PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ଇ-ଯାନର ମାଗଣା ପଞ୍ଜୀକରଣ: ୫ ବର୍ଷ ଭିତରେ ଭାରତର ରାସ୍ତାରେ ଗଡିବ ୫୦ ଲକ୍ଷରୁ ଅଧିକ ଇ-ଯାନ

ନୂଆଦିଲ୍ଲୀ (ଏଜେନ୍ସି): ଦେଶରେ ଇ-ଯାନ ବ୍ୟବହାରକୁ ତ୍ୱରାନ୍ୱିତ କରିବା ପାଇଁ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ବ୍ୟାଟେରିଚାଳିତ ଗାଡିଗୁଡ଼ିକର ପଞ୍ଜୀକରଣ ସାର୍ଟିଫିକେଟ୍‌ ତଥା ରିନ୍ୟୁଆଲ ପାଇଁ ଏବେ କୌଣସି ଶୁଳ୍କ ନିଆଯିବ ନାହିଁ । ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି । ମନ୍ତ୍ରାଳୟ ପ୍ରକାଶ କରିଛି ଯେ, ଇ-ଯାନଗୁଡ଼ିକର ନୂଆ ପଞ୍ଜୀକରଣ ମାର୍କ ଜାରି କରିବା ପାଇଁ ବି କୌଣସି ଶୁଳ୍କ ନିଆଯିବ ନାହିଁ । ଏହାଦ୍ୱାରା ଆଗାମୀ ୫ ବର୍ଷରେ ଭାରତୀୟ ସଡ଼କରେ ୫୦ ଲକ୍ଷରୁ ଅଧିକ ଇ-ଯାନ ଚଳାଚଳ କରିବ ବୋଲି ବିଶେଷଜ୍ଞମାନେ ଆଶାପୋଷଣ କରିଛନ୍ତି ।

ଅଟୋମୋବାଇଲ ଡିଲର ସଂଘ ଏଫ୍‌ଏଡିଏର ଅଧ୍ୟକ୍ଷ ଭିଙ୍କେଶ ଗୁଲାଟିଙ୍କ କହିବାନୁଯାୟୀ ସରକାରଙ୍କ ଏ ନିଷ୍ପତ୍ତି ଦ୍ୱାରା ଇ-ସ୍କୁଟର ତଥା ବାଇକ୍‌ ମୂଲ୍ୟ ୧୦୦୦ ଟଙ୍କା କମ୍‌ ହୋଇଯିବ । ସେହିଭଳି ଇଲେକ୍ଟ୍ରିକ୍‌ କାର କ୍ରୟ କରୁଥିବା ଗ୍ରାହକଙ୍କୁ ୪,୦୦୦ ଟଙ୍କା ପର୍ଯ୍ୟନ୍ତ ଫାଇଦା ମିଳିବ । କେନ୍ଦ୍ର ସରକାରଙ୍କ ପରେ ଏବେ ରାଜ୍ୟଗୁଡ଼ିକ ମଧ୍ୟ ଇ-ଯାନ ବ୍ୟବହାରକୁ ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଦେବା ଆରମ୍ଭ କଲେଣି । ଗତ ମାସକରେ ତିନୋଟି ବଡ଼ ରାଜ୍ୟ ଏହା ଘୋଷଣା କରିସାରିଲେଣି ।

ଆଉ ୨୦ ରାଜ୍ୟ ଇ-ଯାନ ନୀତି ପ୍ରସ୍ତୁତ କରୁଛନ୍ତି । ଯେଉଁ ରାଜ୍ୟଗୁଡ଼ିକ ପ୍ରୋତ୍ସାହନ ଦେବା ଆରମ୍ଭ କରିଛନ୍ତି ସେଠାରେ ଇଭି ଦରରେ ୪୦% ପର୍ଯ୍ୟନ୍ତ ହ୍ରାସ ଦେଖିବାକୁ ମିଳିଛି । ଜୁଲାଇ ଆରମ୍ଭରେ କେନ୍ଦ୍ର ସରକାର ‘ଫାଷ୍ଟର ଆଡପ୍ସନ ଏଣ୍ଡ୍‌ ମାନୁଫ୍ୟାକ୍‌ଚରିଂ ଅଫ୍‌ ଇଲେକ୍ଟ୍ରିକ୍‌ ଭେଇକିଲ୍ସ’(ଫେମ୍‌-୨) ସ୍କିମ୍‌ର ଅବଧିକୁ ଦୁଇ ବର୍ଷ ବଢ଼ାଇ ୨୦୨୪ ମାର୍ଚ୍ଚ ୩୧ କରିଛନ୍ତି । ପ୍ରଥମେ ଏ ସ୍କିମ୍‌ ୨୦୨୨ ଏପ୍ରିଲରେ ଶେଷ ହେବାର ଥିଲା । ଏବେ ରାଜ୍ୟ ସରକାର ନିଜ ନିଜ ସ୍ତରରେ ଲୋକଙ୍କ ପାଇଁ ଇଲେକ୍ଟ୍ରିକ୍‌ ଯାନ କ୍ରୟ ସହଜ କରୁଛନ୍ତି । ଗତ ମାସକରେ ମହାରାଷ୍ଟ୍ର, ଗୁଜରାଟ ଏବଂ ରାଜସ୍ଥାନ ଇ-ଯାନ ପ୍ରୋତ୍ସାହନ ନୀତି ଲାଗୁ କରିଛନ୍ତି ।

ଅନ୍ୟ ୩ଟି ରାଜ୍ୟରେ ପୂର୍ବରୁ ହିଁ ଏ ନୀତି କାର୍ଯ୍ୟକାରୀ ହୋଇସାରିଛି । ଏହାଦ୍ୱାରା ଇଲେକ୍ଟ୍ରିକ୍‌ ଦୁଇଚକିଆର ଦାମ ପ୍ରାୟ ଅଧା ହୋଇଯାଇଛି । ୨୦ ରାଜ୍ୟ ଇଲେକ୍ଟ୍ରିକ୍‌ ଯାନକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରକ୍ରିୟା ଜାରି ରଖିଛନ୍ତି । ଏସବୁ ରାଜ୍ୟରେ ବି ଇଭି ନୀତି ଲାଗୁ ହେବା ପରେ ଗାଡି ଦର ଖସିବ । ମାଗଣା ପଞ୍ଜୀକରଣ ନିଷ୍ପତ୍ତିକୁ ନେଇ ଇଭି କମ୍ପାନିଗୁଡ଼ିକ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି । ସେମାନଙ୍କ କହିବାନୁଯାୟୀ ଏହା ଦ୍ୱାରା ଅଧିକରୁ ଅଧିକ ଲୋକ ଇ-ଯାନ ବ୍ୟବହାର କରିବା ପାଇଁ ଆକର୍ଷିତ ହେବେ ।

ରିଭୋଲ୍ଟ ମୋଟର୍ସ ବ୍ରାଣ୍ଡର ଇଲେକ୍ଟ୍ରିକ୍‌ ମୋଟରବାଇକ୍‌ ପ୍ରସ୍ତୁତକାରୀ କମ୍ପାନି ରତନ ଇଣ୍ଡିଆ ଏଣ୍ଟରପ୍ରାଇଜେସ୍‌ର ଅଧ୍ୟକ୍ଷ ଅଞ୍ଜଳି ରତନ କୁହନ୍ତି ଆସନ୍ତା ୫ ବର୍ଷରେ ଭାରତୀୟ ସଡ଼କରେ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଇ-ଯାନ ଗଡ଼ିବ । ରାଜ୍ୟଗୁଡ଼ିକ ଦ୍ୱାରା ଦିଆଯାଉଥିବା ପ୍ରୋତ୍ସାହନ ଯୋଗୁ ଏ ଲକ୍ଷ୍ୟ ଆହୁରି ଆଗୁଆ ପୂରଣ ହୋଇପାରିବ ।