ଭୁବନେଶ୍ୱର ୧/୪: ବିଜେଡିର ପ୍ରାଥମିକ ସଦସ୍ଯ ଓ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଲେ ମୋରଡା ବିଧାୟକ ପ୍ରବୀଣ ଭଞ୍ଜଦେଓ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି ପ୍ରବୀଣ ।
ଇସ୍ତଫା ପତ୍ରରେ କୌଣସି କାରଣ ଦର୍ଶାଇ ନାହାନ୍ତି ପ୍ରବୀଣ । ତେବେ ମୋରଡାରୁ ଟିକେଟ୍ ନମିଳିବା ଆଶଙ୍କାରେ ସେ ଦଳ ଛାଡିଥିବା ଚର୍ଚ୍ଚା ହେଉଛି । କହିରଖୁଛୁ ବିଜେପିର ରାଜକିଶୋର ଦାସ ବିଜେଡିରେ ଯୋଗଦେବାପରେ ଦଳ ତାଙ୍କୁ ଟିକେଟ ଦେବାପାଇଁ ଯୋଜନା କରୁଛି । ତେବେ ପ୍ରବୀଣ ପଦ୍ମ ଧରିପାରନ୍ତି ବୋଲି ଅନୁମାନ କରାଯାଉଛି ।
{"id":99061}