PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ମିଳିନି ୨୦୨୦ ବକେୟା: ଦଇତାପତି ସେବକ ଖପ୍ପା

ପୁରୀ: ଜୁନ୍‌ ୨୪ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା । ଏନେଇ ପ୍ରଶାସନିକ ପ୍ରସ୍ତୁତି ଚାଲିଛି । କିନ୍ତୁ ଦଇତାପତି ସେବକଙ୍କ ସହ କୌଣସି ଆଲୋଚନା ହେଉନାହିଁ । ଦଇତାପତି ସେବକଙ୍କୁ ୨୦୨୦ ରଥଯାତ୍ରାର ପ୍ରାପ୍ୟ ପାଉଣା ମିଳିନାହିଁ । ପ୍ରଶାସନ ତାର ପ୍ରତିଶ୍ରୁତିକୁ ପାଳନ କରୁନାହିଁ । ବକେୟା ପ୍ରାପ୍ୟ ସମ୍ପର୍କରେ ପ୍ରଶାସନ ଦଇତାଙ୍କ ସହ ଆଲୋଚନା ବି କରୁନି । ଏସବୁ ପ୍ରସଙ୍ଗ ଉପରେ ଆଲେଚାନା ପାଇଁ ଦଇତାପତି ନିଯୋଗ କର୍ମକର୍ତ୍ତାମାନେ ଏକ ଜରୁରି ବୈଠକ ଡାକିଥିଲେ ।

ବୈଠକରେ ବକେୟା ପ୍ରାପ୍ୟ ପାଉଣା ଦେବାରେ ପ୍ରଶାସନର ଅବହେଳା ନେଇ ଭୀଷଣ ଅସନ୍ତୋଷ ପ୍ରକାଶ ପାଇଥିଲା । ମହାପ୍ରଭୁଙ୍କ ଯାନିଯାତ୍ରା ନେଇ ଦଇତାପତି ସେବକଙ୍କ ସହ ପ୍ରଶାସନ ବର୍ତ୍ତମାନ ସୁଦ୍ଧା କୌଣସି ଆଲୋଚନା କରିନାହିଁ । ଏହି କାରଣରୁ ଦଇତାପତି ସେବାୟତମାନେ ନିରବ ପ୍ରତିବାଦ ପୂର୍ବକ ପ୍ରଶାସନକୁ କୌଣସି ସହଯୋଗ କରିବେ ନାହିଁ ବୋଲି ବୈଠକରେ ମତ ଦେଇଥିଲେ । ସ୍ନାନଯାତ୍ରା ବେଳେ ଦଇତାପତି ସେବାୟତମାନେ ମହାପ୍ରଭୁଙ୍କ ସେବାକୁ ନିଷ୍ଠାର ସହ କରିବେ । ପହଣ୍ଡି ନୀତିରେ ସମ୍ପୂର୍ଣ୍ଣ ସହଯୋଗ କରିବେ । କିନ୍ତୁ ପ୍ରଶାସନର କୌଣସି ଆଲୋଚନାକୁ ଆସିବେ ନାହିଁ କି
ପ୍ରଶାସନ ସହ ସମ୍ପର୍କ ରଖିବେ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ଖବର ମିଳିଛି ।

ଉଲ୍ଲେଖନୀୟ, ଦଇତାପତି ସେବକମାନଙ୍କ ସେବା ସ୍ନାନପୂର୍ଣ୍ଣିମା ପୂର୍ବରୁ ଆରମ୍ଭ ହେଉଛି । ରତ୍ନଦେବିରୁ ସ୍ନାନବେଦିକୁ ମହାପ୍ରଭୁଙ୍କ ପହଣ୍ଡି ବିଜେ କରିବା, ବାହୁଡା ପହଣ୍ଡି ବି ଏହି ଦଇତାମାନେ କରିବେ । ତା ପରେ ପରେ ମଧ୍ୟ ରାତିରୁ ମହାପ୍ରଭୁଙ୍କ ଗୋପନ ସେବାରେ ହାଜର ହେବେ । ଏହାପରେ ନିରନ୍ତର ମହାପ୍ରଭୁ ବଡ଼ଦେଉଳକୁ ଫେରିବା ପର୍ଯ୍ୟନ୍ତ ଦଇତାପତି ସେବକ ଅଙ୍ଗରକ୍ଷକ ଭାବେ ସେବା ଦାୟିତ୍ୱ ତୁଲାଇବେ ।

ତେଣୁ ଦଇତାପତି ସେବକଙ୍କ ଅସନ୍ତୋଷକୁ ଶାନ୍ତ କରିବାକୁ ପ୍ରଶାସନ କିଭଳି ପଦକ୍ଷେପ ନେଉଛି ତାହା ଦେଖିବା ବାକି ରହିଛି । ବୈଠକରେ ସୂଚନା ଦିଆଯାଇଥିଲା ମହାପ୍ରଭୁଙ୍କ ସେବାରେ ୧୮୯ ଦଇତାପତି ନିୟୋଜିତ ହେଉଛନ୍ତି । ଆମେ ଶହେ ପରିବାର ନିଷ୍ପତ୍ତି ନେଇଛୁ ଗତ ରଥର ବକେୟା ପ୍ରାପ୍ୟ ପାଉଣା ନ ତୁଟିଲେ ଆମେ ପ୍ରଶାସନ ସହ କୌଣସି ସମ୍ପର୍କ ରଖିବୁ ନାହିଁ । ମହାପ୍ରଭୁଙ୍କ ସେବା କରିବୁ । ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ହୁଣ୍ଡିର କ୍ଷତିପୂରଣ ମିଳିନି । ନିଯୋଗର ମାହାଲ ନିଲାମ ବାବଦ କ୍ଷତି ପାଇନୁ । ଏସବୁ ବାବଦକୁ କ୍ଷତିପୂରଣ ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ଆମକୁ ପ୍ରତିଶ୍ରୁତି ଦେଇଥିଲା ।

ଏବେ ପୁଣି ଥରେ ରଥଯାତ୍ରା ଆସିଲାଣି, କିନ୍ତୁ ଦଇତାପତିଙ୍କୁ ଗତ ରଥଯାତ୍ରାର ବକେୟା ପ୍ରାପ୍ୟ ମିଳିନଥିବାରୁ ନିଯୋଗ ସଦସ୍ୟମାନେ ପ୍ରଶାସନ ସହ ସମ୍ପର୍କ ନ ରଖିବା ଭଳି ନିଷ୍ପତ୍ତି ନେଇଛନ୍ତି । ଦଇତାପତିଙ୍କ ଏଭଳି ଅସନ୍ତୋଷ ଅଡୁଆ ପରିସ୍ଥିତି ସୃଷ୍ଟି କରିବା ଆଶଙ୍କା କରାଯାଉଛି ।