ଜୁନ୍ ୧୦ରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ବର ୧୩।୫: ଜୁନ୍‌ ୧୦ରେ ମୈାସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ଘରୋଇ ପାଣିପାଗ ସଂସ୍ଥା ‘ସ୍କାଏମେଟ୍’। ନିର୍ଦ୍ଧାରିତ ସମୟ ପୂର୍ବରୁ କେରଳ ଛୁଇଁବ ମୌସୁମୀ। ମେ’ ୨୦ ବେଳକୁ ମୌସୁମୀ ଆଣ୍ଡାମାନ ଓ ନିକୋବରକୁ ସ୍ପର୍ଶ କରିବ। ଏହାର ୧୦ ଦିନ ପରେ ଅର୍ଥାତ୍‌ ଜୁନ୍‌ ୧ ବେଳକୁ କେରଳ ଛୁଇଁବ। ଦେଶରେ ପ୍ରାୟ ୪ ମାସ ଧରି ମୌସୁମୀ ରହିବ। ପ୍ରଥମ ପର୍ଯ୍ୟାୟରେ କୋଚି, ଥିରୁଅନନ୍ତପୁରମ୍, ଚେନ୍ନାଇ ସମେତ ତାମିଲନାଡ଼ୁର ବିଭିନ୍ନ ଅଞ୍ଚଳ ଛୁଇଁବ। ଏହି ସମୟରେ ଉତ୍ତରପୂର୍ବ ଭାରତର ମଣିପୁର, ମିଜୋରାମ ଓ ତ୍ରିପୁରାକୁ ବି ସ୍ପର୍ଶ କରିବ।

ଏହାପରେ ଜୁନ୍ ୫ ବେଳକୁ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ପ୍ରବେଶ କରିବା ସହିତ ଓଡ଼ିଶା ଆଡ଼କୁ ଅଗ୍ରସର ହେବ। ଜୁନ୍ ୧୦ ତାରିଖରେ ମୌସୁମୀ ଓଡ଼ିଶାରେ ପ୍ରବେଶ କରିବ ବୋଲି ପୂର୍ବାନୁମାନ ସ୍କାଏମେଟ୍। ଓଡ଼ିଶା ସମେତ ମୁମ୍ବାଇ, କୋଲକାତା, ମହାରାଷ୍ଟ୍ର, ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାର ଆଦି ରାଜ୍ୟରେ ମୌସୁମୀ ପ୍ରବେଶ କରିବ। ଜୁଲାଇ ୧ ବେଳକୁ ସାରା ଦେଶକୁ ମୌସୁମୀ ଛୁଇଁ ଯାଇଥିବ। ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ସ୍ୱାଭାବିକ ରହିବ। ପ୍ରାୟ ୯୩ ପ୍ରତିଶତ ବର୍ଷା ହେବ। ମୌସୁମୀ ପ୍ରଭାବରେ ସ୍ୱାଭାବିକ ବର୍ଷା ହେବା ଫଳରେ ଖରିଫ ଋତୁରେ ଚାଷବାସ ପାଇଁ ଅନୁକୂଳ ପାଗ ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରାଯାଇଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ, ଉତ୍ତର ସମେତ ଦକ୍ଷିଣ ଓଡ଼ିଶାରେ ଆସନ୍ତା ୪ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ଓଡ଼ିଶାର ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ସମ୍ବଲପୁର, ଝାରସୁଗୁଡ଼ା ଓ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ ଜିଲ୍ଲାରେ କାଳବୈଶାଖୀ ସତର୍କତା ଜାରି କରାଯାଇଛି। ବର୍ଷା ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି।

   ସମ୍ବନ୍ଧିତ ଖବର


ଆଜି ବିଶ୍ୱ ଏଡ୍‌ସ ନିରାକରଣ ଦିବସ: ଅସୁରକ୍ଷିତ ଯୌନ ସମ୍ପର୍କରୁ ୮୮% ସଂକ୍ରମିତ, ରାଜ୍ୟରେ ୫୨ ହଜାର ଆକ୍ରାନ୍ତ

କାଳିଆକୁ ଦେଖିବା ଜିଦ୍‌ରେ ତା’ ବେଡ୍‌ ପାଖରେ ଘୂରି ବୁଲୁଛି ଜଗା, ମା’ ସହ ଭାଇର ଫେରିବା ବାଟକୁ ଅନେଇ ବସିଛି…

ଆଜିଠୁ କୋଣାର୍କ ଉତ୍ସବ, ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ

ଆଜି ହାଫ୍‌, କାଲି ଫୁଲ୍‌ ଛାଡ଼ଖାଇ: ମଟନ୍‌ କେଜି ୭୦୦ ଛୁଇଁବ, ଡିମାଣ୍ଡ୍‌ରେ ରହିବେ ଚିକେନ୍‌ , ମାଛ

ଆଜିଠୁ ସବୁ ରୁଟ୍‌ରେ ଗଡ଼ିଲା ‘ମୋ ବସ୍‌’, କେବଳ ୨୯ନଂ ରୁଟ୍‌ରେ ଗଡ଼ିବନି ବସ୍‌

ଭୀଷଣ ଅବପାତ ରୂପ ନେବ ଲଘୁଚାପ, ଆଜି ବାତ୍ୟାରେ ପରିଣତ ହେବା ସମ୍ଭାବନା: ଆସନ୍ତା ୨ ଓ ୩ ତାରିଖରେ କୁହୁଡ଼ି ସମ୍ଭାବନା