ହଟ୍ ଅନ୍ଦାଜରେ ନଜର ଆସିଲେ ମୋନାଲିସା, ଫଟୋ ଭାଇରାଲ

ମୁମ୍ବାଇ ୨୪/୧୧:ଭୋଜପୁରୀ ସିନେମାର ଟପ୍ ଅଭିନେତ୍ରୀ ମୋନାଲିସା ନିକଟରେ ନିଜ ପତି ବିକ୍ରାନ୍ତ ସିଂହଙ୍କ ସହିତ ନିଜ ବର୍ଥ ଡେ ପାଳନ କରିଥିଲେ । ଏହି ମୂହୁର୍ତ୍ତର କିଛି ଫଟୋ ମଧ୍ୟ ସେ ସେୟାର କରିଥିଲେ ।

image courtesy:https://zeenews.india.com/

ଭୋଜପୁରୀ ଷ୍ଟାର୍ ମୋନାଲିସା ଫିଲ୍ମ ବ୍ୟତୀତ ଟିଭିରେ ମଧ୍ୟ କାମ କରୁଛନ୍ତି । ନିକଟରେ ସେ ଇନଷ୍ଟାଗ୍ରାମରେ ନିଜର ଏକ ହଟ୍ ଫଟୋ ସେୟା କରିଛନ୍ତି ଯେଉଁଥିରେ ସେ ଛୋଟ ଡ୍ରେସରେ ନଜର ଆସୁଛନ୍ତି । ସେ ଏହି ଲୁକରେ ଖୁବ୍ ହଟ୍ ଲାଗୁଛନ୍ତି । ସୋସିଆଲ ମିଡିଆରେ ମୋନାଲିସାଙ୍କ ଲୋକପ୍ରିୟତା ମଧ୍ୟ ବହୁତ । ଇନଷ୍ଟାଗ୍ରାମରେ ତାଙ୍କର ୩.୮ ମିଲିୟନ୍(୩୮ ଲକ୍ଷ) ଫଲୋର ଅଛନ୍ତି । ଫ୍ୟାନ୍ସ ତାଙ୍କ ଫଟୋ ଓ ଭିଡିଓକୁ କମେଣ୍ଟ ଓ ଲାଇକ୍ କରିଥାନ୍ତି ।

ଫିଲ୍ମରୁ ମିଳିଥିଲା ଲୋକପ୍ରିୟତା
ମୋନାଲିସା ଭୋଜପୁରୀ ସିନେମାର ପ୍ରାୟ ସବୁ ବଡ ଷ୍ଟାରଙ୍କ ସହିତ ଫିଲ୍ମ କରିସାରିଛନ୍ତି । ଟିଭିରେ ମଧ୍ୟ ତାଙ୍କ କାମକୁ ଖୁବ୍ ପସନ୍ଦ କରାଯାଏ । ନିକଟରେ ମୋନାଲିସାଙ୍କୁ ‘ନଜର ୨’ ରେ ମଧୁଲିକା ଚୌଧୁରୀଙ୍କ ଭୂମିକାରେ ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ତାଙ୍କ କାମକୁ ଖୁବ୍ ପ୍ରଶଂସା କରିଥାନ୍ତି ତାଙ୍କ ଫ୍ୟାନ୍ସ । ମୋନାଲିସା ‘ବିଗ୍ ବସ୍ ୧୦’ରେ ମଧ୍ୟ ନଜର ଆସିସାରିଛନ୍ତି ।