ସୋମବାରର ରାଶିଫଳ- ଶୁଭାଶୁଭ ଫଳ

ପଞ୍ଜିକା
ଅଦ୍ୟ ତା.୨୪.୦୮.୨୦୨୦ରିଖ, ସିଂହ ୯ ଦିନ, ଭାଦ୍ରବ ମାସ ଶୁକ୍ଳପକ୍ଷ, ସୋମବାର । ଷଷ୍ଠୀ- ଦିବା ୨ଟା ୩୯ ମିନିଟ୍‌, ସ୍ୱାତୀ: ଦିବା ୩ଟା ୨୩ ମିନିଟ୍‌, ତୁଳାଚନ୍ଦ୍ର: ୬୦ଦଣ୍ଡ, ଅହୋରାତ୍ର, ସୂର୍ଯ୍ୟ ଉଦୟ: ୫ଟା, ୩୦ମି. ୨୭ ସେକେଣ୍ଡ, ସୂର୍ଯ୍ୟ ଅସ୍ତ: ୬ଟା, ୬ମି. ୪୫ ସେକେଣ୍ଡ, ମୃତେ ଦିବା ୨ଟା ୩୪ ମିନିଟ୍‌, ଗତେ ଏକପାଦ, ଦିବା ୩ଟା ୨୩ମିିଟ୍‌, ଗତେ ଦ୍ୱିପାଦ, ପୁଷ୍କର ଦୋଷ । ନିମ୍ବ ଖାଇବା ମନା, ଖାଇଲେ ପଶୁଯୋନିରେ ଜନ୍ମ । ଅଦ୍ୟ ଷଷ୍ଠୀ ଓଷା, ସୋମନାଥ ବ୍ରତ ।
ସୋମବାରର ରାଶିଫଳ


ମେଷ : ସ୍ତ୍ରୀ ସୌଖ୍ୟ ଓ ସ୍ତ୍ରୀ ହେତୁକ ଧନଲାଭର ଯୋଗ ରହିଛି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ ପ୍ରଶଂସିତ ହେବେ ଓ ମହିଳା ସହର୍କମୀଙ୍କ ସାହାଯ୍ୟ ଓ ସହଯୋଗ ପାଇବେ । ଆର୍ଥିକ ଅବସ୍ଥାରେ ସୁଧାର ଆସିବ ଓ କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତିର ଯୋଗ ରହିଛି । ପରିବାରରେ ଶାନ୍ତି ଓ ସହଧର୍ମିଣୀଙ୍କ ସାହାଯ୍ୟ ଓ ସହାନୁଭୂତି ପାଇବେ । ବିଦ୍ୟାର୍ଥୀ, କ୍ରିଡାବିତ୍‌ ସ୍ୱକର୍ମରେ ପ୍ରଶଂସିତ ହେବେ । ମହିଳାମାନେ ପ୍ରଶଂସିତା ହେବେ । ଶୁଭରଙ୍ଗ- ଗୋଲାପୀ, ଶୁଭସଂଖ୍ୟା-୬, ଆରାଧନା: ଚଣ୍ଡିପୁରାଣ ପାଠ ।


ବୃଷ : କର୍ମସ୍ଥାନରେ ସମସ୍ତ ପ୍ରକାର ବିଘ୍ନ ଦୂର ହେବ ଓ ସମସ୍ତ କର୍ମରେ ସଫଳ ଓ ପ୍ରଶଂସିତ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । ପୁରାତନ ରୋଗରୁ ମୁକ୍ତ ହେବେ । ଚାପମୁକ୍ତ ହେବାପାଇଁ ଚେଷ୍ଟା ଜାରି ରଖିବେ । ଶତ୍ରୁମାନେ ମିତ୍ରତା କରିବେ । ପରିବାରରେ ଶାନ୍ତି ଓ ପରସ୍ପର ମଧ୍ୟରେ ବୁଝାମଣା ଠିକ୍‌ ରହିବ । ବିଦ୍ୟାର୍ଥୀ, କ୍ରିଡାବିତ୍‌ ସ୍ୱକର୍ମରେ ସଫଳ ହେବେ । ମହିଳାମାନେ ଧାର୍ମିକ କର୍ମରେ ରୁଚି ରଖିବେ । ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୧୨, ଆରାଧନା-କମଳା ।


ମିଥୁନ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ସଫଳ ଓ କର୍ମପ୍ରତି ଏକାଗ୍ରତା ଓ ଆନ୍ତରିକତା ଭାବ ଜାଗ୍ରତ ହେବ । ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ । ବାପା, ମା ଓ ଗୁରୁଜନଙ୍କ କୃପାଲାଭ କରିବେ । ସନ୍ତାନମାନେ ଆଜ୍ଞାଧୀନ ହେବେ ଓ ତାଙ୍କ କର୍ମକୁ ନେଇ ଗର୍ବ ଅନୁଭବ କରିବେ । ବିଦ୍ୟାର୍ଥୀ, କ୍ରିଡାବିତ୍‌ କର୍ମରେ ଉତ୍ସାହୀ ହେବେ । ମହିଳାମାନଙ୍କର ସନ୍ତାନ ସ୍ନେହ ଅତ୍ୟଧିକ ହେବ । ଘାତବାର ହେତୁ ସତର୍କ ରହିବେ । ଶୁଭରଙ୍ଗ-ମେରୁନ, ଶୁଭସଂଖ୍ୟା-୮, ଆରାଧନା-ହରିବଂଶ ପାଠ ।


କର୍କଟ: କର୍ମସ୍ଥାନରେ ବାଧାବିଘ୍ନ ଓ ସହକର୍ମୀଙ୍କ ସହ ବିବାଦ ଦେଖାଦେବ । ସ୍ୱଜନ, ପ୍ରିୟଜନ ଓ ବନ୍ଧୁବାନ୍ଧବ ସହ ମତାନ୍ତର ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ରହିବ । ଯାନବାହନରେ ଯାନ୍ତ୍ରିକ ତ୍ରୁଟି ଓ ମୂଲ୍ୟବାନ ପଦାର୍ଥ ନଷ୍ଟ ହେବାର ସମ୍ଭାବନା ରହିଛି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନଙ୍କର ଥଣ୍ଡା ଜନିତ ରୋଗରେ ପଡିପାରନ୍ତି । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୯, ଆରାଧନା- ଲଳିତାସହସ୍ରନାମ ପାଠ ।


ସିଂହ : ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ଉନ୍ନତି ଓ କର୍ମରେ ଆତ୍ମ ସନ୍ତୋଷ ଲାଭ କରିବେ । ପୁରାତନ ବନ୍ଧୁ ଓ ସହକର୍ମୀଙ୍କ ଠାରୁ ଉପହାର ସ୍ୱରୂପ କିଛି ମୂଲ୍ୟବାନ ପଦାର୍ଥ ପାଇପାରନ୍ତି । ପରିବାରର ସହଯୋଗ ଓ ଭାତୃ, ଭଗ୍ନିଙ୍କ ସାହାଯ୍ୟ ଓ ସହଯୋଗ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ଙ୍କର କର୍ମ ପ୍ରତି ଆନୁଗତ୍ୟ ଭାବ ରହିବ ଓ ମହିଳାମାନେ ଆତ୍ମ ସନ୍ତୋଷ ପାଇବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୬, ଆରାଧନା-ଗାୟତ୍ରୀମନ୍ତ୍ର ଜପ ।


କନ୍ୟା: ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ସଫଳତା ଓ ଦରମାରେ କିଛି ବୃଦ୍ଧି ଘଟିପାରେ । କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତିର ଯୋଗ ରହିଛି । ପରିବାରରେ ଶାନ୍ତି ଓ ସ୍ୱାସ୍ଥ୍ୟ ଅତୁଟ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରୁ ଦୂରେଇ ଯିବେ । ମହିଳାମାନେ ବାସନକୁସନ କ୍ରୟ କରିବେ । ଶୁଭରଙ୍ଗ-ସବୁଜ, ଶୁଭସଂଖ୍ୟା-୪, ଆରାଧନା: ବିଷ୍ଣୁମନ୍ତ୍ର ଜପ ।


ତୁଳା : ସୁଖାଦ୍ୟ, ସୁବସନ ପ୍ରାପ୍ତି ଓ ମାନ ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ରହିବ । କର୍ମସ୍ଥାନରେ ନିଜର କର୍ମଦକ୍ଷତା ପ୍ରକାଶ ପାଇବ । ସ୍ୱଜନ, ପ୍ରିୟଜନଙ୍କ ସହ ସମ୍ପର୍କ ନିବିଡ ହେବ ଓ ପରିବାରରେ ଶାନ୍ତି ଅତୁଟ ରହିବ । ବିଦ୍ୟାର୍ଥୀ, କ୍ରିଡାବିତ୍‌ କର୍ମରେ ସଫଳ ଓ ପ୍ରଶଂସିତ ହେବେ । ମହିଳାମାନେ ପରିବାର ସଦସ୍ୟଙ୍କ ଶ୍ରଦ୍ଧା ଲାଭ କରିବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୨, ଆରାଧନା- ରାମାୟଣ ପାଠ ।


ବିଛା : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । କର୍ମପ୍ରତି ଆଳସ୍ୟତା ଭାବ ପ୍ରକାଶ ପାଇବ ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ଅଯଥା ଖର୍ଚ୍ଚାନ୍ତରେ ପଡିପାରନ୍ତି ଓ ପରିବାରର ବ୍ୟୟଭାର ଅଧିକ ରହିବ । ମନ ଅସ୍ଥିର ରହିବ ଓ ଶାରୀରିକ ପୀଡା ପାଇପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମପ୍ରତି ଆଳସ୍ୟତା ପ୍ରକାଶ କରିବେ । ମହିଳାମାନେ ବଦଖର୍ଚ୍ଚି ହେବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୩, ଆରାଧନା- ବଗଳାମୁଖୀ ।


ଧନୁ : କର୍ମରେ ଉନ୍ନତି ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମସ୍ଥାନରେ ପ୍ରମୋଶନ କିମ୍ବା ଦରମାରେ କିଛି ବୃଦ୍ଧି ଘଟିପାରେ । ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିପାରନ୍ତି । ମାନସିକ ପାରିବାରିକ ଶାନ୍ତି ଓ ସ୍ୱାସ୍ଥ୍ୟ ଉତ୍ତମ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଗ୍ରହୀ ହେବେ । ମହିଳାମାନଙ୍କର ଘରକରଣା ଜିନିଷ କ୍ରୟ କରିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୧୧, ଆରାଧନା-ବ୍ରହ୍ମପୁରାଣ ପଠନ ।

ମକର : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମପ୍ରତି ଏକାଗ୍ରତା ଓ ଆନ୍ତରିକତା ଭାବ ଜାଗ୍ରତ ହେବ ଓ ସ୍ୱକର୍ମରେ ଆତ୍ମସନ୍ତୋଷ ଲାଭ କରିବେ । ନୂତନ କର୍ମାରମ୍ଭ ଓ ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ପରିବାରରେ ଶାନ୍ତି ଓ ମନରେ ଉତ୍ସାହ ଉଦ୍ଦିପନା ଭାବ ପ୍ରକାଶ ପାଇବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କାର୍ଯ୍ୟବ୍ୟସ୍ତ ରହିବେ । ଶୁଭରଙ୍ଗ-କଳା, ଶୁଭସଂଖ୍ୟା-୧୧, ଆରାଧନା-ନଳଚରିତପାଠ ।


କୁମ୍ଭ : ଭାଗ୍ୟରେ, କର୍ମରେ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । କର୍ମରେ ସଫଳତା ପାଇବେ ଓ ପଦସ୍ଥ କର୍ମଚାରୀଙ୍କ କୃପାଲାଭ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ରହିବ । ବାପା ମା ଓ ଗୁରୁଜନଙ୍କ କୃପାଲାଭ କରିବେ ଓ ମୂଲ୍ୟବାନ ଧାତୁ କିମ୍ବା ଭୂମିକ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ଗୁରୁଜନଙ୍କ ସ୍ନେହ ଶ୍ରଦ୍ଧା ଲାଭ କରିବେ । ଶୁଭରଙ୍ଗ-ବାଇଗଣୀ, ଶୁଭସଂଖ୍ୟା-୩, ଆରାଧନା- ଭାଗବତ ପାଠ ।


ମୀନ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ କମ୍‌ ରହିବ । କର୍ମସ୍ଥାନରେ ଅଶାନ୍ତି ଓ ବିବାଦ ଉପୁଜିବ । ମନରେ ଅସ୍ଥିରତା ଓ ବ୍ୟାକୁଳତା ଭାବ ପ୍ରକାଶ ପାଇବ । ପରିବାରରେ ଅଶାନ୍ତି ଓ ଶାରୀରିକ ପୀଡା ପାଇପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ କର୍ମପ୍ରତି ଅନାଗ୍ରହୀ ଓ ଅସ୍ଥିରମନା ହେବେ । ମହିଳାମାନେ ଉଦରପୀଡା ପାଇବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୯, ଆରାଧନା- ଉଗ୍ରତାରା ।


ବିଶେଷ ସୂଚନା
ସମସ୍ତ ରାଶିର ବ୍ୟକ୍ତିମାନେ ଦିନଟି ଶୁଭ ହେବା ପାଇଁ ଉକ୍ତ ମନ୍ତ୍ରଟି ଋଷ୍ୟାଦି କରି ପାଠ କରନ୍ତୁ ।
ଋଷ୍ୟାଦି : ଓଁ ଅସ୍ୟ ଶ୍ରୀ ଚନ୍ଦ୍ର ମହାମନ୍ତ୍ରଷ୍ୟ,
ଗୌତମଋଷିଃ, ଧନୁଷ୍ଟୁପ୍‌ ଛନ୍ଦଃ,
ଅଦ୍ୟ ଦିବସ ଦିବସାଧିପତି,
ଚନ୍ଦ୍ର ଦେବତା ସୁପ୍ରୀତୟେ

ମନ୍ତ୍ର ଜପେ ବିନିଯୋଗଃ । (୧ ଥର)
ମନ୍ତ୍ର : ଓଁ ଐଂ ହୀଂ ସୋମାୟ ନମଃ । (୧୦୮ ଥର)
(ସକାଳେ ଓ ସନ୍ଧ୍ୟାରେ ୨ ଥର)
ହିତବାଣୀ : ମୁକ୍ତି ମିବସି ଚେତାତ୍‌ ।
ବିଷୟାନ୍‌ ବିଷବତ୍‌ ତ୍ୟଜ ।
କ୍ଷମାଦଗର୍ବଂ ଦୟ ଶୌଚଂ
ସତ୍ୟଂ ପିୟୁଷବତ୍‌ ପିବ ।ା
ଭାବାର୍ଥ : ମୁକ୍ତି •ହୁଁଥିବା ବ୍ୟକ୍ତି, ସମସ୍ତ ବିଷୟ ବାସନାକୁ ବିଷ ପରି ଭାବି, ପରିତ୍ୟାଗ କରନ୍ତୁ ଓ ସହନଶୀଳତା, ନମ୍ରତା, ଦୟା, କ୍ଷମା, ପବିତ୍ରତା ଓ ସତ୍ୟତାକୁ ଅମୃତ ଭାବି ପାନ କରନ୍ତୁ ।
ଜ୍ୟୋତିର୍ବିଦ୍‌- କୈଳାସ ଦାଶ

ଜାତକସମାଚାର
ଭୁବନେଶ୍ୱର : ସୋମ, ମଙ୍ଗଳ, ବୁଧ । ବାଲୁଗାଁ : ଗୁରୁ, ଶୁକ୍ର, ଶନି, ରବି ।

   ସମ୍ବନ୍ଧିତ ଖବର


ଆଜିର ରାଶିଫଳ (୨୮/୧୧ ଶନିବାର)

ଶନିବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜିର ରାଶିଫଳ (୨୭/୧୧ ଶୁକ୍ରବାର)

ଶୁକ୍ରବାର ରାଶିଫଳ

ଆଜିର ରାଶିଫଳ (୨୫/ ୧୧ ବୁଧବାର)

ବୁଧବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ