PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ସୋମାଲିଆରେ ଭୟଙ୍କର କାର ବୋମା ବିସ୍ଫୋରଣ, ୯୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ମୋଗାଦିଶୁ,୨୬।୧୨: ସୋମାଲିଆ ରାଜଧାନୀ ମୋଗାଦିଶୁରେ ଶନିବାର ସକାଳେ ହୋଇଛି  ଭୀଷଣ କାର ବୋମା ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ଅତି କମରେ  ୯୦ ଜଣଙ୍କ ମୃତ୍ୟୁ ହୋଇଛି। ଏହାଛଡା ବହୁ ସଂଖ୍ୟାରେ ଲୋକେ ଆହତ ହୋଇଛନ୍ତି। ଆହତଙ୍କୁ ଚିକତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ଘଟଣାସ୍ଥଳକୁ ପୋଲିସ ଓ ଉଦ୍ଧାରକାରୀ ଦଳ ପହଁଞ୍ଚିଛନ୍ତି। ରାଜଧାନୀର  ବ୍ୟସ୍ତବହୁଳ ଅଞ୍ଚଳରେ  କାରବୋମା ବିସ୍ଫୋରଣ ହୋଇଥିବା ପୋଲିସ ଅଧିକାରୀ ଇବ୍ରାହୀମ ମହମ୍ମଦ କହିଛନ୍ତି। ତେବେ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଘଟଣା ପାଇଁ ନିଜକୁ ଦାୟୀ କରିନାହିଁ। ମୃତକଙ୍କ ସଂଖ୍ୟା ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ମିଳିଥିବା ସୂଚନା ଅନୁସାରେ, ଆୟକର ବିଭାଗ କାର୍ଯ୍ୟାଳୟ ନିକଟରେ ଏହି   ଏହି ବିସ୍ଫୋରଣ ହୋଇଥିଲା।  ଦେଶରେ ଅଲକାଏଦା ସମର୍ଥିତ ଆତଙ୍କବାଦ ଗୋଷ୍ଠୀ ଅଲ ସବାବ ଅଧିକାଶଂ ସମୟରେ ଏଭଳି ଘଟଣା ପଛରେ ସମ୍ପ୍ୟକ୍ତ ଥାଏ।  ତେଣୁ ଏହା ପଛରେ ଆତଙ୍କବାଦୀଙ୍କୀ ହାତ ରହିଛିବୋଲି ସନ୍ଦେହ କରାଯାଉଛି। ତେବେ କୌଣସି ଉଗ୍ରବାଦୀ ସଙ୍ଗଠନ ଏଥିଲାଗି ନିଜକୁ ଦାୟୀ କରିନାହାନ୍ତି।

ବିସ୍ଫୋରଣ ବେଳେ ରାସ୍ତା ଦେଇ ସ୍କୁଲ କଲେଜ ଛାତ୍ରଛାତ୍ରୀ ବି ଯାତାୟାତ କରୁଥିଲେ। ବୁଲା ବ୍ୟବସାୟୀ କାର୍ଯ୍ୟାଳୟ ଯାଉଥିବା ଲୋକେ ରାସ୍ତାରେ ଭରି ରହିଥିବା ବେଳେ ଏକ ବିସ୍ଫୋରକ ଭର୍ତ୍ତି କାର ଜନଗହଳିରେ ପଶି ବିସ୍ଫୋରଣ  କରିଥିଲା । ରାସ୍ତାକଡରେ ରଖା ଯାଇଥିବା ଏକ କାରରେ ଭୀଷଣ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ  ପୋଲିସ ଅଧିକାରୀ, ସାଧାରଣ ନାଗରିକ, ୪ ଓ ବିଦେଶୀ ନାଗରିକଙ୍କର  ମୃତ୍ୟୁ ହୋଇଛି।