ଓଡ଼ିଶାକୁ ବାହାର ରାଜ୍ୟରୁ ଆସିଛନ୍ତି ୭୮ ହଜାରରୁ ଅଧିକ ଲୋକ

ଭୁବନେଶ୍ୱର ୨୫/୩: କରୋନା ନେଇ ସାରା ବିଶ୍ୱ ଚିନ୍ତାରେ । ଭାରତରେ ମଧ୍ୟ କରୋନା ସଂକ୍ରମଣ ମାମଲା ବଢିବାରେ ଲାଗିଛି । ରାଜ୍ୟରେ ଏହି ମାମଲା ଯଦିଓ ସ୍ଥିର ରହିଛି ତେବେ ଏହି ସଙ୍କଟ ଏବେ ବି ଘାରିଛି । ଏହି ଅବଧି ମଧ୍ୟରେ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ସମୁଦାୟ ୭୮ ହଜାର ୨୩୩ ଜଣ ବ୍ୟକ୍ତି ଆସିଛନ୍ତି । ଏହି  ବ୍ୟକ୍ତିମାନଙ୍କୁ କରୋନା ଭୂତାଣୁ ସଂକ୍ରମଣରୁ ମୁକ୍ତ ରଖିବା ସହିତ ସେମାନଙ୍କ ସ୍ୱାସ୍ଥାବସ୍ଥା ସଂପର୍କରେ ସଠିକ୍‌  ଜାଣିବା ପାଇଁ ସଙ୍ଗରୋଧର ଆବଶ୍ୟକତା ରହିଛି । ସେହି ଦୃଷ୍ଟିରୁ ସେମାନଙ୍କୁ ‘ହୋମ୍‌ କ୍ୱାରାଣ୍ଟାଇନ୍‌’ରେ ରହିବା ପାଇଁ ସବୁମତେ ପ୍ରୋତ୍ସାହିତ କରିବାକୁ ଗ୍ରାମପଞ୍ଚାୟତ ସରପଞ୍ଚମାନଙ୍କୁ ଦାୟିତ୍ୱ ଦିଆଯାଇଛି ।  ଅନୁରୂପ ଭାବରେ ରାଜ୍ୟର ସମସ୍ତ ପଞ୍ଚାୟତ ସମିତି ଓ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ‘ହୋମ୍‌ କ୍ୱାରାଣ୍ଟାଇନ୍‌’ ମାର୍ଗଦର୍ଶିକା  କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଗଞ୍ଜାମ ଜିଲ୍ଲାକୁ ବାହାରୁ ସର୍ବାଧିକ ୧୧୦୫୪ ଜଣ ବ୍ୟକ୍ତି ଆସିଥିବାବେଳେ ନବରଙ୍ଗପୁର ଜିଲ୍ଲାକୁ ସର୍ବନିମ୍ନ ୪୦୭ ଜଣ ବ୍ୟକ୍ତି ଆସିଛନ୍ତି । ଅନ୍ୟ ପକ୍ଷରେ ବାଲେଶ୍ୱର ଜିଲ୍ଲାକୁ ୬୪୪୨, କଳାହାଣ୍ଡି ଜିଲ୍ଲାକୁ  ୪୪୪୮, କେନ୍ଦ୍ରାପଡ଼ା ଜିଲ୍ଲାକୁ ୪୩୧୮, ଫୁଲବାଣୀ ଜିଲ୍ଲାକୁ ୪୩୦୬, ପୁରୀ ଜିଲ୍ଲାକୁ ୩୬୮୮ ଓ କଟକ  ଜିଲ୍ଲାକୁ ୩୬୦୪ ଜଣ, ମାଲକାନଗିରି ଜିଲ୍ଲାକୁ ୩୮୫୨ ଓ ମୟୂରଭଞ୍ଜ ଜିଲ୍ଲାକୁ ୩୩୨୬ ଜଣ ବ୍ୟକ୍ତି  ଆସିଛନ୍ତି । ସେହିପରି ବଲାଙ୍ଗୀର ଜିଲ୍ଲାକୁ ୨୦୭୪, ଯାଜପୁର ଜିଲ୍ଲାକୁ ୨୦୨୮, ଅନୁଗୋଳ ଜିଲ୍ଲାକୁ ୧୦୬୭,  ବରଗଡ଼ ଜିଲ୍ଲାକୁ ୧୫୭୬, ଖୋର୍ଦ୍ଧା ଜିଲ୍ଲାକୁ ୨୪୧୨, ଢେଙ୍କାନାଳ ଜିଲ୍ଲାକୁ ୧୦୨୧, ଗଜପତି ଜିଲ୍ଲାକୁ  ୨୮୪୯, ଜଗତସିଂହପୁର ଜିଲ୍ଲାକୁ ୧୭୩୮, ଭଦ୍ରକ ଜିଲ୍ଲାକୁ ୧୯୭୨, କେଉଁଝର ଜିଲ୍ଲାକୁ ୧୯୪୫,  କୋରାପୁଟ ଜିଲ୍ଲାକୁ ୨୨୩୮, ନୂଆପଡ଼ା ଜିଲ୍ଲାକୁ ୧୯୧୦, ନୟାଗଡ଼ ଜିଲ୍ଲାକୁ ୨୧୧୫, ରାୟଗଡ଼ା ଜିଲ୍ଲାକୁ  ୨୩୬୯, ସମ୍ବଲପୁର ଜିଲ୍ଲାକୁ ୧୦୨୦, ସୋନପୁର ଜିଲ୍ଲାକୁ ୧୧୦୨, ସୁନ୍ଦରଗଡ଼ ଜିଲ୍ଲାକୁ ୧୨୦୧ ଜଣ ବ୍ୟକ୍ତି  ଆସିଛନ୍ତି । ବୌଦ୍ଧ ଜିଲ୍ଲାକୁ ୧୦୧୩, ଦେବଗଡ଼ ଜିଲ୍ଲାକୁ ୫୭୦ ଓ ଝାରସୁଗୁଡ଼ା ଜିଲ୍ଲାକୁ ୫୬୮ ଜଣ ବ୍ୟକ୍ତି  ଆସିଛନ୍ତି ।

   ସମ୍ବନ୍ଧିତ ଖବର


କ୍ବାରେଣ୍ଟାଇନରେ ଥିବା ଯୁବକ ଉଲଘ୍ନ ଅବସ୍ଥାରେ ଖସି ପଳାଇଲେ, ରାଗରେ ପଡୋଶୀ ମହିଳାଙ୍କୁ କାମୁଡିବା ପରେ ମୃତ୍ୟୁ

କରୋନା ଲକଡାଉନ ଭିତରେ ଭୟଙ୍କର ସ୍ଥିତି, ଘରକୁ ଫେରିବାକୁ ଆନନ୍ଦ ବିହାରରେ ହଜାର ହଜାର ସଂଖ୍ୟାରେ ଶ୍ରମିକଙ୍କ ଭିଡ

ଲକ ଡାଉନ : ୨୧ ବର୍ଷୀୟ ଯୁବକ ଜୀବନ ହାରିଦେଲେ !

କରୋନା ବେଶରେ ଲୋକଙ୍କୁ ଲକ୍‌ଡାଉନ୍‌ ବିଷୟରେ ବୁଝାଇଲା ପୁଲିସ୍‌