ରୋହିତଙ୍କୁ ନେଇ ଚର୍ଚ୍ଚା: ଆହତ କାରଣରୁ ଟିମ୍‌ ଇଣ୍ଡିଆରୁ ବାଦ ପଡ଼ିଲେ ହିଟ୍‌ମ୍ୟାନ୍, ପରେ ଭାଇରାଲ ହେଲା ରୋହିତଙ୍କ ନେଟ୍‌ ପ୍ରାକ୍ଟିସ୍‌ ସମୟର ଫଟୋ

ନୂଆଦିଲ୍ଲୀ,୨୭/ ୧୦: ସୋମବାର ଦିନ ରାତିରେ ଭାରତୀୟ କ୍ରିକେଟ ବୋର୍ଡ(ବିସିସିଆଇ) ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ୍‌ ଇଣ୍ଡିଆର ଖେଳାଳିଙ୍କ ନାମ ଘୋଷଣା କରିଛି। ନଭେମ୍ବର ୧୦ରେ ଆଇପିଏଲ ସରିବା ପରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତ କରିବ। ଟିମ୍‌ ଇଣ୍ଡିଆ ସେଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ୩ଟ ଟି-୨୦, ୩ଟି ଦିନିକିଆ ଓ ୪ଟି ଟେଷ୍ଟ ମ୍ୟାଚ ଖେଳିବ। ସେଥିପାଇଁ ସୋମାର ବିସିସିଆଇ ଘୋଷଣା କରିଛି ଖେଳାଳିଙ୍କ ନାମ। ତିନୋଟି ଫର୍ମାଟର ଅଧିନାୟକ ଭାବେ ପୂର୍ବଭଳି ବିରାଟ କୋହଲିଙ୍କୁ ଦାୟିତ୍ବ ମିଳିଛି। ସବୁଠୁ ବଡ଼ କଥା ହେଲା ଆହତ କାରଣରୁ ଟିମ୍‌ ଇଣ୍ଡିଆର ଷ୍ଟାର ଖେଳାଳି ରୋହିତ ଶର୍ମା ଓ ଈଶାନ୍ତ ଶର୍ମା ଏହି ଅଷ୍ଟ୍ରେଲିଆ ଗସ୍ତରୁ ବାଦ ପଡ଼ିଛନ୍ତି। ହେଲେ ଟିମ୍‌ ଘୋଷଣା ହେବା ପରେ ଏକ ମଜାଦାର ଘଟଣା ଘଟିଛି।

ବିସିସିଆଇ ଟିମ୍‌ ଘୋଷଣା କରିବାର କିଛି ସମୟ ପରେ ଅର୍ଥାତ୍‌ ସୋମାବାର ରାତି ୧୦ଟା ୩୬ ମିନିଟରେେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ନେଟ୍‌ ପ୍ରାକ୍ଟସି କରିବାର ଫଟୋ ସେୟାର କରିଛି ମୁମ୍ବାଇ ଇଣ୍ଡିଆନ୍ସ। ଆହତ କାରଣରୁ ଟିମ ଇଣ୍ଡିଆରୁ ବାଦ ପଡ଼ିଥିବା ରୋହିତଙ୍କ ଏହି ଫଟୋକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ଟିମ୍‌ ଚୟନର କିଛି ସମୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ହୋଇଥିବା ଏହି ଟୁଇଟ ବିସିସିଆଇ ଟିମ୍‌ ଚୟନ ଉପରେ ପ୍ରଶ୍ନ ଉଠାଇଥିବା ଭଳି ମନେ ହୁଏ।

ଯଦି ରୋହିତ ଶର୍ମା ଆହତ ହୋଇଛନ୍ତି ତେବେ ସେ କେମିତି ନେଟ୍‌ ପ୍ରାକ୍ଟିସ୍‌ କରୁଛନ୍ତି? ଜଣେ ଖେଳାଳି ପୁରାପୁରି ସୁସ୍ଥ ଥିବ ତେବେ ଯାଇ ସେ ନେଟ୍ସରେ ପ୍ରାକ୍ଟିସ୍‌ କରିଥାଏ। ଆଉ ସୋସିଆଲ ମିଡିଆରେ ସେୟାର ହୋଇଥିବା ଫଟୋ ଦେଖିଲେ ଲାଗୁଛି ଯେ ରୋହିତ କେବଳ ଫିଟ୍‌ ନୁହେଁ ସେ ମ୍ୟାଚ୍‌ ଖେଳିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ତେବେ ଅଷ୍ଟ୍ରେଲିଆ ଗସ୍ତରୁ ବାଦ ପଡ଼ିଥିବା ରୋହିତଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ସାରିଲାଣି। ଏପରିକି କିଛି କ୍ରିକେଟ ପ୍ରେମୀ ସୋସିଆଲ ମିଡିଆରେ ବିସିସିଆଇର ଟିମ୍‌ ଚୟନକୁ ନେଇ ପ୍ରଶ୍ନ କରିବା ସହିତ ବିସିସିଆଇ କିଛି କଥା ଲୁଚାଉଥିବାର ଅଭିଯୋଗ ଆଣିଛନ୍ତି।

ରୋହିତଙ୍କ ଫଟୋ ସେୟାର କରି ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ମ୍ୟାନେଜମେଣ୍ଟ କିଛି ମେସେଜ ଦେଉ ନାହିଁ ତ। ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ରୋହିତ ନେଟସ୍‌ ପ୍ରାକ୍ଟିସ୍‌ରେ ଭାଗ ନେଉଛନ୍ତି। ତାହାଲେ ଫିଟନେସ୍‌ ଆଧାରରେ ରୋହିତଙ୍କୁ ଟିମରୁ କାହିଁକି ବାଦ ଦିଆଗଲା? ବୋଲି କ୍ରିକେଟ ପ୍ରେମୀ ମାନେ ପ୍ରଶ୍ନ କରିଛନ୍ତି।

   ସମ୍ବନ୍ଧିତ ଖବର


ମାରାଡୋନାଙ୍କୁ କରାଯାଇଥାଇ ପାରେ ହତ୍ୟା- ଆର୍ଜେଣ୍ଟିନାରେ ପୁଲିସ ଏ ଦିଗରେ କରୁଛି ତଦନ୍ତ

ପୁଣିଥରେ ବକ୍ସିଂ ରିଂକୁ ଫେରିଲେ ମାଇକ୍ ଟାଇସନ୍, ୧୫ ବର୍ଷ ପରେ ଖେଳିଲେ ମ୍ୟାଚ୍

ମ୍ୟାଚ୍‌ ମଝିରେ ମ୍ୟାଚିଙ୍ଗ୍‌: ଅଷ୍ଟ୍ରେଲୀୟ ଯୁବତୀଙ୍କୁ ବିବାହ ପ୍ରସ୍ତାବ ଦେଲେ ଭାରତୀୟ ଯୁବକ, ଭିଡିଓ ଭାଇରାଲ..

ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ – ମହିଳା କହିଲେ , ୧୦ ବର୍ଷ ଯାଏ କରିଛନ୍ତି ଯୌନ ଶୋଷଣ

ଦିଲ୍ଲୀ ହାଫ୍‌ ମାରାଥନରେ କୃଷକଙ୍କ ପୁଅ ରଚିଲା ଇତିହାସ, ଭାଙ୍ଗିଲା ଜାତୀୟ ରେକର୍ଡ

ଦିନିକିଆ କ୍ରିକେଟରେ ଟିମ୍‌ ଇଣ୍ଡିଆ ନାମରେ ଅଲୋଡା ରେକର୍ଡ, ୯୭୮ଟି ମ୍ୟାଚ୍‌ ପୂର୍ବରୁ କେବେ ହୋଇ ନଥିଲା ଏମିତି..