ଗୁଗୁଲ୍ ପେ ୟୁଜର୍ସ ସାବଧାନ: ମୋବାଇଲ ରିଚାର୍ଜ ବେଳେ କଟିଗଲା ଟଙ୍କା, ରିଫଣ୍ଡ ନାଁରେ ଠକିନେଲେ ୨୩ ହଜାରରୁ ଉର୍ଦ୍ଧ୍ବ ଟଙ୍କା

ଭଦ୍ରକ ୧୪।୮:  ନୂଆ ନୂଆ ଗୁଗୁଲ ପେ ବ୍ୟବହାର କରୁଥିଲେ । ସେହି ଗୁଗଲ ପେ ରେ ସେ ନିଜର ମୋବାଇଲ ମଧ୍ୟ ରିଚାର୍ଜ କରୁଥିଲେ। ମୋବାଇଲ ରିଚାର୍ଜ ପାଇଁ ଟଙ୍କା କଟିଗଲା କିନ୍ତୁ ରିଚାର୍ଜ ହେଲାନି । କଷ୍ଟମର କେୟାରକୁ କଲ ମଧ୍ୟ କରିଥିଲେ, ସେମାନେ ଟଙ୍କା ରିଫଣ୍ଡ କରିଦେବେ ବୋଲି କହିଲେ।

କିଛି ସମୟ ପରେ ଏକ ଅଜଣା ନମ୍ବରରୁ କଲ ଆସିଲା ଆଉ କହିଲେ ଆପଣ ଇଂଷ୍ଟ୍ରକ୍ସନକୁ ଫଲୋ କରନ୍ତୁ ଟଙ୍କା ଫେରିଯିବ । ପରେ ଥରକୁ ଥର ଟଙ୍କା କାଟିବାକୁ ଲାଗିଲା । ଏମିତିରେ ୨୩ ହଜାରରୁ ଅଧିକ ଟଙ୍କା କଟିବା ପରେ ଜାଣିଲେ ଯେ ସେ ଠକାମିର ଶିକାର ହୋଇଛନ୍ତି । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ବୃନ୍ଦାବନପୁର ଗାଁରେ । ଏହି ଗାଁର ଜନୈକ ଯୁବକ ବ୍ରହ୍ମାନନ୍ଦ ଜେନା ଠିକାମିର ଶିକାର ହୋଇଛନ୍ତି। ପ୍ରଥମେ ୧୯ ହଜାର ଓ ପରେ ୩ ହଜାରରୁ ଅଧିକ ଟଙ୍କା କଟି ଯାଇଥିଲା । ଏଥର କିନ୍ତୁ ସେହି ଅଜଣା ନମ୍ବରକୁ କଲ କଲେ କେହି ଉଠାଉ ନାହାନ୍ତି । ଏନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ମଧ୍ୟ ଲିଖିତ ଏତଲା ଦେବେ ବୋଲି କହିଛନ୍ତି ।

ବ୍ରହ୍ମାନନ୍ଦ ଜେନା ଚାଷ କାମ କରନ୍ତି । ବାପା ହୃଷୀକେଶଙ୍କର ଛୋଟ ଅଟା କଳ ସହ ଚାଷରେ ବ୍ୟବହାର ହେଉଥିବା ପାୱାରଟିଲର ଅଛି । ଭଡା ବାବଦକୁ ଯାହା ଆୟ ହୁଏ ପୁଅ ବ୍ୟାଙ୍କ ଖାତାରେ ଜମା କରନ୍ତି ହୃଷୀକେଶ । କାରଣ ପୁଅ ଏହି ସବୁ ଜିନିଷର ରକ୍ଷଣାବେକ୍ଷଣ ସହ ଆବଶ୍ୟକୀୟ ମରାମତି ଆଦି କାର୍ଯ୍ୟ କରନ୍ତି । ପୁଅ ବ୍ରହ୍ମାନନ୍ଦ ଏହି ବ୍ୟାଙ୍କ ଆକାଉଣ୍ଟ ନମ୍ବରକୁ ବ୍ୟବହାର କରି କିଛି ଦିନ ତଳେ ଗୁଗୁଲ ପେ ଆପ ବ୍ୟବହାର କରୁଥିଲେ । ସେହି ଆପ ସାହାଯ୍ୟରେ ମୋବାଇଲ ରିଚାର୍ଜ କରୁଥିବା ବେଳେ ଟଙ୍କା କଟିଥିଲା କିନ୍ତୁ ରିଚାର୍ଜ ହୋଇନଥିଲା । ପରେ ସେ କଷ୍ଟୁମର କେୟାରକୁ କଳ କରିଥିଲେ ଟଙ୍କା ଫେରିବା ବୋଲି ତାଙ୍କୁ ସୂଚନା ମିଳିଥିଲା । ପରେ ଏକ ଅଜଣା ନମ୍ବର ରୁ କଲ ଆସିଥିଲା ଆଉ ତାଙ୍କୁ କହିଥିଲେ ଯେ ଆମେ ଯାହା କହୁଛୁ କରନ୍ତୁ ଆପଣଙ୍କ ଟଙ୍କା ଫେରିବ । ଏବେ ଉଭୟ ବାପା ଓ ପୁଅ ଠକେଇର ଶିକାର ହୋଇଥିବା କହିଛନ୍ତି।

   ସମ୍ବନ୍ଧିତ ଖବର


ମାଲକାନଗିରି ଛତିଶଗଡ଼ ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ: ଜଣେ ଯବାନ ସହିଦ,୧୦ ଗୁରୁତର

କାର୍‌-ଟ୍ରାକ୍ଟର ମୁହାଁମୁହିଁ ଧକ୍କା: ଅଳ୍ପକେ ବର୍ତ୍ତିଲେ କୋରାପୁଟ ଅତିରିକ୍ତ ଏସ୍‌ପିଙ୍କ ପରିବାର, ୪ ଆହତ

ବିଧାନସଭା ଆଗରେ ମା-ଭାଇଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଅମୃତ ମୁତ୍ୟୁ ରହସ୍ୟର ପୂର୍ଣ୍ଣଚ୍ଛେଦ ଟାଣିଲେ ଏସ୍‌ପି, ଦୁର୍ଘଟଣା ଯୋଗୁଁ ମସ୍ତିଷ୍କରେ ଆଘାତ ଲାଗି ଯାଇଥିଲା ପ୍ରାଣ

ଆଜି ବଡ଼ଓଷା: ଧବଳେଶ୍ୱର ପୀଠରେ ଲାଗି ହେବ ଧଳା ଗଜ ମଣ୍ଡା, ଅଟକାଳି ଭୋଗ

ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ନିଛାଟିଆ ରାସ୍ତାରେ ଦୁଷ୍କର୍ମ ଉଦ୍ୟମ: ଅଭିଯୁକ୍ତକୁ ବାନ୍ଧିଲା ପୁଲିସ୍

ଚାଉଳ ଡବାରୁ ମିଳିଲା ଚାରି ଲକ୍ଷ, ଟଙ୍କା ଚୋରି ଅଭିଯୋଗରେ ଜଣେ ଗିରଫ