ପାଇଲଟ୍ ବାବା କପିଲ ଅଦ୍ବୈତ ଗଲେ ଜେଲ୍, ୬ ଅଭିଯୁକ୍ତ ଫେରାର, ଜାଣନ୍ତୁ କେମିତି ଲଗାଉଥିଲେ ଚୁନା

ଆଇକାବା ଇଣ୍ଟରନେସନାଲ ଏଜୁକେସନ ସଂସ୍ଥା ପ୍ରବଞ୍ଚନା ନାମରେ ଚର୍ଚ୍ଚିତ ପାଇଲଟ୍ ବାବା କପିଲ ଅଦ୍ବୈତ ଗୁରୁବାର ଦିନ ସିଜିଏମ୍ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ସିଜିଏମ୍ କୋର୍ଟ ଏବଂ ଜିଲ୍ଲା ଜର୍ଜର କୋର୍ଟ ବାବାଙ୍କ ଜାମିନର ଅର୍ଜିତ ଖାରଜ କରିଦେଇଛନ୍ତି। ୮୨ ବର୍ଷିୟ ପାଇଲଟ୍ ବାବାଙ୍କୁ ନ୍ୟାୟିକ ହିରାସତ ଜେଲକୁ ପଠାଯାଇଛି।

ହାଇ ପ୍ରୋଫାଇଲ ମାମଲା ହୋଇଥିବା ଯୋଗୁଁ ଦିନ ସାରା କୋର୍ଟର ମାହୋଲ ଗରମ ଥିଲା। ସେହିଦିନ ରାତିରେ ପ୍ରାୟ ୧୨ଟା ବେଳେ ଜେଲରେ ପାଇଲଟ୍ ବାବାଙ୍କ ସ୍ବାସ୍ଥ୍ୟ ଅଚାନକ ଖରାପ ହୋଇଯାଇଥିଲା। ଜେଲର କର୍ମୀ ତୁରନ୍ତ ତାଙ୍କୁ ବିଡ଼ି ପାଣ୍ଡେ ହସ୍ପିଟାଲକୁ ନେଇଯାଇଥିଲେ। ସେଠାରେ ଡ. ହସିମ୍ ଅଂସାରୀ ତାଙ୍କର ଚିକିତ୍ସା କରିଥିଲେ। ଡାକ୍ତରଙ୍କ କହିବାନୁଯାୟୀ ପାଇଲଟ୍ ବାବାଙ୍କ ବିପି ବଢ଼ିଯାଇଥିବାରୁ ତାଙ୍କ ଶରୀର ଅସୁସ୍ଥ ଅଛି। ନିଶ୍ବାସ ନେବାରେ ଅସୁବିଧା ହେଉଛି। ତେଣ ଡାକ୍ତର ତାଙ୍କୁ ସୁଶୀଲା ତିବାରୀ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି। ଡ. ଅଂସାରୀ କହିଛନ୍ତି, ବାବା ପ୍ରଥମରୁ ହିଁ ଔଷଧ ଖାଉଛନ୍ତି।

ଆଇକାବା ଇଣ୍ଟରନେସନାଲ ଏଜୁକେସନ ସଂସ୍ଥା ବିରୁଧରେ ତଲ୍ଲୀତାଲ ଥାନାରେ ହଲଓ୍ବାନି ନିବାସୀ ଡ. ହରିସ ପାଲ ଅଭିଯୋଗ ପତ୍ର ଦେଇଥିଲେ। ଏହି ଆଧାରରେ ପୁଲିସ ହିମାଂଶୁ ରାୟ, କପିଲ ଅଦ୍ବୈତ, ହସରତ ଖାନ୍, ଇରଫାନ ଖାନ୍, ବିଜୟ ଯାଦବ, ପିସି ଭଣ୍ଡାରୀ ଏବଂ ମଙ୍ଗଲ ଗିରିଙ୍କ ବିରୁଧରେ ଧାରା ୪୨୦ ଏବଂ ୫୦୬ ଆଧାରରେ ମୋକଦ୍ଦମା ରୁଜ୍ଜୁ କରିଛି।

ହରିଶ ପାଲଙ୍କ ଅଭିଯୋଗ ଥିଲା କି, ଆଇକାବାର ସଂସ୍ଥାପକ, ସଞ୍ଚାଳକ ଏବଂ ଅଧ୍ୟକ୍ଷ ହିଂମାଶୁ ରାୟ  ଏବଂ ପାଇଲଟ୍ ବାବା ସମତେ ଅଲଗା ଠକେଇ କରି ତାଙ୍କଠାରୁ କମ୍ୟୁଟର ସେଣ୍ଟରର ଫ୍ରାଞ୍ଚାଇଜ୍ ନାଁରେ ୬୭୭୬୦ଟଙ୍କା ନେଇଥିଲେ। ସେ ଏହା ବଦଳରେ ପ୍ରତିମାସ ୫୦ହଜାର ଟଙ୍କା ଦେବା ପାଇଁ କହିଥିଲେ। ହରିଶ ପାଲଙ୍କ ଅଭିଯୋଗ ଏହା କି, ତାଙ୍କ ଠାରୁ ମୋଟ୍ ୩,୨୦,୭୬୦ ଟଙ୍କା ହଡ଼ପ କରାଯାଇଛି। ହଲଓ୍ବାନୀ ନିବାସୀ ନବାବ ହୁସେନ, ଅନୁରାଗ ମାଜିଲା ଏବଂ ତବସ୍ସୁମ୍ ଅସଫାକ ସମେତ ଉତ୍ତର ପ୍ରଦେଶ, ହରିୟାଣାର ୧୧ହଜାର ଲୋକଙ୍କଠାରୁ ବି ପ୍ରବଞ୍ଚନା କରାଯାଇଛି।

ଆଇକାବା ଇଣ୍ଟରନେସନାଲ ଏଜୁକେସନ ସଂସ୍ଥା ବିରୁଧରେ ୨୦୦୮ରେ ବରେଲୀର ବରାଦରୀ ଏବଂ ହରିୟଣାର ଫତେପୁରରେ ଅପରାଧିକ ମୋକଦ୍ଦମା ମାମଲା ରୁଜ୍ଜୁ କରାଯାଇଥିଲା।  ଏହି ମାମଲାକୁ ଅନୁଧ୍ୟାନ ସିବିସିଆଇଡ଼ି ଠାରୁ କରାଯାଇଥିଲା। ସିବିସିଆଇଡ଼ିର ଅନୁଧ୍ୟାନ ପରେ ସମସ୍ତ ଅଭିଯୁକ୍ତଙ୍କ ବିରୁଧରେ ୨୦୧୦ ଜୁନ୍ ୧୫ରେ ମାମଲା ପତ୍ର ସିଜିଏମ୍ କୋର୍ଟରେ ଦାଖଲ କରାଯାଇଥିଲା। ସେବେଠାରୁ ଅଭିଯୁକ୍ତ ବିଚାରର ସାମ୍ନା କରିବାରୁ ବଂଚି ରହୁଥିଲେ। ପାଇଲଟ୍ ବାବା ଏହି ମାମଲାରେ ହାଇକୋର୍ଟରେ ଦୃ​‌ଷ୍ଟି ଆକର୍ଷଣ କରିଥିଲେ। କୋର୍ଟ ତାଙ୍କୁ ସିଜିଏମ୍ କୋର୍ଟରେ ଆତ୍ମସମର୍ପଣ କରିବାକୁ କହିଲା  ଏବଂ କୋର୍ଟ ସେହି ଦିନ ଜାମିନ ଅର୍ଜିତ କରିବାକୁ ଶୁଣାଣି ଦେଇଥିଲା। ବାବା ଗୁରୁବାରକୁ ସିଜିଏମ୍ କୋର୍ଟ ଆତ୍ମସମର୍ପଣ କରିଥିଲେ।

ସିଜିଏମ୍ ମୁକେଶ ଚନ୍ଦ୍ର ତାଙ୍କ ଜାମିନ ଅର୍ଜିତ ଖାରଜ କରିଛି। ଏହା ପରେ ଏବେ ବାବା ଜିଳ୍ଲାର ନ୍ୟାୟଳୟରେ ଜାମିନ ପ୍ରାର୍ଥନା ପତ୍ର ଦେଇଛନ୍ତି। ଜିଲ୍ଲା ଜର୍ଜ ନରେନ୍ଦ୍ର ଦତ୍ତ ରାତି ୮ଟାରେ ପାଇଳଟ୍ ବାବାର ଜାମିନ ୟାଚିକାରେ ଶୁଣାଣି କରିବା ସହ ପ୍ରାର୍ଥନା ପତ୍ର ଖାରଜ କରଛନ୍ତି। ଏହି ମାମଲା ସମ୍ପୃକ୍ତ ୬ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି।

   ସମ୍ବନ୍ଧିତ ଖବର


ଟିମ୍‌ ଇଣ୍ଡିଆକୁ ଝଟକା, ଟେଷ୍ଟ ସିରିଜର ପ୍ରଥମ ଦୁଇ ମ୍ୟାଚରୁ ବାଦ ପଡ଼ିଲେ ରୋହିତ ଓ ଈଶାନ୍ତ

ଯୁବ ୟୁଟ୍ୟୁବର ଧକ୍କା କରିଦେଲେ ପିତାଙ୍କର ୨୫କୋଟିର କାର୍ – ଆଘାତ ପାଇ ଏମିତି ବାର୍ତ୍ତା ଦେଲେ

ମାର୍ଶଲ ଆର୍ଟ ବୟଙ୍କ କମାଲ୍: ୧ ମିନିଟ୍‌ରେ ମୁଣ୍ଡରେ ଖୋଲିଲେ ୬୮ଟି ବୋତଲର ଠିପି, କଲେ ୱାର୍ଲଡ ରେକର୍ଡ

ସ୍ଥଳ ସେନାର ବ୍ରହ୍ମୋସ୍‌ ମିସାଇଲ୍‌ର ସଫଳ ପରୀକ୍ଷଣ

‘ଆରେ ତୁମେ କ’ଣ କରୁଛ..ପୁରା କେଶ କାଟିଦେବ କି..ଆରେ ୟାର…’ ଇଣ୍ଟରନେଟ୍‌ରେ ଧମାଲ କରୁଛି ଏହି କୁନିର ଝିଅର ହେୟାର କଟିଂ ଭିଡ଼ିଓ

କୁକୁରର ହେବ ଡିଏନ୍‌ଏ ଟେଷ୍ଟ: ଶାଦାବ୍‌ଙ୍କ ‘କୋକୋ’ ନା କାର୍ତ୍ତିକଙ୍କ ‘ଟାଇଗର’…