଆପ୍

ନୂଆଦିଲ୍ଲୀ ୨/୭: ଚୀନ୍ ସହିତ ସୀମା-ବିବାଦ ପରେ ସରକାର ୫୯ ଚାଇନିଜ୍ ଆପ୍ସ ଉପରେ ବ୍ୟାନ୍ ଲଗାଇ ଦେଇଛନ୍ତି । ପ୍ରତିବନ୍ଧକ ପରେ ଧିରେ ଧିରେ ମେଡ୍ ଇନ୍ ଇଣ୍ଡିଆ ମୋବାଇଲ୍ ଆପ୍ ସଂଖ୍ୟା ବଢୁଛି ଏବଂ ଡାଉନଲୋଡ୍ ମଧ୍ୟ ବଢୁଥିବା ଦେଖିବାକୁ ମିଳୁଛି । ସୋସିଆଲ ମିଡିଆ ଆପ୍ ସେୟାରଚାଟ୍ ଏବେ ଟିକଟକ ଭଳି ନିଜର ଏକ ଆପ୍ ମୋଜ(Moj) ଲଞ୍ଚ୍ କରିଛି ।

ମୋଜ ଏକ ଘରୋଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଯାହାର ପ୍ୟାରେଣ୍ଟ କମ୍ପାନୀ ସେୟାରଚାଟ୍ । ମୋଜ ଗୁଗଲ ପ୍ଲେ-ଷ୍ଟୋରରୁ ଡାଉନଲୋଡ୍ କରାଯାଇହେବ । ମୋଜର ଫିଚର୍ସ ଟିକଟକ୍ ଭଳି । ଏଥିରେ ମଧ୍ୟ ଆପଣ ସଟ୍ ଭିଡିଓ ପ୍ରସ୍ତୁତ କରିପାରିବେ । ସ୍ପେଶାଲ୍ ଇଫେକ୍ଟ, ଷ୍ଟିକର୍ସ ଓ ଇମୋଶନ୍ ଭଳି ଫିଚର୍ସ ମଧ୍ୟ ମିଳିବ ।

ଏହି ଆପ୍ ୧୫ ଭାରତୀୟ ଭାଷାରେ ରହିଛି । ଏଥିରେ ଇଂରାଜୀ ଭାଷା ସପୋର୍ଟ ନାହିଁ । ସେୟାରଚାଟ୍ ମୋଜକୁ ଲଞ୍ଚ୍ କରିବା ପରେ ୫୦ ହଜାର ଲୋକ ଏହାକୁ ଡାଉନଲୋଡ୍ କରିସାରିଲେଣି । ଏହାକୁ ୫ରୁ ୪.୩ ରେଟିଂ ମଧ୍ୟ ମିଳିସାରିଲାଣି । ମୋଜରେ ଆପଣ ୧୫ ସେକେଣ୍ଡର ଭିଡିଓ ଅପଲୋଡ୍ କରିପାରିବେ । ଖାସ୍ କଥା ହେଉଛି ମୋଜ ଆପରେ ଆପଣଙ୍କୁ ଲିସ୍ ସିକିଂର ମଧ୍ୟ ଫିଚର ମିଳିବ ଯାହା ଟିକଟକରେ ନଥିଲା ।

   ସମ୍ବନ୍ଧିତ ଖବର


କାଲିଫର୍ଣ୍ଣିଆ ଷ୍ଟେଟ୍‌ ଆସେମ୍ୱଲିରୁ ସୁଶାନ୍ତ ସିଂହ ରାଜପୁତଙ୍କୁ ମିଳିଲା ସମ୍ମାନ, ଭଉଣୀ ସେୟାର କଲେ ଫଟୋ

୪ଥର ବିବାହ କରିସାରିଛନ୍ତି ଏହି ସିଙ୍ଗର – ୧୫୫ କିଲୋ ଓଜନ କମାଇ ସମସ୍ତଙ୍କୁ କରିଥିଲେ ଆଶ୍ଚର୍ଯ୍ୟ

‘ପିପ୍ପା’ରେ ଆସିବେ ଅଭିନେତା ଇଶାନ୍‌ ଖଟ୍ଟର

ସୁଶାନ୍ତ ସିଂ ମାମଲାରେ ମୁହଁ ଖୋଲିଲେ ଅନୁପମ୍ ଖେର୍, ମହେଶ ଭଟ୍ଟଙ୍କୁ କହିଲେ, ‘ମୁଁ ଅନ୍ଧ ନୁହେଁ, କିନ୍ତୁ…’

ଅକ୍ଷୟ କୁମାରଙ୍କ ଠାରୁ ପ୍ରିୟଙ୍କା ଚୋପ୍ରା ପର୍ଯ୍ୟନ୍ତ…ସ୍ୱାଧୀନତା ଦିବସରେ ପ୍ରଶଂସକଙ୍କୁ ଅଭିନନ୍ଦନ ଜଣାଇ ସୁନ୍ଦର ବାର୍ତ୍ତା ଦେଲେ ସେଲିବ୍ରିଟି

ଫ୍ୟାଶନ୍‌ ଡିଜାଇନର ମାସାବା ଗୁପ୍ତାଙ୍କ ‘ମାସାବା ମାସାବା’ର ଟ୍ରେଲର ଜାରି