ରବିବାରଠାରୁ ରାଜ୍ୟରେ ବଢ଼ିବ ଶୀତ ପ୍ରକୋପ

ଭୁବନେଶ୍ୱର- ରବିବାରଠାରୁ ରାଜ୍ୟରେ ବଢ଼ିବ ଶୀତ ପ୍ରକୋପ । ରାତି ତାପମାତ୍ରା ବର୍ତ୍ତମାନ ତୁଳନାରେ ୪ରୁ ୫ ଡିଗ୍ରୀ ସେଲସିୟସ୍‌ ଖସିପାରେ । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କିଛି ଦିନ ହେବ ରାଜ୍ୟରେ ଥଣ୍ଡା କମ୍‌ ରହିଛି । ଅନୁମାନ କରାଯାଉଛି, ଆସନ୍ତା ୨୪ ଘଣ୍ଟା ଭିତରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ମାତ୍ର ରବିବାର ରାତିରୁ ପୁଣି ପାରଦ କ୍ରମାଗତ ଭାବେ ଖସିବ । ଏହା
ପ୍ରକୋପରେ ଶୀତ ଥରାଇବ ।

ଅନ୍ୟପକ୍ଷରେ ଆସନ୍ତାକାଲି (ଶନିବାର) ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ନବରଙ୍ଗପୁର, ରାୟଗଡ଼ା, ନୂଆପଡ଼ା, ମାଲକାନଗିରି, କୋରାପୁଟ, ଗଜପତି, କନ୍ଧମାଳର ଗୋଟିଏ ଦୁଇଟି ଜାଗାରେ ହାଲୁକା କିମ୍ବା ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ରବିବାରଠାରୁ ପାଗ ବଦଳିବ । ଆଉ ବର୍ଷା ସମ୍ଭାବନା ନାହିଁ । ତେଣୁ ଶୀତ ବଢ଼ିବ । ଶୁକ୍ରବାର ସକାଳେ ଅନୁଗୁଳ, ତାଳଚେର, କଟକ ସମେତ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଆଚ୍ଛାଦିତ କରିଥିଲା । କେତେକ ଜାଗାରେ ୫୦ ମିଟର ଦୂରତା ସ୍ପଷ୍ଟ ଦୃଶ୍ୟମାନ ହୋଇନଥିଲା । ଶନିବାର ସକାଳେ କଟକ, ଖୋର୍ଦ୍ଧା, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କନ୍ଧମାଳ, ନୟାଗଡ଼, କୋରାପୁଟରେ ମଧ୍ୟମ ଧରଣର କୁହୁଡ଼ି ଘେରିବା ସମ୍ଭାବନା ଅଛି ।

ଗୁରୁବାର ରାତିରେ ରାଜ୍ୟର ସମସ୍ତ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସରୁ ଅଧିକ ଥିଲା । ଶୁକ୍ରବାର ଦିନବେଳା ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରୀ ସେଲସିୟସ୍‌ ଉପରେ ଥିଲା । ରାଜଧାନୀ ଭୁବନେଶ୍ୱର ସମେତ ସୋନପୁର, ଟିଟିଲାଗଡ଼, ନୟାଗଡ଼, ମାଲକାନଗିରି, ବଲାଙ୍ଗିର, ବାଲେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରୀ ପାର୍‌ କରିଥିଲା । ବାଲେଶ୍ୱରରେ ସର୍ବାଧିକ ତାପମାତ୍ରା ୩୫.୪
ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଥିଲା ।

   ସମ୍ବନ୍ଧିତ ଖବର


ନାଗାର୍ଜୁନ ବେଶ- ନିଷ୍ଠା ବଳରେ ମହାପ୍ରଭୁଙ୍କ ଏକ ଲକ୍ଷ ଅକ୍ଷତ ଅରୁଆ ଚାଉଳ ବଛା ଏବଂ କ୍ଷୀରି ପ୍ରସ୍ତୁତି

ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ଗୁରୁତ୍ୱପୂର୍ଣ୍ଣ ଫାଇଲ ଚରିଯାଇଛନ୍ତି ଊଈ- ଶିକ୍ଷାଧିକାରୀ କାର୍ଯ୍ୟାଳୟର କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ

୧୯୬୦ରେ କରିଥିଲେ ମାଟ୍ରିକ ପାସ୍‌- ସରକାରୀ ଚାକିରି ନକରି ପିଲାଙ୍କୁ ଦେଉଥିଲେ ଶିକ୍ଷାଦାନ, ଏବେ …

ଏଇ ଓଡିଶାରେ ଯୁବକ ଦେଉଛନ୍ତି ୨୫ ଟଙ୍କାରେ ପେଟପୁରା ସ୍ୱାଦିଷ୍ଟ ଖାଦ୍ୟ- ୧୦ ଟଙ୍କାରେ ସୁପ୍‌

କାର୍ତ୍ତିକ ବୈକୁଣ୍ଠ ଚତୁର୍ଦ୍ଦଶୀ- ଜାଣନ୍ତୁ ଏହାର ପର ଚାରି ମାସ କାହିଁକି କରାଯାଇ ନଥାଏ ଶୁଭ କାର୍ଯ୍ୟ