PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ମଲ୍ଟିକଲର ସ୍ୱିମସୁଟରେ ନଜର ଆସିଲେ ମୋନାଲିସା, ଦିୱାନା ହେଲେ ଫ୍ୟାନ୍ସ

https://zeenews.india.com/

ନୂଆଦିଲ୍ଲୀ ୨୮/୨: ଭୋଜପୁରୀ ଅଭିନେତ୍ରୀ ମୋନାଲିସା ଓରଫ ଅନ୍ତରା ବିଶ୍ୱାସ ଅନେକ ସମୟରେ ହଟ୍ ଅନ୍ଦାଜରେ ନଜର ଆସନ୍ତି । ସେ ସୋସିଆଲ ମିଡିଆରେ ମଧ୍ୟ ଆକ୍ଟିଭ୍ ରୁହନ୍ତି । ଏବଂ ଫଟୋ ପୋଷ୍ଟ କରି ନିଜ ଫ୍ୟାନ୍ସଙ୍କ ହୃଦୟ ଜିତନ୍ତି । ଏବେ ପୁଣି ମୋନାଲିସା ନିଜ ଫ୍ୟାନ୍ସଙ୍କ ପାଇଁ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ମଲ୍ଟିକଲର ସ୍ୱିମସୁଟରେ ନଜର ଆସୁଛନ୍ତି ।

ମୋନାଲିସା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ରବିବାର ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ବହୁତ ହଟ୍ ନଜର ଆସୁଛନ୍ତି । ତାଙ୍କ ସେୟାର କରାଯାଇଥିବା ଭିଡିଓକୁ ସୋସିଆଲ ମିଡିଆରେ ଖୁବ୍ ଭ୍ୟୁଜ ମିଳିଛି । ଏହା ପୂର୍ବରୁ ମୋନାଲିସା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବ୍ରାଇଡଲ ଲୁକ ମଧ୍ୟ ସେୟାର କରିଛନ୍ତି ଯାହାକୁ ଫ୍ୟାନ୍ସ ଖୁବ୍ ପସନ୍ଦ କରିଥିଲେ ।

କହିରଖୁଛୁ ମୋନାଲିସା ଭୋଜପୁରୀ ଇଣ୍ଡଷ୍ଟ୍ରୀର ଟପ୍ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ । ଇଣ୍ଡଷ୍ଟ୍ରୀରେ ପବନ ସିଂହଙ୍କ ସହିତ ତାଙ୍କ ଯୋଡିକୁ ବହୁତ ପସନ୍ଦ କରାଯାଏ । ଭୋଜପୁରୀ ଇଣ୍ଡଷ୍ଟ୍ରୀ ସହିତ ମୋନାଲିସା ଟିଭି ଶୋ ମାଧ୍ୟମରେ ନିଜ ଫ୍ୟାନ୍ସଙ୍କ ହୃଦୟରେ ରାଜ କରନ୍ତି । ସେ ୧୦୦ରୁ ଅଧିକ ଭୋଜପୁରୀ ଫିଲ୍ମରେ ନଜର ଆସିସାରିଛନ୍ତି ।