PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୪ ଘଣ୍ଟା ପ୍ରଚାର ବ୍ୟାନ୍ କଲେ ନିର୍ବାଚନ କମିଶନର , ନିର୍ବାଚନ ପ୍ରଚାରରେ ବିବାଦୀୟ ଭାଷଣ ପାଇଁ ଲାଗିଲା କଟକଣା
  • ||
  • ସୁଶିଲ ଚନ୍ଦ୍ରା ନୂଆ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||
  • ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ ରାଲିରେ ନବୀନ ପଟ୍ଟନାୟକ କରୁଛନ୍ତି ପ୍ରଚାର , ୬ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ସିଧା ପ୍ରସାରଣ ବ୍ୟବସ୍ଥା
  • ||
  • କଟକ ଏସ୍‌ସିବିରୁ ହାଇଦର ଫେରାର ଘଟଣା – ହାଇଦର ଫେରାର ପଛରେ ତାର ପରିବାର ଲୋକଙ୍କ ହାତ ଅଛି, ମଙ୍ଗଳାବାଗ ଥାନାରେ ଏତଲା ଦେଲେ ଗ୍ୟାଙ୍ଗଷ୍ଟରକୁ ଜଗୁଥିବା ନିଲମ୍ୱିତ କନଷ୍ଟେବଲ ମହମ୍ମଦ ମୌସିମ୍,‌
  • ||
  • ଭାରତରେ ରୁଷ୍ ଟିକା ସ୍ପୁଟ୍‌ନିକ୍ –V କୁ ମଞ୍ଜୁରୀ , ବିଶେଷଜ୍ଞ କମିଟି ବୈଠକରେ ନିଆଗଲା ନିଷ୍ପତ୍ତି, ମାନବ ଦେହରେ ବ୍ୟବହାର ପାଇଁ ଅନୁମତି
  • ||
  • ବଲାଙ୍ଗୀର ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ୨ ଜଣ ନୂଆ କୁଳପତିଙ୍କୁ ମିଳିଲା ନିଯୁକ୍ତି
  • ||
  • ଭୁବନେଶ୍ୱର: କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭଞ୍ଜନଗର: ଭାଲୁ ଆକ୍ରମଣରେ ବାଘୁଆପଲ୍ଲୀ ଗ୍ରାମର ୪ ଜଣ ଗୁରୁତର ଆହତ
  • ||
  • ଢେଙ୍କାନାଳ: ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଖୋଜାଖୋଜି ପରେ ଉଦ୍ଧାର ହେଲା ମୃତହେଦ
  • ||
  • କଟକ: ନିଆଳିର ଏକ ବିଲରୁ ଏକ ମୃତଦେହ ଉଦ୍ଧାର
  • ||
  • ଗଜପତି ଜିଲ୍ଲାର ସମସ୍ତ ସୀମା ସିଲ, ବାହାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର
  • ||
  • ଭୁବନେଶ୍ୱର: ଆଜି ପହଞ୍ଚିବ ୨ ଲକ୍ଷ ୭୧ ହଜାର ଟିକା
  • ||
  • ଜଗନ୍ନାଥପୁର ଛକ ପୁକୁଡ଼ିବନ୍ଧ ଜଙ୍ଗସନ୍ରୁ ୯୨୦ କିଲୋ ଗଞ୍ଜେଇ ଧରିଲା ଅବକାରୀ ବିଭାଗର ସ୍ଵତନ୍ତ୍ର ୱିଙ୍ଗ, ୮ ଗିରଫ, ଟ୍ରକ୍ ଓ ମ୍ୟାକ୍ସପିକ୍ପ ଜବତ
  • ||
  • ବୀରମହାରାଜପୁର: ଚନ୍ଦଲି ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୀଳଗିରି: ଅଭୟାରଣ୍ୟ ଭିତରୁ ଜଣେ ଶିକାରୀ ଗିରଫ,ମାରଣାସ୍ତ୍ର ଜବତ, ଖସିଗଲେ ୩ଜଣ ଶିକାରୀ…
  • ||
  • କଟକ: ଚାଉଳିଆଗଞ୍ଜ ଥାନାରେଆତ୍ମସମର୍ପଣ କଲା ହାଇଦର ସହଯୋଗୀ ୟାକୁବର
  • ||
  • ନୀଳଗିରି: କୂଳଡିହା ଅଭୟାରଣ୍ୟ ସୀମାନ୍ତରୁ ବିରାଟକାୟ ହରିଣ କ୍ଷତବିକ୍ଷତ ଉଦ୍ଧାର କଲେ ଗ୍ରାମବାସୀ
  • ||
  • କଟକ: ହଷ୍ଟେଲ ଭିତରେ ପଶି ନର୍ସିଂ ଛାତ୍ରୀଙ୍କୁ ତଡୁଛି ପୁଲିସ, ଏସସିବି ବିଏସି ନର୍ସିଂ କଲେଜରେ ଉତ୍ତେଜନା
  • ||
  • ନୀଳଗିରି: ଅସନବଣି ଅଞ୍ଚଳରୁ ଉଦ୍ଧାର ହେଲା ୧୫ ଫୁଟ୍ ଲମ୍ବର ଅହିରାଜ ସାପ
  • ||

ବହୁ ଚର୍ଚ୍ଚିତ ମୋନିକା ମୃତ୍ୟୁ ମାମଲାର ପର୍ଦ୍ଦାଫାସ: ଆର୍ଥିକ ଅନଟନ ପାଇଁ ଆତ୍ମହତ୍ୟା କରିଥିଲେ ଯୁବତୀ; ଏସ୍‌ପି

ଝାରସୁଗୁଡ଼ା,୦୫/୦୩: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଝାରସୁଗୁଡ଼ା ପୁଲିସ୍‌ ବ୍ରଜରାଜନଗର ବହୁ ଚର୍ଚ୍ଚିତ ମୋନିକା ଯୋଷୀ ମୃତ୍ୟୁ ମାମଲାର ପର୍ଦ୍ଦାଫାସ କରିଛି। ଗୁରୁବାର ଜିଲ୍ଲା ପୁଲିସ୍‌ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ୱାଦିକ ସମ୍ମିଳନୀରେ ମୋନିକା ନିଜେ ଆତ୍ମହତ୍ୟା କରିଥିବା ନେଇ ଏସ୍‌ପି ବିକାଶ ଚନ୍ଦ୍ର ଦାଶ ସ୍ପଷ୍ଟ କରିଛନ୍ତି। ପୋଷ୍ଟମର୍ଟମ ରିପୋର୍ଟ, ମୋନିକାଙ୍କ ସାଙ୍ଗର ବୟାନ, ବ୍ରଜରାଜନଗର ରେଳ ଷ୍ଟେସନର ସିସିଟିଭି ଫୁଟେଜ୍‌କୁ ଆଧାର କରି ମୋନିକା ଆତ୍ମହତ୍ୟା କରିଥିଲେ ।

ମୋନିକା ଲେଖିଥିବା ଚିଠି ଅନୁସାରେ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ବୋଲି ଉଲ୍ଲେଖ ରହିଛି ।ପୋଷ୍ଟମର୍ଟମ ରିପୋର୍ଟରେ ମଧ୍ୟ ମୃତ୍ୟୁର କାରଣ ଖସି ପଡ଼ି ମୁଣ୍ଡରରେ ଗଭୀର ଆଘାତ ଲାଗିଥିବା ଯୋଗୁଁ ହୋଇଥିବା ଜଣାପଡ଼ିଛି । ଘରେ ଲାଗି ରହିଥିବା ଆର୍ଥିକ ଅନଟନ ପାଇଁ ମୋନିକା ଆତ୍ମହତ୍ୟା କରିଥିବା ଏସ୍‌ପି ସୂଚନା ଦେଇଛନ୍ତି ।

ଗତ ୧୦ ଫେବ୍ରୁଆରୀରେ ମୋନିକାଙ୍କ ଶବ ଇବ ରେଳ ଷ୍ଟେସନ୍‌ ନିକଟରୁ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ମିଳିଥିଲା । ତା’ ପରଦିନ ପରିବାର ଲୋକେ ଶବ ଚିହ୍ନଟ କରିଥିଲେ । ଝାରସୁଗୁଡ଼ା ରେଳବାଇ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଆରମ୍ଭରୁ ପରିବାର ଲୋକେ ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଭାବେ ଅଭିଯୋଗ କରି ଆସୁଥିଲେ । ଏହାକୁ ନେଇ ବ୍ରଜରାଜନଗରର ବିଭିନ୍ନ ସାମାଜିକସଂଗଠନ ଓ ଲୋକେ ବ୍ରଜରାଜନଗରରେ କ୍ୟାଣ୍ଡଲ୍ ଶୋଭାଯାତ୍ରା କରି ଏସ୍‌ଡିପିଓଙ୍କୁ ଏହି ମାମଲା ବ୍ରଜରାଜନଗର ପୁଲିସ୍‌ ଗ୍ରହଣ କରୁ ବୋଲି ଦାବି କରିଥିଲେ । ୭ ଦିନ ପରେ ବ୍ରଜରାଜନଗର ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଘଟଣାର ତଦନ୍ତ କରି ଏହା ଏକ ଆତ୍ମହତ୍ୟା ମାମଲା ହୋଇଥିବାରୁ ଏହି ମାମଲାକୁ ବ୍ରଜରାଜନଗର ପୁଲିସ୍ ବନ୍ଦ କରିଥିବା ନେଇ ସୂଚନା ଦେଇଛନ୍ତି ଏସ୍‌ପି ବିକାଶ ଚନ୍ଦ୍ର ଦାଶ ।

ଅନ୍ୟପଟେ ଏହି ମାମଲା ଉପରେ ଅନେକେ ଭିନ୍ନ ଭିନ୍ନ ପ୍ରଶ୍ନ ଉଠାଇଛନ୍ତି। ମୋନିକାଙ୍କ ଠାରୁ ପୁଲିସ୍‌ କୌଣସି ଟ୍ରେନ୍‌ର ଟିକଟ୍‌ ପାଇନାହିଁ । ତେବେ ବିନା ଟିକଟରେ ମୋନିକା କେମିତି ରେଳ ଷ୍ଟେସନ ଭିତରକୁ ଗଲେ। ଯଦି ଅତ୍ନହତ୍ୟା କଲେ ତେବେ ଟ୍ରେନ୍‌ରେ ଯାଇ ଡେଇଁବା ପରିବର୍ତ୍ତେ ନିଜେ ଟ୍ରେନ୍‌ ସାମ୍ନାକୁ ଆସିପାରିଥାନ୍ତେ। ଘରେ ଆର୍ଥିକ ଅନଟନ ଯଦି ଥିଲା ତେବେ ମୋନିକାଙ୍କ ଏହି ଆର୍ଥିକ ଅନଟନ ପାଇଁ କ’ଣ ଭୂମିକା ରହିଥିଲା ଏମିତି ଅନେକ କିଛି ପ୍ରଶ୍ନର ଉତ୍ତର ଲୋକଙ୍କୁ ମିଳିପାରିନାହିଁ । ଯାହାକି ଅସମାହିତ ପ୍ରଶ୍ନ ହୋଇ ରହିଯାଇଛି।