PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ଚନ୍ଦ୍ରାୟନ-୨: ଇତିହାସ ରଚିଲା ଇସ୍ରୋ, ଅର୍ବିଟରଠାରୁ ସଫଳତାପୂର୍ଣ୍ଣ ଭାବରେ ଅଲଗା ହେଲା ଲ୍ୟାଣ୍ଡର ‘ବିକ୍ରମ୍’

ନୂଆଦିଲ୍ଲୀ,୨।୮: ଚନ୍ଦ୍ରାୟନ-୨ ମିଶନ୍ ଅନୁସାରେ ଆଜି ଅର୍ବିଟରରୁ ‘ବିକ୍ରମ‘ ଲ୍ୟାଣ୍ଡରକୁ ସଫଳତାପୂର୍ଣ୍ଣ ସହକାରେ ଅଲଗା କରାଯାଇଛି। ଏହାପରେ ପ୍ରାୟ ୨୦ ଘଣ୍ଟା ପର୍ଯ୍ୟନ୍ତ ବିକ୍ରମ ଲାଣ୍ଡର ଅର୍ବିଟର ପଛରେ ୨ କିଲୋମିଟର ପ୍ରତି ସେକେଣ୍ଡ ଗତିରେ କକ୍ଷକଥରେ ଘୁରିବାରେ ଲାଗିଥିଲା। ଇସ୍ରୋର ସୂଚନା ଅନୁସାରେ ଅର୍ବିଟରରୁ ଲ୍ୟାଣ୍ଡର ବ୍ରିକ୍ରମକୁ ଅଲଗା କରିବାର ପକ୍ରିୟା ମଧ୍ୟାହ୍ନ ୧୨ଟା ୪୫ ମିନିଟରେ ଆରମ୍ଭ କରାଯାଇଥିଲା। ଯାହାକି ମଧ୍ୟାହ୍ନ ୧ଟା ୧୫ ମିନିଟ୍ ପର୍ଯ୍ୟନ୍ତ ଲ୍ୟାଣ୍ଡର ‘ବିକ୍ରମ‘ ଅର୍ବିଟରକୁ ଛାଡି ଅଲଗା ହୋଇଯାଇଥିଲା। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ(ଇସ୍ରୋ)ର ବୈଜ୍ଞାନିକଙ୍କ ପାଇଁ ଏହା ଏକ ବଡ ସଫଳତ ରହିଥିଲା। ଏବେ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଲ୍ୟାଣ୍ଡର ‘ବିକ୍ରମ’ ୭ ସେପ୍ଟେମ୍ବର ରାତି ୧ଟା ୫୫ ମିନିଟରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରାଯିବ।  ଆଗକୁ ଆଉ ଏକ ସବୁଠାରୁ ବଡ ଚ୍ୟାଲେଞ୍ଜ ହେଉଛି ଯେ, ‘ପ୍ରଜ୍ଞାନ’ ରୋଭରକୁ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ହେବ।

ଉଲ୍ଲେଖନୀୟ ଯେ, ବିକ୍ରମ ଲ୍ୟାଣ୍ଡର ଆଜି ସଫଳତାପୂର୍ଣ୍ଣ ଭାବରେ ଚନ୍ଦ୍ରାୟନରୁ ଅଲଗା ହୋଇଯାଇଛି। ଏହାର ନାମ ଇସ୍ରୋର ସଂସ୍ଥାପକ ଓ ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ ବିକ୍ରମ ସାରାଭାଇଙ୍କ ନାମରେ ରଖାଯାଇଛି। ଏହାର ପ୍ରାରମ୍ଭିକ ଡିଜାଇନ୍ ଇସ୍ରୋର ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର ଅହମ୍ମଦାବାଦ ତିଆରି କରିଥିଲା। ପରେ ଏହାଦ୍ବାରା ବେଙ୍ଗାଲୁରର ୟୁଆରଏସସି ବିକଶିତ କରିଥିଲା। ଏଥିରେ ୪ ପେଲୋଡ ରହିଛି।  

ଉଲ୍ଲେଖନୀୟ ଯେ, ଭାରତ ଯେତେବେଳେ ଚନ୍ଦ୍ରାୟନ ମିଶନ ପାଇଁ ଋଷ ଠାରୁ ଲ୍ୟାଣ୍ଡର ମାଗି ଥିଲା, ତେବେ ଋଷ ଏହାକୁ ଦେବାକୁ ମନା କରିଦେଇଥଇଲା। ଏହାପରେ ଭାରତୀୟ ବୈଜ୍ଞାନିକମାନେ ଖୁବ୍ ପରିଶ୍ରମ କରି ସ୍ବଦେଶ ନିର୍ମିତ ଲ୍ୟାଣ୍ଡର ବିକାଶିତ କରିନେଇଥିଲେ ଯାହାର ନାମ ‘ବିକ୍ରମ’ ରଖାଯାଇଥିଲା। ୭ ସେପ୍ଟେମ୍ବରରେ ଚନ୍ଦ୍ରାୟନ ମିଶନ-୨ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜିଂ ହେବ, କାରଣ ଏହି ଦିନ ‘ବିକ୍ରମ’ ଲ୍ୟାଣ୍ଡର ଚନ୍ଦ୍ରରେ ପହଁଞ୍ଚିବ। ୬ ଓ ୭ ସେପ୍ଟେମ୍ବର ମଧ୍ୟ ରାତିରେ ୧ଟା ୩୦ ମିନିଟରୁ ୧ଟା୧୪୦ ମିନିଟ୍ ମଧ୍ୟରେ ବିକ୍ରିମ ଲାଣ୍ଡର ୩୫ କିଲୋମିଟର ଉଚ୍ଚତାରୁ ଚନ୍ଦ୍ରର ଦକ୍ଷିଣ କକ୍ଷରେ ଓହ୍ଲାଇବା ଆରମ୍ଭ କରିବ। ସେତେବେଳେ ଏହାର ଗତି ୨୦୦ ମିଟର ପ୍ରତି ସେକେଣ୍ଡରେ ରହିବ। ଏହା ଇସ୍ରୋ ବୈଜ୍ଞାନିକଙ୍କ ପାଇଁ ଖୁବ୍ ଚ୍ୟାଲେଞ୍ଜିଂ କାମ ରହିବ।

ସେହି ଦିନ ରାତି ୧ଟା ୫୫ ମିନିଟରେ ‘ବିକ୍ରମ’ ଲ୍ୟାଣ୍ଡର ଦକ୍ଷିଣ ଧ୍ରୁବରେ ଉପସ୍ଥିତ ଦୁଇଟି କ୍ରେଟର ମୋଞ୍ଜିନସ୍-ସି ଓ ସମ୍ପୋଲିୟସ୍-ଏନ୍ ଭିତରେ ଲ୍ୟାଣ୍ଡ କରିବ। ପ୍ରାୟ ୬ କିଲୋମିଟର ଉଚ୍ଚତାରୁ ଲ୍ୟାଣ୍ଡ ୨ ମିଟର ପ୍ରତି ସେକେଣ୍ଡ ଗତିରେ ଚନ୍ଦ୍ର ପୃଷ୍ଟରେ ଓହ୍ଲାଇବ। ଏହାର ୧୫ ମିନିଟ୍ ଖୁବ୍ ଗୁରୁତ୍ବପୂର୍ଣ୍ଣ ରହିବ। ରାତି ୩ଟା ୫୫ ମିନିଟରେ ଲ୍ୟାଣ୍ଡିଂର ପ୍ରାୟ ୨ ଘଣ୍ଟା ପରେ ବିକ୍ରିମ ଲ୍ୟାଣ୍ଡର ରାମ୍ପ ଖୋଲିବ। ଏହା ଜରିଆାରେ ୬ ଚକିଆ ବିଶିଷ୍ଠ ପ୍ରଜ୍ଞାନ ରୋଭର ଚନ୍ଦ୍ର ପୃଷ୍ଟରେ ଓହ୍ଲାଇବ।

ଭୋର ୫ଟା୦୫ ମିନିଟରେ ‘ପ୍ରଜ୍ଞାନ’ ରୋଭରର ସୋଲାର ପ୍ୟାନେଲ ଖୋଲିବ। ଏହି ସୋଲାର ପ୍ୟାନେଲ ଜରିଆରେ ସେଥିରୁ ଶକ୍ତି ମିଳିବ। ଏହାପରେ ସକାଳ ୫ଟା ୧୦ ମିନିଟରେ ‘ପ୍ରଜ୍ଞାନ’ ରୋଭର ଚନ୍ଦ୍ର ପୃଷ୍ଠରେ ଚାଲିବା ଆରମ୍ଭ କରିବ। ଏହା ଏକ ସେଣ୍ଟିମିଟର ପ୍ରତି ସେକେଣ୍ଡ ଗତିରେ ଚନ୍ଦ୍ର ପୃଷ୍ଠରେ ୧୪ ଦିନ ପର୍ଯ୍ୟନ୍ତ ଯାତ୍ରା କରିବ। ଏହି ସମୟରେ ତାହା ୫୦୦ ମିଟର ଦୂର ଧାର୍ଯ୍ୟ କରିବ।

ସମ୍ବନ୍ଧିତ ଖବର