ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ମହା ମିଶ୍ରଣ ପର୍ବ, ପଦ୍ମ ଧରିଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ
  • ||
  • ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ, ୫ସହରରେ ୩୯ ଡିଗ୍ରୀ ଟପିଲା ତାତି, ୩୯.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା, ଏପ୍ରିଲ୍ ୧ ପର୍ଯ୍ୟନ୍ତ ବଢ଼ିଲା ରିମାଣ୍ଡ ଅବଧି
  • ||
  • କଂଗ୍ରେସ ପ୍ରାର୍ଥୀ ଘୋଷଣା କେବେ ? ଚିନ୍ତାରେ ଆଶାୟୀ ଓ କର୍ମୀ..
  • ||

ବିଶ୍ବରେ ୨ କୋଟି ଲୋକଙ୍କର ରହିଛି ସମାନ ପାସଓ୍ବାର୍ଡ, ଜାଣନ୍ତୁ ତାହା କ’ଣ...

ନୂଆଦିଲ୍ଲୀ,୨୨।୪: ବିଶେଷ ଭାବରେ ଅଧିକାଂଶ  ଲୋକ ସହଜ ପାସଓ୍ବାର୍ଡ ବ୍ୟବହାର କରିଥାନ୍ତି, ଯାହାକୁ ସେମାନେ ସହଜରେ ମନେ ରଖିପାରିବେ। ଏକଥା ନିକଟରେ ଏକ ରିସର୍ଚ୍ଚରୁ ଏହା ଜଣାପଡିଛି। ବିଶ୍ବର ପ୍ରାୟ ୨ କୋଟି ଲୋକଙ୍କ ପାସଓ୍ବାର୍ଡ-୧୨୩୪୫୬ ରହିଛି। ରିସର୍ଚ ଅନୁସାରେ, ବିଭିନ୍ନ ପ୍ରକାର ସଚେତନତା କରାଯିବା ପରେ ମଧ୍ୟ ବହୁ ଲୋକ ସହଜ ପାସଓ୍ବାର୍ଡ ରଖି ସାଇବର ଆଟାକର ଶିକାର ଦେଉଛନ୍ତି। ବ୍ରିଟେନର ନ୍ୟାସନାଲ ସାଇବର ସିକ୍ୟୁରିଟି ସେଣ୍ଟର(ଏନସିଏସସି) ଲୋକଙ୍କ ଭିତରେ ସଚେତନତା କମ୍ ଥିବା ନେଇ ଅଧ୍ୟୟନ କରିଥିଲା। ଏନସିଏସସି ଏଭଳି ଆକାଉଣ୍ଟର ଡାଟାବେସକୁ ଅଧ୍ୟୟନ କରିଥିଲା, ଯାହାକୁ ହ୍ୟାକର୍ସମାନେ ହ୍ୟାକ୍ କରିଥିଲେ। ଏଥିରୁ ଜଣାପଡିଥିଲା ୨.୩ କୋଟି ଲୋକଙ୍କ ପାସଓ୍ବାର୍ଡ -୧୨୩୪୫୬ ରହିଛି।

{"id":13756,"width":760,"height":570}

ଏନସିଏସପିର ଟେକ୍ନିକାଲ ଡାଇରେକ୍ଟର ଡା. ଇୟାନ ଲେଭିଙ୍କ କହିବା ଅନୁସାରେ, ଯେଉଁ ଲୋକ ସବୁଠାରୁ ସହଜ ପାସଓ୍ବାର୍ଡ ବ୍ୟବହାର କରନ୍ତି ସେମାନେ ହ୍ୟାକିଂର ଶିକାର ହୋଇଥାନ୍ତି। ସେ କହିଛନ୍ତି ‘କାହାକୁ ମଧ୍ୟ ନିଜର ଡାଟା ସୁରକ୍ଷିତ ରଖିବାକୁ ସହଜ ପାସଓ୍ବାର୍ଡ ରଖିବା ଉଚିତ୍ ନୁହେଁ। ଯେପରିକି ଆପଣଙ୍କ ନାଁର ପ୍ରଥମ ଶବ୍ଦ,ସ୍ଥାନୀୟ ଫୁଟବଲ ଟିମ୍ କିମ୍ବା ପସନ୍ଦଯୋଗ୍ୟ ବ୍ରାଣ୍ଡ।‘୧୨୩୪୫୬’ ପରେ ଦ୍ବିତୀୟ  ନମ୍ବରରେ ରହିଛି ‘୧୨୩୪୫୬୭୮୯’, ଯାହାକୁ ବହୁଳ ଭାବରେ ବ୍ୟବହାର କରାଯାଉଛି। ଏହାଛଡା ଟପ୍ ୫ଟି ପାସଓ୍ବାର୍ଡ ଭିତରେ qwuerty ପାସଓ୍ବାର୍ଡ ଓ ‘୧୧୧୧୧୧୧’ ମଧ୍ୟ ରହିଛି। ଏହି ସମସ୍ତ ପାସଓ୍ବାର୍ଡ ସହଜରେ ହ୍ୟାକ ହୋଇପାରିବ।

{"id":13758,"width":745,"height":465}

ବହୁଲୋକ ପାସଓ୍ବାର୍ଡ ଭାବରେ ନିଜର ସ୍ତାନୀୟ ଫୁଟବଲ ଟିମର ନାମ ବ୍ୟବହାର କରିଥାନ୍ତି। ଏଥିରେ ଲିଭରପୁଲର ନାମ ସବୁଠାରୁ ଉପରେ ରହିଛି, ସେଭଳି ଚେଲସୀର ନାମ ଦ୍ବିତୀୟ ସ୍ଥାନରେ ରହିଥିଲା। ସଙ୍ଗୀତ ସମ୍ପର୍କିତ ପାସଓ୍ବାର୍ଡରେ ବ୍ଳିଙ୍କ-୧୮୨ ସବୁଠାରୁ ଅଧିକ ଥର ବ୍ୟବହାର କରାଯାଇଛି। ଏହି ସର୍ଭେରେ ଏନସିଏସସି ଲୋକଙ୍କ ମନରେ ସୁରକ୍ଷା ପ୍ରତି ସତର୍କତା ସମ୍ପର୍କିତ ପ୍ରଶ୍ନ ପଚାରିଥିଲା। ସର୍ଭେରେ ଜଣାପଡିଥିଲା ଯେ ୪୨% ଲୋକ ନିଜର ଟଙ୍କା ଚୋରି ହେବାର ଭୟ ରଖିଥାନ୍ତି। ସେଭଳି ୧୫% ଲୋକଙ୍କୁ ଲାଗିଥାଏ ତାଙ୍କର ସୁରକ୍ଷାର ସ୍ତର ସମ୍ପୂର୍ଣ୍ଣ ଠିକ୍ ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.