ଏପ୍ରିଲ ୨ରୁ ସକାଳୁଆ ସ୍କୁଲ, ମେ’ ୬ରୁ ଖରାଛୁଟି ଆରମ୍ଭ

Students of Government High School Hallomajra in Chandigarh on Monday, July 27 2015. Express photo by Gurjant Pannu
ଭୁବନେଶ୍ୱର ୨୩।୩: ଏପ୍ରିଲ ୨ରୁ ଆରମ୍ଭ ହେବ ସକାଳୁଆ ସ୍କୁଲ। ଉଭୟ ସରକାରୀ ଓ ବେସରକାରୀ ସ୍କୁଲରେ ସକାଳେ ପଢ଼ା ହେବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ଏପ୍ରିଲ ୨ରେ ପ୍ରବେଶ ଉତ୍ସବ ଏବଂ ୩ରୁ ନୂଆ ଶିକ୍ଷା ଆରମ୍ଭ ହେବ।
ଏପ୍ରିଲ ୨ ପରଠାରୁ ମେ’ ମାସ ୫ ତାରିଖ ପର୍ଯ୍ୟନ୍ତ ପୂର୍ବାହ୍ଣ ୬ଟା ୩୦ରୁ ପୂର୍ବାହ୍ଣ ୧୦ଟା ୩୦ ଯାଏଁ ସ୍କୁଲ ଖୋଲା ରହିବ। ପୂର୍ବାହ୍ଣ ୧୦ଟାରେ ପିଲାମାନଙ୍କୁ ମଧ୍ୟାହ୍ଣ ଭୋଜନ ଦିଆଯିବାକୁ ନିର୍ଦ୍ଦେଶ ହୋଇଛି। ମେ ୬ରୁ ଖରାଛୁଟି ଆରମ୍ଭ ହେବ। ଗଣଶିକ୍ଷା ବିଭାଗ ପକ୍ଷରୁ ବିଭାଗୀୟ ଅଧିକାରୀମାନଙ୍କୁ ଚିଠି ହୋଇଥିବା ଜଣାପଡ଼ିଛି।