ପୁଣି ଏକ ରହସ୍ୟମୟ ଭାଇରସ୍, ୧୯୫୦ରୁ ଅଧିକ ଘୁଷୁରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୬।୪: ସାରା ଦେଶ ଏବେ ପ୍ରାଣଘାତୀ ମହାମାରୀ କରୋନା ଭାଇରସର ସାମନା କରୁଛି। ଏହା ଭିତରେ ଏକ ରହସ୍ୟମୟୀ ଭାଇରସରେ୧୯୫୦ରୁ ଅଧିକ ଘୁଷୁରୀଙ୍କ ମୃତ୍ୟୁ ହୋଇଛି। ଆସାମର ୬ ଜିଲ୍ଲା ଏହି  ରହସ୍ୟମୟୀ ଭାଇରସ କବଳରେ ରହିଛି। ଶନିବାର ଘୁଷୁରୀ ଓ ତାଙ୍କର ମାଂସ କିଣିବା ଉପରେ ବ୍ୟାନ ଲଗାଇ ଦିଆଯାଇଛି।

କୃଷିମନ୍ତ୍ରୀ ଅତୁଲ ବୋରା କହିଛନ୍ତି ଯେ, ନିର୍ଦେଶ ଜାରି କରାଯାଇଛି ଯେ, ଯେଉଁ ଲୋମାନେ ଘୁଷୁରୀ ଓ  ମାଂସ କିଣୁଛନ୍ତି ତାକୁ ନିଷିଧ କରିଦେଇଛୁ।  ଘୁଷୁରୀମାନେ ଏଭଳି ଅପ୍ରାକୃତିକ ଢଙ୍ଗରେ ମରିବା ସୂଚନା ମିଳିବା ପରେ ପ୍ରଭାବିତ ଅଞ୍ଚଳକୁ ଏକ ଟିମ୍ ପଡାଯାଇଛି ଓ ମୃତ ଘୁଷୁରୀଙ୍କ ସାମ୍ପଲ ନିଆଯାଇଛି।

ନର୍ଥ ଇଷ୍ଟର୍ନ ରିଜିଓନାଲ ଡିଜିଜ୍ ଡାଇଗ୍ନୋଷ୍ଟିକ୍ ଲାବୋରୋଟେରୀ ଓ ବାୟୋସେଫ୍ଟି ଲେବଲ-୩ ଲାବରୋଟୋରୀରେ ଘୁଷୁରୀଙ୍କ ସାମ୍ପଲ ନେଇଛନ୍ତି। ଯେଉଁ ରିପୋର୍ଟ ଆସିଛି ସେଥିରୁ ଘୁଷୁରୀଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କୃଷିମନ୍ତ୍ରୀଙ୍କ କହିବା ଅନୁସାରେ ସମସ୍ତ ସାମ୍ପଲ ଏବେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହାଇ ସିକ୍ୟୁରିଟି ଆନିମଲ ଡିଜିଜ୍ ଭୋପାଳରେ ବିକ୍ରି କରାଯାଇଛି। ଭୋପାଳରୁ ରିପୋର୍ଟ ଆସିବା ପରେ ଆଗାମୀ ପଦକ୍ଷେପ ନିଆଯିବ। ରୋଗ ଯେପରି ଅଧିକ ନବ୍ୟାପିବ ସେଥିପାଇଁ ୬ଟି ଜିଲ୍ଲାକୁ କଣ୍ଟେନମେଣ୍ଟ ଜୋନ୍ ଘୋଷିତ କରାଯାଇଛି, ଯେଉଁଠାରେ ଘୁଷୁରୀ ମରିଛନ୍ତି।

   ସମ୍ବନ୍ଧିତ ଖବର


ଖଇନି ଖାଇବାର ନିଶା: ଅଧାବାଟରେ ଟ୍ରେନର ଚେନ୍ ଟାଣି କିଣିବାକୁ ଗଲେ ଯାତ୍ରୀ, ଧରାପଡିବା ପରେ…

ପହିଲାରୁ କାର୍ତ୍ତିକ ବ୍ରତ ଆରମ୍ଭ: ଏଥର କରୋନା ପାଇଁ ହବିଷ୍ୟାଳିଙ୍କୁ ଧର୍ମଶାଳା ମନା, ମିଳିବନି ମନ୍ଦିର ହବିଷ ଡାଲମା

ଗାଡ଼ି ପାର୍କିଂରୁ ନେଇ ଚାଳକଙ୍କୁ ମାଡ଼ ମାରି ରକ୍ତାକ୍ତ କଲା ପୁଲିସ୍‌, ଅନ୍ୟ କାର୍‌ ଚାଳକ ଧାରଣାରେ ବସିବା ପରେ ଭୁଲ୍ ମାଗିଲେ ପୁଲିସ୍ ବାବୁ

ରାଷ୍ଟ୍ରୀୟ ଏକତା ଦିବସ: ଲୌହ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ପରେଡରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦି

ଲଦାଖ୍‌ରେ ଯବାନଙ୍କୁ ସାଲ୍ୟୁଟ୍‌ କରିଥିବା ଶିଶୁକୁ ୨.୫ଲକ୍ଷ ଦେଲା ବିଜେପି ସାଂସଦ

ତିର୍ତୋଲ ଓ ବାଲେଶ୍ୱର ସଦର ଆସନରେ ଉପନିର୍ବାଚନ ପାଇଁ ସବୈତନିକ ଛୁଟି ଘୋଷଣା