ସୋମବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆସନ୍ତାକାଲି ତା.୩୦.୧୧.୨୦୨୦ରିଖ, ବିଛା ୧୫ ଦିନ, କାର୍ତ୍ତିକ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ସୋମବାର । ପୂର୍ଣ୍ଣିମା-ଦିବା ୩ଟା ୦୨ ମିନିଟ୍‌ ରୋହିଣୀ- ୬୦ ଦଣ୍ଡ ଅହୋରାତ୍ର, ବୃଷ ଚନ୍ଦ୍ର-୬୦ ଦଣ୍ଡ ଅହୋରାତ୍ର । ସୂର୍ଯ୍ୟୋଦୟ: ୬ଟା ୦୫ ମିନିଟ୍‌ ୫୧ ସେକେଣ୍ଡ । ସୂର୍ଯ୍ୟାସ୍ତ: ୫ଟା ୦୪ ମିନିଟ୍‌ ୫୨ ସେକେଣ୍ଡ । ପୁଷ୍କର ଦୋଷ ନାସ୍ତି । ମାଛ, ମାଂସ ଖାଇବା ମନା, ଖାଇଲେ ମହାପାପ । ଅଦ୍ୟ କାର୍ତ୍ତିକ ପୂର୍ଣ୍ଣିମା, ବୋଇତ ବନ୍ଦାଣ, ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ ।

ସୋମବାର ରାଶିଫଳ
ମେଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ସଫଳତା ଓ ଦରମାରେ କିଛି ବୃଦ୍ଧି ଘଟିପାରେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେବ । ଅନ୍ୟକୁ ଦେଇଥିବା ଧନ ଫେରିପାଇବେ କିମ୍ବା କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ହେବ । ଅପରାହ୍ନ ୩ଟା ପରେ ଆର୍ଥିକ କାରବାର କଲାବେଳେ ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ମନୋନିବେଶ କରିବେ । ମହିଳାମାନେ ଘରକରଣା ଦ୍ରବ୍ୟ କ୍ରୟ କରିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୬, ଆରାଧନା- ପ୍ରଭୁ ହନୁମାନ ।

ବୃଷ: ସ୍ୱଜନ, ପ୍ରିୟଜନ ଓ ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କ ମଧୁର ହେବ । ପୁରାତନ ବନ୍ଧୁଙ୍କ ସହ ସାକ୍ଷାତ ଓ ପରେ ସହାୟତା ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ସଫଳତା, ପ୍ରଶଂସା ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ । ମାନସିକ, ପାରିବାରିକ ଶାନ୍ତି ଓ ପରିବାରରେ ହସଖୁସିର ପରିବେଶ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଯତ୍ନ କରିବେ । ମହିଳାମାନେ ପରିବାରର ଆଦର ପାଇବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୨, ଆରାଧନା- ମା’ ଲକ୍ଷ୍ମୀ ।

ମିଥୁନ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । ମନରେ ଅସ୍ଥିରତା ଓ ବ୍ୟଗ୍ରତା ପ୍ରକାଶ ପାଇବ । କର୍ମପ୍ରତି ଅନାଗ୍ରହ ଓ ଆଳସ୍ୟତା ଭାବ ପ୍ରକାଶ ପାଇବ ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ଅପରାହ୍ନ ୩ଟା ପରେ ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆସିବ । ଅଯଥା ଖର୍ଚ୍ଚାନ୍ତରୁ ମୁକ୍ତି ପାଇବେ ଓ କର୍ମ କରିବାର ଶୈଳିରେ ପରିବର୍ତ୍ତନ ଆସିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା କରିବେ । ମହିଳାମାନେ ପୀଡ଼ା ଭୋଗିବେ । ଶୁଭରଙ୍ଗ-ମେରୁନ୍‌, ଶୁଭସଂଖ୍ୟା-୧୨, ଆରାଧନା-ମା’ ଷୋଡ଼ଶୀ ।

କର୍କଟ: ଏକାଦଶ ଚନ୍ଦ୍ର ହେତୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ । ବ୍ୟବସାୟରେ ଉନ୍ନତି କିମ୍ବା ନୂତନ ବ୍ୟବସାୟର ସୁଯୋଗ ପାଇବେ । କର୍ମରେ ସଫଳତା, ପ୍ରଶଂସା ଓ ଦରମାରେ କିଛି ବୃଦ୍ଧି ଘଟିପାରେ । ଚନ୍ଦ୍ର ଉଚ୍ଚରେ ଥିବା ହେତୁ ଆୟର ମାର୍ଗ ସବୁଆଡ଼ୁ ଖୋଲିଯିବ । ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିବାର ସୁଯୋଗ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଆଗ୍ରହୀ ହେବେ । ମହିଳାମାନେ ଆୟର ପନ୍ଥା ନିରୂପଣ କରିବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୯, ଆରାଧନା-ଭଗବାନ ଶିବ ।

ସିଂହ : କର୍ମ ପ୍ରତି ଧ୍ୟାନ ଅଧିକ ରହିବ ଓ କର୍ମ ପ୍ରତି ଏକାଗ୍ରତା ଓ ଆନ୍ତରିକତା ଭାବ ବୃଦ୍ଧି ପାଇବ । ତେଣୁ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କରିପାରନ୍ତି କିମ୍ବା ନୂତନ ନିଯୁକ୍ତି ମିଳିପାରେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଓ ପରିବାରରେ ହସଖୁସିର ପରିବେଶ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ପ୍ରତିଭାବାନ ହେବେ । ମହିଳାମାନଙ୍କର କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୬, ଆରାଧନା- ମା’ ମାତଙ୍ଗୀ ।

କନ୍ୟା: ଭାଗ୍ୟରେ, କର୍ମରେ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ ଓ ବ୍ୟବସାୟରେ ଉନ୍ନତି ଘଟିବ । କର୍ମରେ ସଫଳତା, ପ୍ରଶଂସା ଓ ପଦୋନ୍ନତି ହେବାର ସମ୍ଭାବନା ରହିଛି । କ୍ଷମତାଶାଳୀ ବ୍ୟକ୍ତି ଓ ରାଜନୈତିକ ବ୍ୟକ୍ତିଙ୍କ ସହାୟତା ପାଇବେ ଓ ଗୁରୁଜନଙ୍କ ଆଶୀର୍ବାଦ ଲାଭ କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ପ୍ରଶଂସା ପାଇବେ । ମହିଳାମାନଙ୍କର ସମ୍ମାନ ବୃଦ୍ଧି ଘଟିବ । ଶୁଭରଙ୍ଗ-ସବୁଜ, ଶୁଭସଂଖ୍ୟା-୬, ଆରାଧନା- ଭଗବାନ ବିଷ୍ଣୁ ।

ତୁଳା : ଅଷ୍ଟମ ଚନ୍ଦ୍ର ହେତୁ ଆର୍ଥିକ କ୍ଷତି ଓ ବାଣିଜ୍ୟ, ବ୍ୟବସାୟରେ କ୍ଷତି ପହଞ୍ଚିବ । ମନରେ ବିରକ୍ତି ଭାବ ଓ ଚିଡ଼ିଚିଡ଼ାପଣ ପ୍ରକାଶ ପାଇବ । କର୍ମସ୍ଥାନରେ ବାଧାବିଘ୍ନ ଓ କର୍ମ ପ୍ରତି ଅନାଗ୍ରହ ଓ ଆଳସ୍ୟତା ଭାବ ପ୍ରକାଶ ପାଇବ । ବିନା କାରଣରେ ଆଜି ବହୁତ ବ୍ୟସ୍ତ ରହିବେ । ଯେଉଁମାନଙ୍କର ବିଶାଖା ତୁଳା, ସେମାନଙ୍କର ବିଶେଷ କ୍ଷତି ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅବହେଳା କରିବେ । ମହିଳାମାନେ ଉଦର ଯନ୍ତ୍ରଣା ଭୋଗିବେ । ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୪, ଆରାଧନା- ମା’ ଗାୟତ୍ରୀ ।

ବିଛା : ଘାତଚନ୍ଦ୍ର ହେତୁ ଆର୍ଥିକ କ୍ଷତି, ଶାରୀରିକ ପୀଡ଼ା ଓ ପରିବାରରେ ବିବାଦ ଦେଖା ଦେଇପାରେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ରହିବ । କର୍ମରେ ବିଫଳତା, ବାଧାବିଘ୍ନ ଓ ମହିଳା ସହକର୍ମୀଙ୍କ ସହ ବିବାଦ ହେବ । ଦାମ୍ପତ୍ୟ ଜୀବନରେ କଳହ ଓ ଆର୍ଥିକ ସ୍ଥିତି ବିଗିଡ଼ିଯିବ । ଯେଉଁମାନଙ୍କର ବିଶାଖା ବିଛା, ସେମାନଙ୍କର ବିଶେଷ କ୍ଷତି ଘଟିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୩, ଆରାଧନା- ମା’ ବଗଳାମୁଖୀ ।

ଧନୁ: ପୁରାତନ ରୋଗରୁ ଆରୋଗ୍ୟ ଲାଭ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଅଶାତୀତ ସଫଳତା ଓ ସମସ୍ତଙ୍କର ଶ୍ରଦ୍ଧାଭାଜନ ହେବେ । ଋଣମୁକ୍ତ ହେବାର ଚେଷ୍ଟା କରିବେ ଓ ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ । ମାନସିକ, ପାରିବାରିକ ଶାନ୍ତି ଓ ଦେହମନ ସୁସ୍ଥ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଉପଯୋଗ କରିବେ । ମହିଳାମାନେ ପରିବାରର ମନ ଜିଣିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୭, ଆରାଧନା- ଭଗବାନ ଶିବ ।

ମକର: ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ । ମନରେ ଉତ୍ସାହ ଓ ଉଦ୍ଦୀପନା ଭାବ ଜାଗ୍ରତ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ସଫଳତା, ମାନ ସମ୍ମାନ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ । ନୂତନ ଲେଖା ଓ ଗବେଷଣାରେ ଧ୍ୟାନ ଅଧିକ ଦେବେ । ବାପା, ମା’ଙ୍କ କୃପା ଲାଭ କରିବେ ଓ ସନ୍ତାନମାନେ ଆଜ୍ଞାଧୀନ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମପ୍ରତି ଆଗ୍ରହୀ ହେବେ । ମହିଳାମାନେ ସନ୍ତାନ ବତ୍ସଳା ହେବେ । ଶୁଭରଙ୍ଗ-ଧୂସର, ଶୁଭସଂଖ୍ୟା-୩, ଆରାଧନା-ମା’ ବିମଳା ।

କୁମ୍ଭ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ । କର୍ମରେ ବାଧାବିଘ୍ନ ଓ ସହକର୍ମୀଙ୍କ ସହ ବିବାଦ ହେବ । ଯାନବାହନରେ କ୍ଷତି ଓ ସ୍ୱଜନ, ପ୍ରିୟଜନଙ୍କ ସହ ବିବାଦ ହେବ । ମନରେ ଅସ୍ଥିରତା ଭାବ ଓ ପରିବାରରେ ବିବାଦ ଦେଖାଦେବ । ଯେଉଁମାନଙ୍କର ପୂର୍ବଭାଦ୍ର କୁମ୍ଭ, ସେମାନଙ୍କର ବିଶେଷ କ୍ଷତି ଘଟିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମପ୍ରତି ବିମୁଖ ହେବେ । ମହିଳାମାନେ ପରିବାରରେ ବିବାଦର କାରଣ ହେବେ । ଶୁଭରଙ୍ଗ-ମାଟିଆ, ଶୁଭସଂଖ୍ୟା-୬, ଆରାଧନା- ମା’ ଚଣ୍ଡୀ ।

ମୀନ: ପରିବାରର ସଦସ୍ୟଙ୍କ ସାହାଯ୍ୟ ଓ ସହଯୋଗ ପାଇବେ ଓ ଭାଇ, ଭଉଣୀଙ୍କ ସହ ସମ୍ପର୍କ ମଧୁର ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉଲ୍ଲେଖନୀୟ ଅବଦାନ ରହିବ । ନୂତନ କର୍ମାରମ୍ଭ କରିପାରନ୍ତି କିମ୍ବା ନୂତନ ନିଯୁକ୍ତି ମିଳିପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଉଚ୍ଚମନା ହେବେ । ମହିଳାମାନେ ଆତ୍ମ ସନ୍ତୋଷ ଲାଭ କରିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୯, ଆରାଧନା-ମା’ ତାରା ।

ବିଶେଷ ସୂଚନା
ସମସ୍ତ ରାଶିର ବ୍ୟକ୍ତିମାନେ ଦିନଟି ଶୁଭ ହେବା ପାଇଁ ଉକ୍ତ ମନ୍ତ୍ରଟି ଋଷ୍ୟାଦି କରି ପାଠ କରନ୍ତୁ ।
ଋଷ୍ୟାଦି : ଓଁ ଅସ୍ୟ ଶ୍ରୀ ଚନ୍ଦ୍ର ମହାମନ୍ତ୍ରସ୍ୟ,
ଗୌତମ ଋଷିଃ ଅନୁଷ୍ଟୁପ୍‌ ଛନ୍ଦଃ
ଅଦ୍ୟ ଦିବସ ଦିବସାଧିପତି ଚନ୍ଦ୍ର ଦେବତା
ସୁପ୍ରୀତୟେ ମନ୍ତ୍ର ଜପେ ବିନିଯୋଗଃ । (୧ ଥର)
ମନ୍ତ୍ର : ଓଁ ଐଂ ହୀଂ ସୋମାୟ ନମଃ । (୧୦୮ ଥର)
(ସକାଳେ, ସନ୍ଧ୍ୟାରେ ୨ ଥର)
ହିତବାଣୀ : ବୁଦ୍ଧିଶ୍ରେଷ୍ଠାନି କର୍ମାଣି,
ବାହୁମଧ୍ୟନି ଭାରତ ।
ତାନି ଜଙ୍ଘାଷଜଘନ୍ୟାନି
ଭାରପ୍ରତ୍ୟବରାଣି ଚ ।ା
ଭାବାର୍ଥ: ସଂସାରରେ •ରି ପ୍ରକାର କର୍ମ ରହିଥାଏ । ଯାହା ଉତ୍ତମ ବୁଦ୍ଧି ଓ ବଳ ଦ୍ୱାରା କରାଯାଇଥାଏ, ତାହା ଉତ୍ତମ କର୍ମ । ଶାରୀରିକ ବଳ ଦ୍ୱାରା କରାଯାଇଥିବା କାମ ମଧ୍ୟମ, କପଟରେ କରାଯାଇଥିବା କାମ ଅଧମ, ମୂର୍ଖତା ଓ ନିକୃଷ୍ଟ କର୍ମ ହେଉଛି ଯାହା କରିବା ଦ୍ୱାରା ଲୋକ ସଙ୍କଟରେ ପଡ଼ିଥାନ୍ତି ।
ଜ୍ୟୋତିର୍ବିଦ୍‌: କୈଳାସ ଦାଶ